ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା
ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ, ସେମାନେ (ଚାଇନା) ମହାକାଶରେ ଏକ ଗୁପ୍ତ ସାମରିକ କାର୍ଯ୍ୟକ୍ରମ ଚଳାଉଛନ୍ତି, ଯାହା ଦ୍ୱାରା ସେମାନେ ଚନ୍ଦ୍ରରେ ନିଜର କବ୍ଜା କରିପାରିବେ। ସେମାନେ ଏହି ସୂଚନା ଲୁଚାଉଛନ୍ତି। ନେଲସନ କହିଛନ୍ତି, ଚାଇନା ସର୍ବଦା ଏହା କହେ ଯେ ମହାକାଶରେ ଏହାର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବୈଜ୍ଞାନିକ ଅଟେ। ଏହାର […] The post ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା appeared first on Dharitri Odia News.
ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ, ସେମାନେ (ଚାଇନା) ମହାକାଶରେ ଏକ ଗୁପ୍ତ ସାମରିକ କାର୍ଯ୍ୟକ୍ରମ ଚଳାଉଛନ୍ତି, ଯାହା ଦ୍ୱାରା ସେମାନେ ଚନ୍ଦ୍ରରେ ନିଜର କବ୍ଜା କରିପାରିବେ। ସେମାନେ ଏହି ସୂଚନା ଲୁଚାଉଛନ୍ତି।
ନେଲସନ କହିଛନ୍ତି, ଚାଇନା ସର୍ବଦା ଏହା କହେ ଯେ ମହାକାଶରେ ଏହାର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବୈଜ୍ଞାନିକ ଅଟେ। ଏହାର ଉଦ୍ଦେଶ୍ୟ କୌଣସି ପ୍ରକାରେ ଏନକାଉଣ୍ଟର କରିବା ନୁହେଁ। କିନ୍ତୁ ଚାଇାନର ଭିନ୍ନ ଉଦ୍ଦେଶ୍ୟ ରହିଛି। ଆମେ ଅନୁଭବ କରୁଛୁ ଯେ ଚାଇନା ମହାକାଶ କ୍ଷେତ୍ରରେ ଅସାଧାରଣ ଅଗ୍ରଗତି କରିଛି, କିନ୍ତୁ ଏହାର ଅଧିକାଂଶ କାର୍ଯ୍ୟକ୍ରମ ଗୁପ୍ତ ରହିଛି। ଉଭୟ ଆମେରିକା ଏବଂ ଚାଇନା ଚନ୍ଦ୍ର ଉପରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବାକୁ ଚେଷ୍ଟା କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଚାଇନାର ବୈଜ୍ଞାନିକମାନେ ଡିଜ୍ନିଲ୍ୟାଣ୍ଡର ଆକାର ବିଶିଷ୍ଟ ଏକ ଚନ୍ଦ୍ର ବେସ୍ ନିର୍ମାଣ କରିବାକୁ ଘୋଷଣା କରିଥିଲେ।
ନେଲସନ କହିଛନ୍ତି, ଚାଇନାର ଉଦ୍ଦେଶ୍ୟ ଏହା ଚନ୍ଦ୍ରର କିଛି ଅଂଶ ନେବାକୁ ଚାହୁଁଥିବା ପରି ମନେ ହେଉଛି। ଆମେ ଏକ ରେସ୍ରେ ଅଛୁ। ୨୦୩୦ ସୁଦ୍ଧା ଚନ୍ଦ୍ରରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଛୁ। ଆମେ ଶୀଘ୍ର ସେଠାରେ ପହଞ୍ଚିବାକୁ ଚାହୁଁଛୁ। ସେପ୍ଟେମ୍ବର ୨୦୨୬ରେ ଆର୍ଟେମିସ ଆଇଆଇଆଇ ଲଞ୍ଚ ହେବ। ଆମେରିକା ଚାଇନା ଠାରୁ ବହୁତ ଆଗରେ ଅଛି।
The post ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା appeared first on Dharitri Odia News.