ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର
ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ପଠାରେ ମଇଁଷୀ ଟି ପାଣି ପିଉଥିବା ବେଳେ ଝାମ୍ପିନେଲା ହିଂସ୍ର କୁମ୍ଭୀର। କୁମ୍ଭୀରଟି ପାଖାପାଖି ୧୫ଫୁଟ ଲମ୍ବର ହୋଇଥିବା ଅନୁମାନ କରାଯାଉଛି। କୁମ୍ଭୀର ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହିଛନ୍ତି। […] The post ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର appeared first on Dharitri Odia News.
ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ପଠାରେ ମଇଁଷୀ ଟି ପାଣି ପିଉଥିବା ବେଳେ ଝାମ୍ପିନେଲା ହିଂସ୍ର କୁମ୍ଭୀର। କୁମ୍ଭୀରଟି ପାଖାପାଖି ୧୫ଫୁଟ ଲମ୍ବର ହୋଇଥିବା ଅନୁମାନ କରାଯାଉଛି।
କୁମ୍ଭୀର ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହିଛନ୍ତି। ପ୍ରତିଦିନ ନଦୀବନ୍ଧ ଦେଇ ଶତାଧିକ କୋମଳମତି ପିଲାମାନେ ଗାଁ ପ୍ରାଥମିକ ସ୍କୁଲକୁ ଯାଉଥିବା ବେଳେ ଗାଁର ବସବାସ କରୁଥିବା ଲୋକ ଦୈନ୍ଦିନ ନିତ୍ୟ ବ୍ୟବହାର ଜିନିଷ ପାଇଁ ଯାତାୟତ କରିଥାନ୍ତି।
The post ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର appeared first on Dharitri Odia News.