ଚା’ ରପ୍ତାନୀରେ ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହେଲା ଭାରତ: ପଛରେ ପଡ଼ିଲା ଶ୍ରୀଲଙ୍କା
ଜଲପାଇଗୁଡ଼ି: ଗତ କିଛି ବର୍ଷ ଧରି ନାନା ସମସ୍ୟା ଦେଇ ଗତି କରୁଥିବା ଭାରତୀୟ ଚା’ ଶିଳ୍ପକୁ ନେଇ ଖୁସି ଖବର ଆସିଛି। ଭାରତ ଚା’ ରପ୍ତାନୀରେ ଶ୍ରୀଲଙ୍କାକୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଭାରତୀୟ ଚା’ ବୋର୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ୨୦୨୪ରେ ୨୫୪ ମିଲିଅନ କେଜି ଚା’ ରପ୍ତାନୀ କରିଛି। ଯାହା ଶ୍ରୀଲଙ୍କା ଠାରୁ ଅଧିକ। ସେପଟେ କେନିଆ ୫୦୦ ମିଲିଅନ କେଜି ଚା’ ରପ୍ତାନୀ କରି ବିଶ୍ୱରେ ଶ୍ରୀର୍ଷ ସ୍ଥାନରେ ରହିଛି। ୨୦୨୩ ମସିହାରେ, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚା’ ରପ୍ତାନୀରେ କଡ଼ା ଟକ୍କର ଦେଖିବାକୁ ମିଲିଥିଲା। ଉଭୟ ଦେଶ ୨୩୧ ମିଲିଅନ କିଲୋଗ୍ରାମ ଚା’ ରପ୍ତାନୀ କରିଥିଲେ। କିନ୍ତୁ ୨୦୨୪ ମସିହାରେ ଭାରତ ୨୪ ମିଲିଅନ କିଲୋଗ୍ରାମ ଚା’ ଅଧିକ ରପ୍ତାନୀ ସହିତ ଶ୍ରୀଲଙ୍କାକୁ ପଛରେ ପକାଇ ଦେଇଛନ୍ତି। ଏହା ପୂର୍ବରୁ ଭାରତ ୨୦୧୮ ମସିହା ମଧ୍ୟ ଭଲ ଚା’ ରପ୍ତାନୀ ରି ବିଶ୍ୱରେ ଦ୍ୱିତୀୟ ହୋଇଥିଲା। ସେତେବେଳେ ଭାରତ ୨୫୬ ମିଲିଅନ କେଜି ଚା’ ରପ୍ତାନୀ କରିଥିଲା। ଭାରତର ୨୦୨୪ ମସିହାରେ ଚା’ ରପ୍ତାନି ପରିମାଣ ୭,୧୧୨ କୋଟି ଟଙ୍କା ରହିଛି। ୨୦୧୮ ବ୍ୟତୀତ ଗତ କିଛି ବର୍ଷ ଧରି ଭାରତର ଚା’ ରପ୍ତାନୀ ସଂଖ୍ୟା ପ୍ରାୟ ୨୦୦-୨୨୫ ମିଲିଅନ କିଲୋଗ୍ରାମ ମଧ୍ୟରେ ସୀମିତ ରହୁଥିଲା। ତେବେ ୨୦୨୪ରେ ହୋଇଥିବା ଭଲ ରପ୍ତାନୀ ଚା’ ଶିଳ୍ପକୁ ବଳ ଦେଇଛି। ୨୦୩୦ ସୁଦ୍ଧା ରପ୍ତାନୀ ୩୦୦ ମିଲିଅନ କିଲୋଗ୍ରାମ ଛୁଇଁ
ଜଲପାଇଗୁଡ଼ି: ଗତ କିଛି ବର୍ଷ ଧରି ନାନା ସମସ୍ୟା ଦେଇ ଗତି କରୁଥିବା ଭାରତୀୟ ଚା’ ଶିଳ୍ପକୁ ନେଇ ଖୁସି ଖବର ଆସିଛି। ଭାରତ ଚା’ ରପ୍ତାନୀରେ ଶ୍ରୀଲଙ୍କାକୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଭାରତୀୟ ଚା’ ବୋର୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ୨୦୨୪ରେ ୨୫୪ ମିଲିଅନ କେଜି ଚା’ ରପ୍ତାନୀ କରିଛି। ଯାହା ଶ୍ରୀଲଙ୍କା ଠାରୁ ଅଧିକ। ସେପଟେ କେନିଆ ୫୦୦ ମିଲିଅନ କେଜି ଚା’ ରପ୍ତାନୀ କରି ବିଶ୍ୱରେ ଶ୍ରୀର୍ଷ ସ୍ଥାନରେ ରହିଛି।

୨୦୨୩ ମସିହାରେ, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚା’ ରପ୍ତାନୀରେ କଡ଼ା ଟକ୍କର ଦେଖିବାକୁ ମିଲିଥିଲା। ଉଭୟ ଦେଶ ୨୩୧ ମିଲିଅନ କିଲୋଗ୍ରାମ ଚା’ ରପ୍ତାନୀ କରିଥିଲେ। କିନ୍ତୁ ୨୦୨୪ ମସିହାରେ ଭାରତ ୨୪ ମିଲିଅନ କିଲୋଗ୍ରାମ ଚା’ ଅଧିକ ରପ୍ତାନୀ ସହିତ ଶ୍ରୀଲଙ୍କାକୁ ପଛରେ ପକାଇ ଦେଇଛନ୍ତି।
ଏହା ପୂର୍ବରୁ ଭାରତ ୨୦୧୮ ମସିହା ମଧ୍ୟ ଭଲ ଚା’ ରପ୍ତାନୀ ରି ବିଶ୍ୱରେ ଦ୍ୱିତୀୟ ହୋଇଥିଲା। ସେତେବେଳେ ଭାରତ ୨୫୬ ମିଲିଅନ କେଜି ଚା’ ରପ୍ତାନୀ କରିଥିଲା। ଭାରତର ୨୦୨୪ ମସିହାରେ ଚା’ ରପ୍ତାନି ପରିମାଣ ୭,୧୧୨ କୋଟି ଟଙ୍କା ରହିଛି। ୨୦୧୮ ବ୍ୟତୀତ ଗତ କିଛି ବର୍ଷ ଧରି ଭାରତର ଚା’ ରପ୍ତାନୀ ସଂଖ୍ୟା ପ୍ରାୟ ୨୦୦-୨୨୫ ମିଲିଅନ କିଲୋଗ୍ରାମ ମଧ୍ୟରେ ସୀମିତ ରହୁଥିଲା। ତେବେ ୨୦୨୪ରେ ହୋଇଥିବା ଭଲ ରପ୍ତାନୀ ଚା’ ଶିଳ୍ପକୁ ବଳ ଦେଇଛି। ୨୦୩୦ ସୁଦ୍ଧା ରପ୍ତାନୀ ୩୦୦ ମିଲିଅନ କିଲୋଗ୍ରାମ ଛୁଇଁବାର ଆଶା କରାଯାଛି। ଭାରତ ପ୍ରତି ବର୍ଷ ହାରାହାରି ୧୪୦୦ ମିଲିଅନ କେଜି ଚା’ ଉତ୍ପାଦନ କରେ।

ପଢନ୍ତୁ- ହୁରୁନ ବିଶ୍ୱ ଧନୀ ତାଲିକା ଜାରି: ଭାରତରେ ଅମ୍ବାନୀ, ବିଶ୍ୱରେ ମସ୍କ ନମ୍ବର-୧, ଶୀର୍ଷ ୧୦ରେ ରୋଶନୀ ନାଦର
ଚା’ ରପ୍ତାନୀରେ ଭାରତ ସଫଳତାକୁ ନେଇ ଭାରତୀୟ ଚା ସଂଘର ସାଧାରଣ ସମ୍ପାଦକ ପ୍ରବୀର କୁମାର ଭଟ୍ଟାଚାର୍ଯ୍ୟ ଖୁସୀ ବ୍ୟକ୍ତ କରିଛନ୍ତି। କେନ୍ଦ୍ରର ଅନୁକୂଳ ରପ୍ତାନୀ ନୀତି ଏବଂ ରାଜ୍ୟ ସରକାରଙ୍କ ସମର୍ଥନ ସହିତ,ଚା ଶିଳ୍ପ ଆଗାମୀ ବର୍ଷଗୁଡ଼ିକରେ ଏହାର ରପ୍ତାନୀ ସୀମା ବୃଦ୍ଧି କରିବା ପାଇଁ ଖୁବ ଆଶାବାଦୀ ବୋଲି ସେ କହିଛନ୍ତି।