ଚାକିରି ଠକେଇରେ ଆଉଟ୍ସୋର୍ସିଂ କର୍ମଚାରୀ
କଟକ,୧୨ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଚାକିରି କରାଇ ଦେବାକୁ କହି ଆଉଟ୍ସୋର୍ସିଂ ସଂସ୍ଥାର କେତେଜଣ କର୍ମଚାରୀ ଲୋକଙ୍କଠାରୁ ଟଙ୍କା ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଚାକିରି ମିଳୁନି। ଫଳରେ ଠକେଇର ଶିକାର ହେଉଥିବା ଲୋକମାନେ ଥାନାରେ ଅଭିଯୋଗ କରୁଛନ୍ତି। ଏହିକ୍ରମରେ ସୁନ୍ଦରଗଡ଼ ଜିଲାର ହୀରାମଣି ଆଢ଼ା ନାମକ ବ୍ୟକ୍ତି ଏସ୍ସିବିରେ ଚାକିରି ପାଇବା ଆଶାରେ ଠକେଇ ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଚାକିରି ଦେବାକୁ କହି ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସେ ମଙ୍ଗଳାବାଗ […] The post ଚାକିରି ଠକେଇରେ ଆଉଟ୍ସୋର୍ସିଂ କର୍ମଚାରୀ appeared first on Dharitri Odia News.
କଟକ,୧୨ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଚାକିରି କରାଇ ଦେବାକୁ କହି ଆଉଟ୍ସୋର୍ସିଂ ସଂସ୍ଥାର କେତେଜଣ କର୍ମଚାରୀ ଲୋକଙ୍କଠାରୁ ଟଙ୍କା ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ଚାକିରି ମିଳୁନି। ଫଳରେ ଠକେଇର ଶିକାର ହେଉଥିବା ଲୋକମାନେ ଥାନାରେ ଅଭିଯୋଗ କରୁଛନ୍ତି। ଏହିକ୍ରମରେ ସୁନ୍ଦରଗଡ଼ ଜିଲାର ହୀରାମଣି ଆଢ଼ା ନାମକ ବ୍ୟକ୍ତି ଏସ୍ସିବିରେ ଚାକିରି ପାଇବା ଆଶାରେ ଠକେଇ ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଚାକିରି ଦେବାକୁ କହି ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ପୂର୍ବରୁ ଅନେକଥର ଘଟିସାରିଛି। ତେଣୁ ଏଭଳି ଠକେଇ ରୋକିବା ଓ ଏସ୍ସିବିକୁ ଦଲାଲମୁକ୍ତ କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମେଡିକାଲ କର୍ତ୍ତୃପକ୍ଷ ଏନେଇ କଟକ ଡିସିପି, ମଙ୍ଗଳାବାଗ ପୋଲିସ ଓ ଫାଣ୍ଡି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବା ସହ ଏଭଳି ଘଟଣାରେ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିଲେ ତୁରନ୍ତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍ସିବି କର୍ତ୍ତୃପକ୍ଷ ପୋଲିସକୁ ଜଣାଇଥିବା ମେଡିକାଲର କୁଳସଚିବ ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏସ୍ସିବିରେ ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇଁ ଆଉଟ୍ସୋର୍ସିଂ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥାଏ। ଆବଶ୍ୟକ ମୁତାବକ କର୍ମଚାରୀ ଉକ୍ତ ସଂସ୍ଥା ଯୋଗାଇଥାଏ। ଉକ୍ତ ସଂସ୍ଥା କାହାଠାରୁ ଅର୍ଥ ନେଇଥିଲେ ସେଥିରେ ଏସ୍ସିବିର କୌଣସି ଭୂମିକା ନାହିଁ। ଘଟଣାରେ ସମ୍ପୃକ୍ତି ଥିବା ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ମେଡିକାଲ ଲୋଗୋ କିମ୍ବା ନାମରେ କୌଣସି ବ୍ୟକ୍ତି ନିଯୁକ୍ତିପତ୍ର ଦେଇ ଟଙ୍କା ନେଉଥିଲେ ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ରାଉତ କହିଛନ୍ତି। ସୂଚନାଯୋଗ୍ୟ, ଗତ ଏକବର୍ଷ ମଧ୍ୟରେ ଏସ୍ସିବି ମେଡିକାଲକୁ ଆସିଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ପଠାଇବା, ଚାକିରି କରାଇଦେବାକୁ କହି ଟଙ୍କା ଠକିନେବା ଓ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପ୍ରାୟ ୪୦ ଜଣ ଦଲାଲଙ୍କୁ ଗିରଫ କରାଯାଇଛି।
The post ଚାକିରି ଠକେଇରେ ଆଉଟ୍ସୋର୍ସିଂ କର୍ମଚାରୀ appeared first on Dharitri Odia News.