ଚାଇନା ସହ ବନ୍ଧୁତ୍ୱ ହେଲେ…, ଭାରତ ଆସିବା ପରେ ବଦଳିଗଲା ମୁଇଜୁଙ୍କ ସ୍ବର
ନୂଆଦିଲ୍ଲୀ,୭।୧୦: ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ମାଲଦ୍ୱୀପର ପ୍ରଥମ ଲେଡି ସାଜିଦା ମହମ୍ମଦ ଭାରତ ଗସ୍ତରେ ରବିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୁଇଜୁଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ମୁଇଜୁଙ୍କ ସହ ସାକ୍ଷାତ ସମୟରେ ଜୟଶଙ୍କର ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ଆଲୋଚନା ଦୁଇ […] The post ଚାଇନା ସହ ବନ୍ଧୁତ୍ୱ ହେଲେ…, ଭାରତ ଆସିବା ପରେ ବଦଳିଗଲା ମୁଇଜୁଙ୍କ ସ୍ବର appeared first on Dharitri Odia News.
ନୂଆଦିଲ୍ଲୀ,୭।୧୦: ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ମାଲଦ୍ୱୀପର ପ୍ରଥମ ଲେଡି ସାଜିଦା ମହମ୍ମଦ ଭାରତ ଗସ୍ତରେ ରବିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମୁଇଜୁଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ।
ମୁଇଜୁଙ୍କ ସହ ସାକ୍ଷାତ ସମୟରେ ଜୟଶଙ୍କର ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ଆଲୋଚନା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ଗଭୀର କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଇନଷ୍ଟାଗ୍ରାମରେ ମୁଇଜୁଙ୍କ ସହ ଫଟୋ ଶେୟାର କରି ଜୟଶଙ୍କର କହିଛନ୍ତି ଯେ ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ସ୍ବାଗତ କରି ସେ ବହୁତ ଖୁସି।
ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆ ସହ କଥାବାର୍ତ୍ତା ବେଳେ ସେ ଏହା ମଧ୍ୟ କହିଛନ୍ତି ଯେ ମାଲଦ୍ୱୀପ ଏପରି ନିଷ୍ପତ୍ତି ନେବ ନାହିଁ ଯାହା ଭାରତକୁ ଦୁର୍ବଳ କରିବ କିମ୍ବା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନଷ୍ଟ କରିବ।
ସୂଚନାଯୋଗ୍ୟ, ଯେତେବେଳେ ତାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ ବର୍ତ୍ତମାନ ମାଲଦ୍ୱୀପ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବହୁତ ଭଲ, ତେବେ ଭାରତ ବିଶ୍ୱାସ କରିପାରିବ ଯେ ମାଲଦ୍ୱୀପ କଦାପି ଏପରି କରିବ ନାହିଁ ଯାହା ଭାରତର ସୁରକ୍ଷାକୁ ଦୁର୍ବଳ କରିବ।
ଏହା ଉପରେ ରାଷ୍ଟ୍ରପତି ମୁଇଜୁ କହିଛନ୍ତି ଯେ ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଉଭୟ ଦେଶ ମଧ୍ୟ ଭଲ ବନ୍ଧୁ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ସ୍ବାର୍ଥ ସହିତ ଜଡିତ। ମାଲଦ୍ୱୀପର କୌଣସି ନିଷ୍ପତ୍ତି ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଇବ ନାହିଁ। ଏଥି ସହିତ କୌଣସି ଦେଶ ସହ ଆମର ଆଲୋଚନା ଭାରତ ସହ ଆମର ସମ୍ପର୍କକୁ ଦୁର୍ବଳ କରିବ ନାହିଁ।
The post ଚାଇନା ସହ ବନ୍ଧୁତ୍ୱ ହେଲେ…, ଭାରତ ଆସିବା ପରେ ବଦଳିଗଲା ମୁଇଜୁଙ୍କ ସ୍ବର appeared first on Dharitri Odia News.