ଚଳିତ ଲୋକ ସଭାରେ ୭୩ ମହିଳା ଏମ୍‌ପି, ଗତଥର ଠାରୁ କମିଲା

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନରେ ୭୩ ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଗତ ଲୋକ ସଭା ନିର୍ବାଚନଠାରୁ ଚଳିତ ଥର ମହିଳା ଏମ୍‌ପିଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ୨୦୧୯ ଲୋକ ସଭା ନିର୍ବାଚନରେ ସର୍ବାଧିକ ୭୮ ଜଣ ମହିଳା ନିର୍ବାଚିତ ହୋଇଥିଲେ। ଚଳିତ ଲୋକ ସଭା ନିର୍ବାଚନରେ ସମୁଦାୟ ୭୯୭ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ଭାଜପା ୬୯ ଓ କଂଗ୍ରେସ ୪୧ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଭାଜପାରୁ ସର୍ବାଧିକ ୩୦ […] The post ଚଳିତ ଲୋକ ସଭାରେ ୭୩ ମହିଳା ଏମ୍‌ପି, ଗତଥର ଠାରୁ କମିଲା appeared first on Dharitri Odia News.

ଚଳିତ ଲୋକ ସଭାରେ ୭୩ ମହିଳା ଏମ୍‌ପି, ଗତଥର ଠାରୁ କମିଲା

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନରେ ୭୩ ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଗତ ଲୋକ ସଭା ନିର୍ବାଚନଠାରୁ ଚଳିତ ଥର ମହିଳା ଏମ୍‌ପିଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ୨୦୧୯ ଲୋକ ସଭା ନିର୍ବାଚନରେ ସର୍ବାଧିକ ୭୮ ଜଣ ମହିଳା ନିର୍ବାଚିତ ହୋଇଥିଲେ। ଚଳିତ ଲୋକ ସଭା ନିର୍ବାଚନରେ ସମୁଦାୟ ୭୯୭ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ଭାଜପା ୬୯ ଓ କଂଗ୍ରେସ ୪୧ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା।

ଭାଜପାରୁ ସର୍ବାଧିକ ୩୦ ଜଣ ମହିଳା ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ କଂଗ୍ରେସରୁ ୧୪ , ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ସମାଜବାଦୀ ପାର୍ଟି(ଏସ୍‌ପି)ରୁ ୪, ଦ୍ରାବିଡ଼ ମୁନେତ୍ର କଡ଼ଗମ୍‌(ଡିଏମ୍‌କେ), ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଲୋକ ଜନଶକ୍ତିପାର୍ଟି ରାମବିଳାଶ (ଏଲଜେପିଆର୍‌ଭି)ର ୩ ଜଣ ଲେଖାଏ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ଚଳିତ ନିର୍ବାଚନରେ ଚଳିତ ୨୪ ଜଣ ମହିଳା ପ୍ରଥମଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।

ରାଜ୍ୟଗୁଡ଼ିକ ମଧ୍ୟରେ ଚଳିତ ଥର ପଶ୍ଚିମବଙ୍ଗରୁ ସର୍ବାଧିକ ୧୧ ଜଣ ମହିଳା ପ୍ରାର୍ଥୀ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଅଷ୍ଟାଦଶ ଲୋକ ସଭାରେ ସମୁଦାୟ ଏମ୍‌ପିଙ୍କ ମଧ୍ୟରୁ ୧୩.୪୪ ପ୍ରତିଶତ ମହିଳା ହୋଇଥିବା ବେଳେ ଗତ ଲୋକସଭାରେ ୧୪ ପ୍ରତିଶତରୁ ଅଧିକ ମହିଳା ରହିଥିଲେ। ସେହିପରି ଷୋଡ଼ଶ ଲୋକ ସଭାରେ ୬୪ ଜଣ ମହିଳା ପ୍ରାର୍ଥୀ ଏବଂ ପଞ୍ଚଦଶ ଲୋକ ସଭାରେ ୫୨ ଜଣ ମହିଳା ପ୍ରାର୍ଥୀ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।

The post ଚଳିତ ଲୋକ ସଭାରେ ୭୩ ମହିଳା ଏମ୍‌ପି, ଗତଥର ଠାରୁ କମିଲା appeared first on Dharitri Odia News.