ଚାଇନାରେ ଭୟଙ୍କର ବନ୍ୟା

ସାନ୍‌ଗ୍ଲୁ ,୨୧ା୭ ଚାଇନାର ଉତ୍ତର ଏବଂ ଉତ୍ତରପୂର୍ବାଞ୍ଚଳରେ ସପ୍ତାହେ ହେଲା ପ୍ରବଳ ବର୍ଷା ଲାଗି ରହିବା ଫଳରେ ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ବର୍ଷା ବିତ୍ପାତ ଓ ବନ୍ୟାରେ ୨୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ନିଖୋଜ ହୋଇଯାଇଛନ୍ତି। ଶାନ୍‌କ୍ସିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବ୍ରିଜ୍‌ ଭୁଶୁଡ଼ିବାରୁ ୧୨ ଜଣଙ୍କ ମୃତ୍ୟୁ ହେବା ସହ ୩୦ ଜଣ ଆହତ ହୋଇଛନ୍ତି। ସାନ୍‌ଗ୍ଲୁ ସହର ଦେଇ ଯାଇଥିବା ଉକ୍ତ ନଦୀରେ ବ୍ରିଜ୍‌ ଭୁଶୁଡ଼ିବାରୁ ୧୭ଟି କାର୍‌ […] The post ଚାଇନାରେ ଭୟଙ୍କର ବନ୍ୟା appeared first on Dharitri Odia News.

ଚାଇନାରେ ଭୟଙ୍କର ବନ୍ୟା

ସାନ୍‌ଗ୍ଲୁ ,୨୧ା୭ ଚାଇନାର ଉତ୍ତର ଏବଂ ଉତ୍ତରପୂର୍ବାଞ୍ଚଳରେ ସପ୍ତାହେ ହେଲା ପ୍ରବଳ ବର୍ଷା ଲାଗି ରହିବା ଫଳରେ ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ବର୍ଷା ବିତ୍ପାତ ଓ ବନ୍ୟାରେ ୨୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ନିଖୋଜ ହୋଇଯାଇଛନ୍ତି। ଶାନ୍‌କ୍ସିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବ୍ରିଜ୍‌ ଭୁଶୁଡ଼ିବାରୁ ୧୨ ଜଣଙ୍କ ମୃତ୍ୟୁ ହେବା ସହ ୩୦ ଜଣ ଆହତ ହୋଇଛନ୍ତି।

ସାନ୍‌ଗ୍ଲୁ ସହର ଦେଇ ଯାଇଥିବା ଉକ୍ତ ନଦୀରେ ବ୍ରିଜ୍‌ ଭୁଶୁଡ଼ିବାରୁ ୧୭ଟି କାର୍‌ ଏବଂ ୮ଟି ଟ୍ରକ ନଦୀ ଗର୍ଭରେ ଖସିପଡ଼ିଥିଲା। ନିଖୋଜମାନଙ୍କୁ ଖୋଜି ବାହାର କରିବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଉଦ୍ଧାରକାରୀ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ସିଚୁଆନ ପ୍ରଦେଶର ୟାନ ସହରରେ ପ୍ରବଳ ବର୍ଷା ଓ ବନ୍ୟାରେ ୩୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସାନକ୍ସିର ବାଓଜି ସହରରେ ବର୍ଷାଜନିତ ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ ୫ ଜଣ ପ୍ରାଣ ହରାଇଥିବାବେଳେ ୮ ଜଣ ନିଖୋଜ ଅଛନ୍ତି।

 

The post ଚାଇନାରେ ଭୟଙ୍କର ବନ୍ୟା appeared first on Dharitri Odia News.