ଚାକିରି ପଛରେ ପଡ଼ି ନାହାନ୍ତି । ଚାଷକୁ କରିଛନ୍ତି ପେଶା , ବର୍ଷକୁ ରୋଜଗାର ଲକ୍ଷାଧିକ ଟଙ୍କା ।
କନକ ବ୍ୟୁରୋ: ଚାକିରି ପଛରେ ନପଡ଼ି ଷ୍ଟ୍ରବେରୀ, ମାଛ ଚାଷ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସଫଳ ଚାଷୀ ଭାବେ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହେବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯାଜପୁର ଦାନଗଦି ବ୍ଲକ ଟୋଲକାନି ଗାଁର ରାମଚନ୍ଦ୍ର ସାହୁ । ଚାଷକୁ ପେଶା କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଶିକ୍ଷିତ ହୋଇ ଚାକିରି ପଛରେ ନଗୋଡାଇ ଚାଷ ପ୍ରତି ମନ ବଳାଇଥିବା ରାମ ଚନ୍ଦ୍ର ଆଜି ଅନେକଙ୍କ ପାଈଁ ଉଦାହରଣ ସୃଷ୍ଟି କରିଛନ୍ତି । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଗାଁର ରାମଚନ୍ଦ୍ର ସାହୁ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ପାଠ ପଢିବା ସହ ମୋବାଇଲ ଦୋକାନଟିଏ କରିଥିଲେ । ହେଲେ କରୋନା ପାଇଁ ବ୍ୟବସାୟ ବି ବନ୍ଦ ହୋଇଗଲା । ବାପାଙ୍କ ସହାୟତାରେ ନିଜ ଜମିରେ ଆରମ୍ଭ କଲେ ପନିପରିବା, ନଡିଆ ଓ ମାଛ ଚାଷ । ସେଥିରେ ସଫଳତା ପାଇବା ପରେ ରାମଚନ୍ଦ୍ର ଆଉ ପଛକୁ ଫେରିନାହାନ୍ତି । ଚଳିତ ବର୍ଷ ସେ ଷ୍ଟ୍ରବେରୀ ଚାଷ କରି ସେଥିରେ ମଧ୍ୟ ସଫଳ ହୋଇଛନ୍ତି । ବ୍ଲକରେ ଯୋଗାଯୋଗ କରି ଏକ ଏକର ଜମିରେ ଷ୍ଟ୍ରବେରୀ ଲଗାଇଥିଲେ । ଦୁଇ ମାସ ଭିତରେ ଫଳ ଅମଳ କରି ବଜାରରେ ବିକି ଭଲ ରୋଜଗାର କରୁଛନ୍ତି । ସଫଳ ଚାଷୀ ଭାବେ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଛନ୍ତି । ରାମଚନ୍ଦ୍ର ପ୍ରଥମେ ପନିପରିବା, ନଡିଆ ଓ ମାଛ ଚାଷ କରୁଥିଲେ । ପରେ ସେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଚିନ୍ତା କରି ପରୀକ୍ଷା ମୂଳକ ଭାବେ

କନକ ବ୍ୟୁରୋ: ଚାକିରି ପଛରେ ନପଡ଼ି ଷ୍ଟ୍ରବେରୀ, ମାଛ ଚାଷ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସଫଳ ଚାଷୀ ଭାବେ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହେବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯାଜପୁର ଦାନଗଦି ବ୍ଲକ ଟୋଲକାନି ଗାଁର ରାମଚନ୍ଦ୍ର ସାହୁ । ଚାଷକୁ ପେଶା କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଶିକ୍ଷିତ ହୋଇ ଚାକିରି ପଛରେ ନଗୋଡାଇ ଚାଷ ପ୍ରତି ମନ ବଳାଇଥିବା ରାମ ଚନ୍ଦ୍ର ଆଜି ଅନେକଙ୍କ ପାଈଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଗାଁର ରାମଚନ୍ଦ୍ର ସାହୁ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ପାଠ ପଢିବା ସହ ମୋବାଇଲ ଦୋକାନଟିଏ କରିଥିଲେ । ହେଲେ କରୋନା ପାଇଁ ବ୍ୟବସାୟ ବି ବନ୍ଦ ହୋଇଗଲା । ବାପାଙ୍କ ସହାୟତାରେ ନିଜ ଜମିରେ ଆରମ୍ଭ କଲେ ପନିପରିବା, ନଡିଆ ଓ ମାଛ ଚାଷ । ସେଥିରେ ସଫଳତା ପାଇବା ପରେ ରାମଚନ୍ଦ୍ର ଆଉ ପଛକୁ ଫେରିନାହାନ୍ତି । ଚଳିତ ବର୍ଷ ସେ ଷ୍ଟ୍ରବେରୀ ଚାଷ କରି ସେଥିରେ ମଧ୍ୟ ସଫଳ ହୋଇଛନ୍ତି । ବ୍ଲକରେ ଯୋଗାଯୋଗ କରି ଏକ ଏକର ଜମିରେ ଷ୍ଟ୍ରବେରୀ ଲଗାଇଥିଲେ । ଦୁଇ ମାସ ଭିତରେ ଫଳ ଅମଳ କରି ବଜାରରେ ବିକି ଭଲ ରୋଜଗାର କରୁଛନ୍ତି । ସଫଳ ଚାଷୀ ଭାବେ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଛନ୍ତି ।
ରାମଚନ୍ଦ୍ର ପ୍ରଥମେ ପନିପରିବା, ନଡିଆ ଓ ମାଛ ଚାଷ କରୁଥିଲେ । ପରେ ସେ ଷ୍ଟ୍ରବେରୀ ଚାଷ କରିବା ପାଇଁ ଚିନ୍ତା କରି ପରୀକ୍ଷା ମୂଳକ ଭାବେ ଆରମ୍ଭ କରିଥିଲେ । ଦୁଇ ମାସ ମଧ୍ୟରେ ଫଳ ଅମଳ କରି ବଜାରରେ ବିକି ଭଲ ଲାଭ ମଧ୍ୟ କଲେ । ଷ୍ଟ୍ରବେରୀ ଚାଷ ବିଷୟରେ ଜାଣିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ରାମଚନ୍ଦ୍ରଙ୍କ ବଗିଚା ବୁଲି ଦେଖିବା ସହ ଷ୍ଟ୍ରବେରୀ ଚାଷ ପ୍ରତି ମନବଳାଇଛନ୍ତି । ଏହା ସହ ନିଜ ଚାଷ କାର୍ୟ୍ୟରେ ନିଜ ଗାଁର ପାଞ୍ଚ ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଶୀତଳ ଭଣ୍ଡାର ଏବଂ ବଜାର ସମସ୍ୟାର ଅଭାବ ଥିବାରୁ ଅନେକ ଚାଷୀ ଚାଷ ଛାଡୁ ଥିବାବେଳେ ଏହି ସମୟରେ ରାମଚନ୍ଦ୍ର ଏବଂ ତାଙ୍କ ବାପା-ମା ଦିନ ରାତି ପରିଶ୍ରମ କରି ଚାଷ କାର୍ଯ୍ୟରେ ସଫଳ ହୋଇପାରିଛନ୍ତି ।