ଚା’ ଖଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପରଜଙ୍ଗ,୨୪।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଆଲୋ ପଞ୍ଚାୟତ ପରମହଂସପୁର ଛକରେ ଥିବା ଏକ ଚା’ ଦୋକାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ କଟାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ଢେଙ୍କାନାଳରୁ ସରକାରୀ କାର୍ଯ୍ୟକ୍ରମ ସାରି ଦେବଗଡ଼ ଅଭିମୁଖେ ଯାଉଥିବାବେଳେ ପରମହଂସପୁର ଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ କିଛି ସମୟ ବିତାଇଥିଲେ। ତାଙ୍କ ସହିତ ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି ଉପସ୍ଥିତ ଥିଲେ। ପରଜଙ୍ଗ ବ୍ଲକ ଭାଜପା ସଭାପତି ସନ୍ତୋଷ ସାହୁ, ପୂର୍ବତନ ଜିଲାପରିଷଦ ସଭ୍ୟ […] The post ଚା’ ଖଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର appeared first on Dharitri Odia News.
ପରଜଙ୍ଗ,୨୪।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଆଲୋ ପଞ୍ଚାୟତ ପରମହଂସପୁର ଛକରେ ଥିବା ଏକ ଚା’ ଦୋକାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ କଟାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ଢେଙ୍କାନାଳରୁ ସରକାରୀ କାର୍ଯ୍ୟକ୍ରମ ସାରି ଦେବଗଡ଼ ଅଭିମୁଖେ ଯାଉଥିବାବେଳେ ପରମହଂସପୁର ଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ କିଛି ସମୟ ବିତାଇଥିଲେ। ତାଙ୍କ ସହିତ ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି ଉପସ୍ଥିତ ଥିଲେ। ପରଜଙ୍ଗ ବ୍ଲକ ଭାଜପା ସଭାପତି ସନ୍ତୋଷ ସାହୁ, ପୂର୍ବତନ ଜିଲାପରିଷଦ ସଭ୍ୟ ଶରତ ସାହୁ, କୁଆଲୋ ଗ୍ରାମ ଭାଜପା ସଭାପତି ଅଜୟ ବିଶ୍ବାଳ, କୁଅଲୋ ସରପଞ୍ଚ ଅଜିତ୍ କୁମାର ସାହୁ, ପୂର୍ବତନ ସରପଞ୍ଚ ଅନିଲ କୁମାର ଭୂତିଆଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେଠାରେ କେନ୍ଦନ୍ଦ୍ରମନ୍ତ୍ରୀ ଚା’ ପିଇ ପାଖାପାଖି ୨୦ ମିନିଟ୍ ସମୟ ଅତିବାହିତ କରି ଚାଲି ଯାଇଥିଲେ।
The post ଚା’ ଖଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର appeared first on Dharitri Odia News.