ଚାଉଳ କେ.ଜି.୧୦ ହଜାର ଟଙ୍କା

ଟୋକିଓ: ଭାରତୀୟମାନଙ୍କର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଉଳକୁ ଧରାଯାଇଥାଏ। ବଜାରରେ ବିଭିନ୍ନ ମୂଲ୍ୟର ଚାଉଳ ଉପଲବ୍ଧ ରହିଥାଏ। ସେଠାରୁ ସାଧାରଣତଃ ଲୋକମାନେ ସେମାନଙ୍କର ବଜେଟ ଏବଂ ଆବଶ୍ୟକତା ଅନୁଯାୟୀ ଚାଉଳ କିଣିଥାନ୍ତି। ଭାରତରେ ସାଧାରଣତଃ ଭଲ ଏବଂ ପ୍ରିମିୟମ୍‌ ଗୁଣାତ୍ମକ ଚାଉଳର ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ରୁ ୨୦୦ ଟଙ୍କା ମଧ୍ୟରେ ରହିଥାଏ। ତେବେ ଜାପାନରେ ଉତ୍ପାଦିତ ହେଉଥିବା ଏକ ଚାଉଳ ଭାରତୀୟ ଚାଉଳଠାରୁ ୧୦୦ ଗୁଣା ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ଏକ […] The post ଚାଉଳ କେ.ଜି.୧୦ ହଜାର ଟଙ୍କା appeared first on Dharitri Odia News.

ଚାଉଳ କେ.ଜି.୧୦ ହଜାର ଟଙ୍କା

ଟୋକିଓ: ଭାରତୀୟମାନଙ୍କର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଉଳକୁ ଧରାଯାଇଥାଏ। ବଜାରରେ ବିଭିନ୍ନ ମୂଲ୍ୟର ଚାଉଳ ଉପଲବ୍ଧ ରହିଥାଏ। ସେଠାରୁ ସାଧାରଣତଃ ଲୋକମାନେ ସେମାନଙ୍କର ବଜେଟ ଏବଂ ଆବଶ୍ୟକତା ଅନୁଯାୟୀ ଚାଉଳ କିଣିଥାନ୍ତି। ଭାରତରେ ସାଧାରଣତଃ ଭଲ ଏବଂ ପ୍ରିମିୟମ୍‌ ଗୁଣାତ୍ମକ ଚାଉଳର ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ରୁ ୨୦୦ ଟଙ୍କା ମଧ୍ୟରେ ରହିଥାଏ। ତେବେ ଜାପାନରେ ଉତ୍ପାଦିତ ହେଉଥିବା ଏକ ଚାଉଳ ଭାରତୀୟ ଚାଉଳଠାରୁ ୧୦୦ ଗୁଣା ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ଏକ ରିପୋର୍ଟ ଅନୁଯାୟୀ, କିନ୍‌ମେମାଇ ପ୍ରିମିୟମ୍‌ ନାମକ ଏକ ଜାପାନୀ ଚାଉଳ ହେଉଛି ବିଶ୍ୱର ସବୁଠାରୁ ଦାମୀ ଚାଉଳ। ଅତ୍ୟଧିକ ମୂଲ୍ୟ ଯୋଗୁ ଏହି ଚାଉଳ ପୂର୍ବରୁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡସ୍‌ରେ ମଧ୍ୟ ସ୍ଥାନିତ ହୋଇସାରିଛି। କିନ୍‌ମେମାଇ ପ୍ରିମିୟମ୍‌ ରାଇସ୍‌ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ପାରମ୍ପରିକ ଚାଉଳ ଅପେକ୍ଷା ଏଥିରେ ୧.୮ ଗୁଣା ଅଧିକ ଫାଇବର ଏବଂ ୭ ଗୁଣା ଅଧିକ ଭିଟାମିନ୍‌ ବି୧ ରହିଥାଏ। ଏହି ଚାଉଳ ସାମାନ୍ୟ ମିଠା ଏବଂ ସୁଗନ୍ଧିତ ମଧ୍ୟ। ରିପୋର୍ଟ ଅନୁଯାୟୀ, ୨୦୧୬ରେ ଏହି ଚାଉଳର ମୂଲ୍ୟ ୯,୧୨୩ ଟଙ୍କା ପ୍ରତି କେ.ଜି. ରହିଥିଲା। ସେତେବେଳେ ଏହାକୁ ବିଶ୍ବର ସର୍ବୋତ୍ତମ ଚାଉଳ ଭାବରେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହାର ମୂଲ୍ୟ କେ.ଜି. ପ୍ରତି ୧୦ ହଜାର ଟଙ୍କାରୁ ଅଧିକ ରହିଛି।

The post ଚାଉଳ କେ.ଜି.୧୦ ହଜାର ଟଙ୍କା appeared first on Dharitri Odia News.