ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍ର ନୂଆ ରାଷ୍ଟ୍ରପତି
ତାଇପେଇ ,୨୧ା୫: ତାଇଓ୍ବାନ୍ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ ଲାଇ ତାଙ୍କର ପ୍ରଥମ ଭାଷଣରେ କହିଛନ୍ତି। ମଧ୍ୟମପନ୍ଥୀ ନେତା ଲାଇ ତାଇଓ୍ବାନର ବାସ୍ତବ ସ୍ବାଧୀନତା ନୀତିକୁ ବଜାୟ ରଖିବା ସହ ଚାଇନା ବିରୋଧରେ ଦେଶର ସାମରିକ କ୍ଷମତା ବଢ଼ାଇବାକୁ ଚାହାନ୍ତି। ସେ ସାଇ ଇଙ୍ଗଓ୍ବେନ୍ଙ୍କଠାରୁ କ୍ଷମତା ହାସଲ କରିଛନ୍ତି। କୋଭିଡ୍ ମହାମାରୀ ଏବଂ ଚାଇନାର ସାମରିକ ଧମକ ସତ୍ତ୍ୱେ ଇଙ୍ଗ୍ଓ୍ବେନ୍ […] The post ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍ର ନୂଆ ରାଷ୍ଟ୍ରପତି appeared first on Dharitri Odia News.
ତାଇପେଇ ,୨୧ା୫: ତାଇଓ୍ବାନ୍ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ ଲାଇ ତାଙ୍କର ପ୍ରଥମ ଭାଷଣରେ କହିଛନ୍ତି। ମଧ୍ୟମପନ୍ଥୀ ନେତା ଲାଇ ତାଇଓ୍ବାନର ବାସ୍ତବ ସ୍ବାଧୀନତା ନୀତିକୁ ବଜାୟ ରଖିବା ସହ ଚାଇନା ବିରୋଧରେ ଦେଶର ସାମରିକ କ୍ଷମତା ବଢ଼ାଇବାକୁ ଚାହାନ୍ତି। ସେ ସାଇ ଇଙ୍ଗଓ୍ବେନ୍ଙ୍କଠାରୁ କ୍ଷମତା ହାସଲ କରିଛନ୍ତି। କୋଭିଡ୍ ମହାମାରୀ ଏବଂ ଚାଇନାର ସାମରିକ ଧମକ ସତ୍ତ୍ୱେ ଇଙ୍ଗ୍ଓ୍ବେନ୍ ଦେଶରେ ଆର୍ଥତ୍କ ଓ ସାମାଜିକ ବିକାଶ ଆଣିଥିଲେ। ଲାଇଙ୍କ ଶପଥ ଗ୍ରହଣ ଉତ୍ସବ ବେଳେ ରାଷ୍ଟ୍ରପତି ଭବନ ବାହାରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ।
The post ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍ର ନୂଆ ରାଷ୍ଟ୍ରପତି appeared first on Dharitri Odia News.