ଚଷମା ପିନ୍ଧି ବ୍ୟାଟିଂ କରିବାକୁ ଆସିଲେ ଶ୍ରେୟସ ଆୟର, ଖାତା ଖୋଲି ପାରେଲନି

ଆୟର ଏବେ ଦଲିପ ଟ୍ରଫିରେ ଇଣ୍ଡିଆ ଡି’ର ନେତୃତ୍ୱ ନେଉଛନ୍ତି। ପ୍ରଥମ ମ୍ୟାଚ୍‌ରେ ସେ ଯଥାକ୍ରମେ ୯ ଓ ୫୪ ରନର ଇନିଂସ ଖେଳିଥିଲେ ହେଁ ତାଙ୍କ ଦଳକୁ ୪ ୱିକେଟରେ ଇଣ୍ଡିଆ ସି’ ଠାରୁ ହାରିବାକୁ ପଡ଼ିଥିଲା।

ଚଷମା ପିନ୍ଧି ବ୍ୟାଟିଂ କରିବାକୁ ଆସିଲେ ଶ୍ରେୟସ ଆୟର, ଖାତା ଖୋଲି ପାରେଲନି

ଇଣ୍ଡିଆ ଡିର ଅଧିନାୟକ ଶ୍ରେୟସ ଆୟର ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ନିଜର ଷ୍ଟାଇଲିସ ଅନ୍ଦାଜ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଆଚରଣ ଏମିତି କିଛି ରହିଥିଲା ଯେ ତାଙ୍କୁ ସାମାଲୋଚନା ହେବାକୁ ମଧ୍ୟ ପଡ଼ିଛି।

ଆୟର ଏବେ ଦଲିପ ଟ୍ରଫିରେ ଇଣ୍ଡିଆ ଡି’ର ନେତୃତ୍ୱ ନେଉଛନ୍ତି। ପ୍ରଥମ ମ୍ୟାଚ୍‌ରେ ସେ ଯଥାକ୍ରମେ ୯ ଓ ୫୪ ରନର ଇନିଂସ ଖେଳିଥିଲେ ହେଁ ତାଙ୍କ ଦଳକୁ ୪ ୱିକେଟରେ ଇଣ୍ଡିଆ ସି’ ଠାରୁ ହାରିବାକୁ ପଡ଼ିଥିଲା।

ଦ୍ୱିତୀୟ ମ୍ୟାଚ୍‌ରେ ସେ ଟସ୍‌ ଜିତି ମୟଙ୍କ ଅଗ୍ରୱାଲଙ୍କ ଇଣ୍ଡିଆ ଏ’କୁ ବ୍ୟାଟିଂ କରିବାକୁ କହିଥିଲେ। ଇଣ୍ଡିଆ ଏ ୨୯୦ ରନ କରି ଅଲଆଉଟ ହୋଇଯାଇଛି। ତେବେ ଇଣ୍ଡିଆ ଡି’ ମଧ୍ୟ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୫ ରନରେ ତା’ର ପ୍ରଥମ ୪ ୱିକେଟ ହରାଇଥିଲା। ଏମାନଙ୍କ ମଧ୍ୟରେ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ରହିଥିଲେ। ସେ ଖାତା ‌ଖୋଲିବାକୁ ସକ୍ଷମ ହୋଇନାହାନ୍ତି।

ଅଥର୍ବ ଟାଇଡେ(୪) ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ସନଗ୍ଲାସ ବା ଚଷମା ପିନ୍ଧି ବ୍ୟାଟିଂ କରିଥିଲେ। ସେ ହେଲମେଣ୍ଟ ଭିତରେ ସନଗ୍ଲାସ ପିନ୍ଧି ବ୍ୟାଟିଂ କରିବା ସମସ୍ତଙ୍କୁ ଚକିତ କରିଥିଲା। ସେ ୭ଟି ବଲରେ ଶୂନ କରି ଆଉଟ ହେବା ପରେ ସମସ୍ତେ ତାଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି।

ପ୍ରଥମେ ସେ ସନଗ୍ଲାସ ପିନ୍ଧି ବ୍ୟାଟିଂ କରିବାରୁ ତାଙ୍କ ଲୁକ୍‌କୁ ଫ୍ୟାନ୍ସ ପ୍ରଶଂସା କରିଥିଲେ। ହେଲେ ସେ ଖାତା ନ ଖୋଲିପାରିବାରୁ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଛି।