ଚାକିରିରୁ ବିଦା ହେଲେ ଲେଡି କନ୍‌ଷ୍ଟେବଳ, ଡ୍ରଗ୍ସ ଯୋଗାଣ ବେଳେ ଗିରଫ

ମୁମ୍ଵାଇ ୦୪।୦୪; ସୋସିଆଲ ମିଡିଆରେ  ‘ଇନ୍‌ଷ୍ଟା କୁଇନ୍‌’ ନାଁରେ ଜଣାଶୁଣା ପଞ୍ଜାବ ପୋଲିସର ବରିଷ୍ଠ  ଲେଡି କନ୍‌ଷ୍ଟେବଳ ଅମନଦୀପ କୌର। ବୁଧବାର ତାଙ୍କୁ ଡ୍ରଗ୍ସ ସହ ଗିରଫ କରାଯାଇଥିଲା । ସେ ହରିୟାଣାରେ ଡ୍ରଗ୍ସ ବିକ୍ରି କରୁଥିଲେ । ଗୁରୁବାର ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ନିଜ ଥାର୍‌ ଗାଡିରେ ହେରୋଇନ୍‌ ଯୋଗାଣ  କରିବାକୁ ଯାଉଥିବାବେଳେ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ  ଓ ପୋଲିସର ଟିମ୍‌ କୌରଙ୍କୁ ଅଟକାଇଥିଲା । ପୋଲିସ ତାଙ୍କ ଗାଡି ଅଟକାଇବାରୁ ପ୍ରଥମେ ସେ କର୍ମଚାରୀମାନଙ୍କୁ ଧମକ ଦେଇଥିଲେ। କିନ୍ତୁ ତାର କୌଣସି ପ୍ରଭାବ ନ ପଡିବାରୁ ଚମ୍ପଟ ମାରିବାକୁ ଉଦ୍ୟମ  କରିଥିଲେ। ପୋଲିସ ଟିମ୍‌ ତାଙ୍କର ପିଛା କରି ତାଙ୍କୁ ଗିରଫ  କରିଥିଲା । ଗାଡିର ଯାଞ୍ଚ କରାଯିବାରୁ ଗିଅର ବକ୍ସରୁ  ୧୭.୭୧ ଗ୍ରାମ ହେରୋଇନ୍‌ ମିଳିଥିଲା। ଆଇଜିପି ହେଡକ୍ୱାର୍ଟର ସୁଖଚୈନ୍‌ ସିଂହ କହିଛନ୍ତି,  ହେରୋଇନ୍‌ ସହ ଧରା ପଡିଥିବା ଲେଡି କନ୍‌ଷ୍ଟେବଳଙ୍କୁ  ତୁରନ୍ତ ଚାକିରିରୁ ବରଖାସ୍ତ କରାଯାଇଛି। ସରକାରୀ ନିୟମକୁ  ପାଳନ କରି ଧାରା ୩୧୧ ଅନୁସାରେ ତାଙ୍କ ବିରୋଧରେ ଏହି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କର ସମସ୍ତ ସମ୍ପତ୍ତିକୁ  ମଧ୍ୟ ଜବତ କରାଯିବ। ସେ ନିଜେ ନିଶା କରୁଥିବାବେଳେ  ତାଙ୍କର ଡୋପ୍‌ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଏନେଇ ବଠିଣ୍ଡା  ଡିଏସ୍‌ପି କହିଛନ୍ତି, କିଛି ପୋଲିସକର୍ମୀ ନିଶାଦ୍ରବ୍ୟ ଚ

ଚାକିରିରୁ ବିଦା ହେଲେ ଲେଡି କନ୍‌ଷ୍ଟେବଳ, ଡ୍ରଗ୍ସ ଯୋଗାଣ ବେଳେ ଗିରଫ

ମୁମ୍ଵାଇ ୦୪।୦୪; ସୋସିଆଲ ମିଡିଆରେ  ‘ଇନ୍‌ଷ୍ଟା କୁଇନ୍‌’ ନାଁରେ ଜଣାଶୁଣା ପଞ୍ଜାବ ପୋଲିସର ବରିଷ୍ଠ  ଲେଡି କନ୍‌ଷ୍ଟେବଳ ଅମନଦୀପ କୌର। ବୁଧବାର ତାଙ୍କୁ ଡ୍ରଗ୍ସ ସହ ଗିରଫ କରାଯାଇଥିଲା । ସେ ହରିୟାଣାରେ ଡ୍ରଗ୍ସ ବିକ୍ରି କରୁଥିଲେ । ଗୁରୁବାର ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ନିଜ ଥାର୍‌ ଗାଡିରେ ହେରୋଇନ୍‌ ଯୋଗାଣ  କରିବାକୁ ଯାଉଥିବାବେଳେ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ  ଓ ପୋଲିସର ଟିମ୍‌ କୌରଙ୍କୁ ଅଟକାଇଥିଲା । ପୋଲିସ ତାଙ୍କ ଗାଡି ଅଟକାଇବାରୁ ପ୍ରଥମେ ସେ କର୍ମଚାରୀମାନଙ୍କୁ ଧମକ ଦେଇଥିଲେ। କିନ୍ତୁ ତାର କୌଣସି ପ୍ରଭାବ ନ ପଡିବାରୁ ଚମ୍ପଟ ମାରିବାକୁ ଉଦ୍ୟମ  କରିଥିଲେ। ପୋଲିସ ଟିମ୍‌ ତାଙ୍କର ପିଛା କରି ତାଙ୍କୁ ଗିରଫ  କରିଥିଲା । ଗାଡିର ଯାଞ୍ଚ କରାଯିବାରୁ ଗିଅର ବକ୍ସରୁ  ୧୭.୭୧ ଗ୍ରାମ ହେରୋଇନ୍‌ ମିଳିଥିଲା। 

ଆଇଜିପି ହେଡକ୍ୱାର୍ଟର ସୁଖଚୈନ୍‌ ସିଂହ କହିଛନ୍ତି,  ହେରୋଇନ୍‌ ସହ ଧରା ପଡିଥିବା ଲେଡି କନ୍‌ଷ୍ଟେବଳଙ୍କୁ  ତୁରନ୍ତ ଚାକିରିରୁ ବରଖାସ୍ତ କରାଯାଇଛି। ସରକାରୀ ନିୟମକୁ  ପାଳନ କରି ଧାରା ୩୧୧ ଅନୁସାରେ ତାଙ୍କ ବିରୋଧରେ ଏହି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କର ସମସ୍ତ ସମ୍ପତ୍ତିକୁ  ମଧ୍ୟ ଜବତ କରାଯିବ। ସେ ନିଜେ ନିଶା କରୁଥିବାବେଳେ  ତାଙ୍କର ଡୋପ୍‌ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। 

ଏନେଇ ବଠିଣ୍ଡା  ଡିଏସ୍‌ପି କହିଛନ୍ତି, କିଛି ପୋଲିସକର୍ମୀ ନିଶାଦ୍ରବ୍ୟ ଚାଲାଣ କରୁଥିବା ନେଇ ଅଭିଯୋଗ ଆସୁଥିଲା। ସେଥିମଧ୍ୟରେ ଜଣେ କନ୍‌ଷ୍ଟେବଳ ସାମିଲ ଥିବାବେଳେ ସେ  ଥାର୍‌ ଗାଡି ଚଳାଉଥିବା ନେଇ ଖବର ମିଳିଥିଲା। ଏହାପରେ  ତାଙ୍କୁ ଧରିବାକୁ ମିଳିତ ଅପରେସନ୍‌ ହୋଇଥିଲା। ସୂଚନାଥାଉକି,  ଅମନଦୀପ ପୋଲିସ ବିଭାଗରେ ‘ମେରୀ ଜାନ୍‌’ ନାଁରେ ପ୍ରସିଦ୍ଧ  ଥିଲେ । ଚାକିରିରୁ ଛୁଟି ନେଇ ସେ ହେରୋଇନ କିଣି ତାର  ବ୍ୟବସାୟ କରୁଥିଲେ। ସେହିପରି ସୋସିଆଲ୍‌ ମିଡିଆରେ  ତାଙ୍କର ପ୍ରାୟ ୧୪ ହଜାର ଫଲୋଅର୍ସ ଅଛନ୍ତି ।