ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ କି.ମି. ଭାରତୀୟ ଭୂଖଣ୍ଡକୁ ମାଡ଼ିବସିଛି। ଏହା ଏକ ବିପର୍ଯ୍ୟୟ ବୋଲି ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ମନ୍ତବ୍ୟ ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ହେବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରି ଆମେରିକାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ […] The post ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ appeared first on Dharitri Odia News.

ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ କି.ମି. ଭାରତୀୟ ଭୂଖଣ୍ଡକୁ ମାଡ଼ିବସିଛି। ଏହା ଏକ ବିପର୍ଯ୍ୟୟ ବୋଲି ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ମନ୍ତବ୍ୟ ଦେଇଛନ୍ତି।
ଲୋକ ସଭାର ବିରୋଧୀ ଦଳ ନେତା ହେବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରି ଆମେରିକାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ନିଜ ମତାମତ ରଖିଛନ୍ତି। ଏହି କ୍ରମରେ ଓ୍ବାଶିଂଟନ୍‌ସ୍ଥିତ ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ରେ ରାହୁଲ କହିଛନ୍ତି, ଭାଜପା ନେତୃତ୍ୱାଧୀନ ଭାରତ ସରକାରଙ୍କ ବହିର୍ବ୍ୟାପାର ନୀତି ପ୍ରସଙ୍ଗରେ କଂଗ୍ରେସ ସହମତ। କିନ୍ତୁ ପାକିସ୍ତାନ ଆତଙ୍କବାଦକୁ ଶେଷ ନ କରିବା ପର୍ଯ୍ୟନ୍ତ ଇସ୍‌ଲାବାଦ ସହ ଆଲୋଚନା କରାଯିବ ନାହିଁ। ସେହିପରି ବାଂଲାଦେଶରେ କଠୋରପନ୍ଥୀ ତତ୍ତ୍ୱଙ୍କୁ ନେଇ ମଧ୍ୟ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ଚାଇନା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ରାହୁଲ କହିଥିଲେ, ଚାଇନା ସୈନ୍ୟଙ୍କୁ ଆମ ଭୂଖଣ୍ଡର ୪,୦୦୦ ବର୍ଗ କି.ମି. ଭିତରକୁ ଡାକି ଅଣାଯାଇଛି। ସେମାନେ ଲଦାଖରେ ଦିଲ୍ଲୀ ଆକୃତି ସମାନ ଅଞ୍ଚଳ ମାଡ଼ିବସିଛନ୍ତି। ଏହା ଏକ ବିପର୍ଯ୍ୟୟ, ଯାହା ଉପରେ ଗଣମାଧ୍ୟମ କିଛି ଲେଖିବାକୁ ଚାହେଁ ନାହିଁ। ଆମେରିକାର ଏକ ପଡ଼ୋଶୀ ଏତେ ଅଞ୍ଚଳ ଦଖଲ କରିନେଲେ ଓ୍ବାଶିଂଟନ୍‌ କିପରି ପ୍ରତିକ୍ରିୟା ପ୍ରକାଶ କରିବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ସଫଳ ମୁକାବିଲା କରିପାରି ନାହାନ୍ତି। ଚାଇନା ସୈନ୍ୟ ଆମ ଭୂଖଣ୍ଡରେ କାହିଁକି ରହିଛନ୍ତି, ତା’ର କାରଣ ଜାଣିପାରୁ ନାହିଁ ବୋଲି ରାହୁଲ କହିଛନ୍ତି।
ରାହୁଲ ସେଠାରେ ଉପସ୍ଥିତ ଶିଖ୍‌ ସମୁଦାୟର ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାମ ପଚାରିବା ସହ କହିଥିଲେ, ଭାରତରେ ଏଭଳି ପଗଡ଼ି ପିନ୍ଧି ଗୁରୁଦ୍ୱାରାକୁ ଯିବାକୁ ଅନୁମତି ମିଳି ନ ପାରେ। ସେଥିପାଇଁ କଂଗ୍ରେସ ଲଢ଼େଇ କରୁଛି। କେବଳ ଶିଖ୍‌ ନୁହନ୍ତି, ବରଂ ସବୁ ଧର୍ମ ପାଇଁ ଏହି ଲଢ଼େଇ ଉଦ୍ଦିଷ୍ଟ। ଅନ୍ୟପକ୍ଷେ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ ଦେଶରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି, ରାହୁଲ ବିଦେଶକୁ ଯାଇ ଭାରତ ବିରୋଧୀ କଥା କହିବା ଦୁର୍ଭାଗ୍ୟଜନକ। ତାଙ୍କ ଦେଶ ବିରୋଧୀ ଏଜେଣ୍ଡା ସଫଳ ହେବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କଠାରୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ପର୍ଯ୍ୟନ୍ତ କଂଗ୍ରେସ ନେତାଙ୍କ ବୟାନକୁ ‘ଲଜ୍ଜାଜନକ’ ଦର୍ଶାଇ ତାଙ୍କଠାରୁ କ୍ଷମା ଦାବି କରିଛନ୍ତି। ଇତିମଧ୍ୟରେ ଭାଜପା ସମର୍ଥିତ ଏକ ଶିଖ୍‌ ଗୋଷ୍ଠୀ ପକ୍ଷରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଦିଲ୍ଲୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିଖ୍‌ମାନେ କଂଗ୍ରେସ ତୁଳନାରେ ଭାଜପା ସରକାର ଅମଳରେ ଅଧିକ ସୁରକ୍ଷିତ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

The post ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ appeared first on Dharitri Odia News.