ଚାନ୍ଦି ଭଣ୍ଡାରର ନୂତନ କଲେକ୍ସନ
ଭୁବନେଶ୍ୱର,୨୬।୯: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ତଥା ସିଲ୍ଭର ଚେନ୍ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପ୍ରସ୍ତୁତି (ଦୁର୍ଗାପୂଜା ସେଲିବ୍ରେଶନ) ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ ଆକର୍ଷଣୀୟ ଡିଜାଇନ ଓ ସୂକ୍ଷ୍ମ କାରିଗରିରେ ନିର୍ମିତ ବ୍ରାଣ୍ଡ୍ର ନୂତନ କଲେକ୍ସନ ‘ଆର୍ଯ୍ୟ ଓ ଅମେଘା’ର ଆନୁଷ୍ଠାନିକ ଅନାବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାର ପକ୍ଷରୁ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ବ୍ରାଣ୍ଡ୍ର ଶହୀଦ ନଗର ଷ୍ଟୋର ପରିସରରେ ଆୟୋଜିତ ହୋଇଯାଇଛି। ଏହି […] The post ଚାନ୍ଦି ଭଣ୍ଡାରର ନୂତନ କଲେକ୍ସନ appeared first on Dharitri Odia News.
ଭୁବନେଶ୍ୱର,୨୬।୯: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ତଥା ସିଲ୍ଭର ଚେନ୍ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପ୍ରସ୍ତୁତି (ଦୁର୍ଗାପୂଜା ସେଲିବ୍ରେଶନ) ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ ଆକର୍ଷଣୀୟ ଡିଜାଇନ ଓ ସୂକ୍ଷ୍ମ କାରିଗରିରେ ନିର୍ମିତ ବ୍ରାଣ୍ଡ୍ର ନୂତନ କଲେକ୍ସନ ‘ଆର୍ଯ୍ୟ ଓ ଅମେଘା’ର ଆନୁଷ୍ଠାନିକ ଅନାବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାର ପକ୍ଷରୁ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ବ୍ରାଣ୍ଡ୍ର ଶହୀଦ ନଗର ଷ୍ଟୋର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସଙ୍କ ସମେତ ବିଏ ମାଣିକ ହଂସ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ପୂଜା ସେଲିବ୍ରେଶନ ପାଇଁ ଚାନ୍ଦି ଭଣ୍ଡାର ସ୍ବତନ୍ତ୍ର ଅଫର ଘୋଷଣା କରିଛି। ଏପରିକି ଗ୍ରାହକମାନେ ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି ପାଇବେ। ଏଥିସହ ଆକର୍ଷଣୀୟ ମୂଲ୍ୟରେ ମନ ପସନ୍ଦର ରୁପା ଗହଣା କିଣିବାର ସୁଯୋଗ ମଧ୍ୟ ପାଇବେ। ଏହି ଅଫର ୨୦୨୪ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ପର୍ଯ୍ୟନ୍ତ ବୈଧ ରହିଛି। ଏହି ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାରର ବ୍ରାଣ୍ଡ୍ ଆମ୍ବାସାଡର ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ସ୍ବତନ୍ତ୍ର ଦୁର୍ଗାପୂଜା ବିଜ୍ଞାପନ କ୍ୟାମ୍ପେନିଂର ଶୁଭାରମ୍ଭ କରାଯାଇଛି। ଚଳିତ ବର୍ଷର ପୂଜାଋତୁରେ କିପରି ଉପହାର ବିନିମୟ କରାଯାଇଥାଏ ଏବଂ ପ୍ରତ୍ୟେକ ସେଲିବ୍ରେଶନକୁ ସ୍ବତନ୍ତ୍ର କରିବାରେ କିପରି ଷ୍ଟାଇଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତାହାକୁ ଏହି ବିଜ୍ଞାପନ ଜରିଆରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଥିଲେ, ଆମର ଏହି କଲେକ୍ସନ ଓ କ୍ୟାମ୍ପେନିଂ ସହ ଆମେ ଉକ୍ତ ଆନନ୍ଦ ଏବଂ ଉତ୍ସାହକୁ ଦର୍ଶାଇବାକୁ ଲକ୍ଷ୍ୟ ରଖିଛୁ, ଯାହାକି ଚାନ୍ଦି ଭଣ୍ଡାରର ସିଲ୍ଭର କଲେକ୍ସନଗୁଡ଼ିକ ଦୁର୍ଗାପୂଜାରେ ପ୍ରତି ଘରେ ପ୍ରସାରିତ କରିଥାନ୍ତି ଏବଂ ପ୍ରତ୍ୟେକ ଅବସରକୁ ଅର୍ଥପୂର୍ଣ୍ଣ କରିଥାନ୍ତି। ଉତ୍ସବର ପ୍ରକୃତ ଜୋସ୍କୁ ପ୍ରତିପାଦନକରି ଆମେ ଆମର ଉପସ୍ଥିତିକୁ ବଢ଼ାଉଛୁ।
ସେହିଭଳି ୨୦୨୪ ଅକ୍ଟୋବର ୧ରେ ବାରିପଦା ଏବଂ ଭଦ୍ରକରେ ଆମର ୨ଟି ନୂଆ ଷ୍ଟୋର ଖୋଲିବ ବୋଲି ହଂସ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
The post ଚାନ୍ଦି ଭଣ୍ଡାରର ନୂତନ କଲେକ୍ସନ appeared first on Dharitri Odia News.