ଚାକିରୀ ପାଇଁ ସ୍କିଲ୍ ଟେଷ୍ଟ ନୁହେଁ, ପ୍ରେଗନେସି ଟେଷ୍ଟ ବାଧ୍ୟତାମୂଳକ; ଜାଣନ୍ତୁ କେଉଁଠି ?
ନୂଆଦିଲ୍ଲୀ ୨୯।୦୭: ଭଲ ଚାକିରି ପାଇବା ପାଇଁ କ’ଣ ଆବଶ୍ୟକ? ଉତ୍କୃଷ୍ଟ ସ୍କିଲ୍, ଏକ ଭଲ ଡିଗ୍ରୀ, ଭଲ ଅଭିଜ୍ଞତା । ଏତେ ସବୁ ପରେ ବି ଚାକିରି ପାଇବା ମଧ୍ୟ ଏକ ବଡ଼ ଆହ୍ବାନ । କିନ୍ତୁ କେବେ ଶୁଣିଛନ୍ତି କି ଚାକିରୀ କରିବା ପାଇଁ ଏସବୁ ବ୍ୟତୀତ ପ୍ରେଗନେସି ଟେଷ୍ଟ କରିବା ବାଧ୍ୟତାମୂଳକ ଅଟେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ମାମଲାକୁ ନେଇ ଖୁବ୍ ଚର୍ଚ୍ଚା । ବାସ୍ତବରେ ୧୬ଟି କମ୍ପାନୀ ଏପରି ନିୟମ ଲାଗୁ କରିଛନ୍ତି । କମ୍ପାନୀରେ ଚାକିରୀ ଆବେଦନ କରୁଥିବା ସବୁ ମହିଳାଙ୍କ କରାଯାଉଛି ପ୍ରେଗନେସି ଟେଷ୍ଟ । ଯଦି ମହିଳା ଆବେଦନକାରୀ ଗର୍ଭବତୀ ଅଛନ୍ତି ତେବେ ତାଙ୍କୁ ଜବ୍ ଆପ୍ଲିକେସନ୍କୁ ରିଜେକ୍ଟ କରାଯାଉଛି । ଏନେଇ ମହିଳା କର୍ମଚାରୀମାନେ ୧୬ଟି କମ୍ପାନୀ ବିରୋଧରେ ରୁଜୁ କରିଛନ୍ତି ମାମଲା । ତେବେ ଏହି ଘଟଣାଟି ଚୀନ୍ର ଜିଆଙ୍ଗସୁ ପ୍ରଦେଶର ନାନଟୋଙ୍ଗ ଜିଲ୍ଲାରୁ ଆସିଛି । ଏଠାରେ ଗୋଟିଏ ଅଭିଯୋଗ ଆସିବା ପରେ ସବୁ ବିବାଦ ସାମ୍ନାକୁ ଆସିଛି । ଚୀନର ଓକିଲମାନେ ୧୬ଟି କମ୍ପାନୀ ବିରୋଧରେ ମାମଲା ଦାୟର କରିଛନ୍ତି । ମାମଲାରେ କୁହାଯାଇଛି କି କମ୍ପାନୀକୁ ଚାକିରୀ ପାଇଁ ଆସିଥିବା ମହିଳାଙ୍କୁ କୌଣସି ଅଫିସିଆଲ୍ ନୋଟିସ୍ ବିନା ସେମାନଙ୍କର ଅବୈଧ ଭାବେ ପ୍ରେଗନେସି ଟେଷ୍ଟ କରାଯାଇଛି । ଯାଞ୍ଚରୁ ଜଣାପଡିଛି ଯେ ଏହି କମ୍ପାନୀଗୁଡିକ ମହିଳାଙ୍କ ସମାନ ନିଯୁକ୍ତି ସୁଯୋଗର ଅଧିକାରକୁ ଉଲ୍ଲଂ
ନୂଆଦିଲ୍ଲୀ ୨୯।୦୭: ଭଲ ଚାକିରି ପାଇବା ପାଇଁ କ’ଣ ଆବଶ୍ୟକ? ଉତ୍କୃଷ୍ଟ ସ୍କିଲ୍, ଏକ ଭଲ ଡିଗ୍ରୀ, ଭଲ ଅଭିଜ୍ଞତା । ଏତେ ସବୁ ପରେ ବି ଚାକିରି ପାଇବା ମଧ୍ୟ ଏକ ବଡ଼ ଆହ୍ବାନ । କିନ୍ତୁ କେବେ ଶୁଣିଛନ୍ତି କି ଚାକିରୀ କରିବା ପାଇଁ ଏସବୁ ବ୍ୟତୀତ ପ୍ରେଗନେସି ଟେଷ୍ଟ କରିବା ବାଧ୍ୟତାମୂଳକ ଅଟେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ମାମଲାକୁ ନେଇ ଖୁବ୍ ଚର୍ଚ୍ଚା ।

ବାସ୍ତବରେ ୧୬ଟି କମ୍ପାନୀ ଏପରି ନିୟମ ଲାଗୁ କରିଛନ୍ତି । କମ୍ପାନୀରେ ଚାକିରୀ ଆବେଦନ କରୁଥିବା ସବୁ ମହିଳାଙ୍କ କରାଯାଉଛି ପ୍ରେଗନେସି ଟେଷ୍ଟ । ଯଦି ମହିଳା ଆବେଦନକାରୀ ଗର୍ଭବତୀ ଅଛନ୍ତି ତେବେ ତାଙ୍କୁ ଜବ୍ ଆପ୍ଲିକେସନ୍କୁ ରିଜେକ୍ଟ କରାଯାଉଛି । ଏନେଇ ମହିଳା କର୍ମଚାରୀମାନେ ୧୬ଟି କମ୍ପାନୀ ବିରୋଧରେ ରୁଜୁ କରିଛନ୍ତି ମାମଲା ।

ତେବେ ଏହି ଘଟଣାଟି ଚୀନ୍ର ଜିଆଙ୍ଗସୁ ପ୍ରଦେଶର ନାନଟୋଙ୍ଗ ଜିଲ୍ଲାରୁ ଆସିଛି । ଏଠାରେ ଗୋଟିଏ ଅଭିଯୋଗ ଆସିବା ପରେ ସବୁ ବିବାଦ ସାମ୍ନାକୁ ଆସିଛି । ଚୀନର ଓକିଲମାନେ ୧୬ଟି କମ୍ପାନୀ ବିରୋଧରେ ମାମଲା ଦାୟର କରିଛନ୍ତି । ମାମଲାରେ କୁହାଯାଇଛି କି କମ୍ପାନୀକୁ ଚାକିରୀ ପାଇଁ ଆସିଥିବା ମହିଳାଙ୍କୁ କୌଣସି ଅଫିସିଆଲ୍ ନୋଟିସ୍ ବିନା ସେମାନଙ୍କର ଅବୈଧ ଭାବେ ପ୍ରେଗନେସି ଟେଷ୍ଟ କରାଯାଇଛି ।

ଯାଞ୍ଚରୁ ଜଣାପଡିଛି ଯେ ଏହି କମ୍ପାନୀଗୁଡିକ ମହିଳାଙ୍କ ସମାନ ନିଯୁକ୍ତି ସୁଯୋଗର ଅଧିକାରକୁ ଉଲ୍ଲଂଘନ କରୁଛନ୍ତି । ଅଭିଯୋଗ ହୋଇଛି ଯେ ଜଣେ ମହିଳା ଆବେଦନକାରୀ ଗର୍ଭବତୀ ଥିଲେ, ଏହାର ଖବର ସାମ୍ନାକୁ ଆସିବା ମାତ୍ରେ ହିଁ କମ୍ପାନୀ ତାଙ୍କ ନିଯୁକ୍ତିପତ୍ରକୁ ବାତିଲ କରି ଦେଇଥିଲେ । ଏହି ମାମଲା କେବଳ ଚୀନ୍ ଆଇନର ଉଲ୍ଲଂଘନର ସଙ୍କେତ ନୁହେଁ, ବରଂ ଏହା ମହିଳାଙ୍କ ଅଧିକାରର ଉଲ୍ଲଂଘନ ବୋଲି କୁହାଯାଉଛି।

ଚାଇନା ଆଇନରେ ସ୍ପଷ୍ଟ ଭାବେ ଚାକିରୀ ସମୟରେ ପ୍ରେଗନେସି ଟେଷ୍ଟରେ ରୋକ ଲଗାଇଛି । ଏହା ମହିଳାଙ୍କ ସମାନ ରୋଜଗାର ସୁଯୋଗ ଅଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯାଏ । ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ ତଦନ୍ତ ଆରମ୍ଭ ହୋଇଛି ଏବଂ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଚାଲିଛି ।

ତେବେ ଏହି ମାମଲା ବର୍ତ୍ତମାନ ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି କରିଛି ଏବଂ ଲୋକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଏହାକୁ ମହିଳା ଅଧିକାରର ଏକ ପ୍ରସଙ୍ଗ ଭାବରେ ଦେଖୁଛନ୍ତି ।