ଚାକିରି କରାଇ ଦେବାକୁ କହି ଶିକ୍ଷୟିତ୍ରୀ ଠକିନେଇଥିଲେ ୫ ଲକ୍ଷ ଟଙ୍କା, ଯିବାକୁ ପଡ଼ିଲା ଜେଲ୍
ଘସିପୁରା,୧୦ା୮(ନିରଞ୍ଜନ ସାହୁ): ଚାକିରି କରାଇ ଦେବା ନାଁରେ ଅର୍ଥ ତୋଷରପାତ କରି ଜଣେ ଶିକ୍ଷୟିତ୍ରୀଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ ଯୁବତୀ ଶେଷରେ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ଗ୍ରାମ୍ୟ ଅଦାଲତରେ ହାଜର କରିଛି। ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଶେଷରେ ଶିକ୍ଷୟିତ୍ରୀଙ୍କୁ ଜେଲ୍ […] The post ଚାକିରି କରାଇ ଦେବାକୁ କହି ଶିକ୍ଷୟିତ୍ରୀ ଠକିନେଇଥିଲେ ୫ ଲକ୍ଷ ଟଙ୍କା, ଯିବାକୁ ପଡ଼ିଲା ଜେଲ୍ appeared first on Dharitri Odia News.
ଘସିପୁରା,୧୦ା୮(ନିରଞ୍ଜନ ସାହୁ): ଚାକିରି କରାଇ ଦେବା ନାଁରେ ଅର୍ଥ ତୋଷରପାତ କରି ଜଣେ ଶିକ୍ଷୟିତ୍ରୀଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ ଯୁବତୀ ଶେଷରେ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଆଧାରରେ ପୋଲିସ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ଗ୍ରାମ୍ୟ ଅଦାଲତରେ ହାଜର କରିଛି। ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଶେଷରେ ଶିକ୍ଷୟିତ୍ରୀଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଆନନ୍ଦପୁର ଥାନା ଅଧୀନ ଚୋରଗଡ଼ିଆ ଗୋପାଳପୁରର ଯୁବତୀ ମଧୁସ୍ମିତା ଜେନାଙ୍କ ଅଭିଯୋଗ ଆଧାରରେ ଘସିପୁରା ପୋଲିସ ୩୧୪/୨୪ରେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ବେହେରାଙ୍କ ସ୍ତ୍ରୀ ଅଭିଯୁକ୍ତ ଶିକ୍ଷୟିତ୍ରୀ ଅନସୂୟା ବାରିକଙ୍କୁ ଆନନ୍ଦପୁର ପୌରାଞ୍ଚଳ ଜଅଁରାସ୍ଥିତ ବାସଗୃହରୁ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷୟିତ୍ରୀ ଯାଜପୁର ଜିଲା ରଗଡ଼ି ତାଳପଦା ସେବାଶ୍ରମରେ ଶିକ୍ଷକତା କରୁଛନ୍ତି। ସେ ଅଭିଯୋଗକାରୀ ମଧୁସ୍ମିତାଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୫ ଲକ୍ଷ ୬୫ ହଜାର ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଘସିପୁରା ପୋଲିସ ମନୀଷା ଗୁପ୍ତା ତଦନ୍ତ କରି ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଅଦାଲତରେ ହାଜର କରାଇଥିଲେ।
The post ଚାକିରି କରାଇ ଦେବାକୁ କହି ଶିକ୍ଷୟିତ୍ରୀ ଠକିନେଇଥିଲେ ୫ ଲକ୍ଷ ଟଙ୍କା, ଯିବାକୁ ପଡ଼ିଲା ଜେଲ୍ appeared first on Dharitri Odia News.