ଚାନ୍ଦିପୁରରୁ ଇଣ୍ଟରସେପ୍ଟର ମିଶାଇଲର ସଫଳ ପରୀକ୍ଷଣ, ଶକ୍ତିଶାଳୀ ପୃଥ୍ବୀ-୨ କ୍ଷେପଣାସ୍ତ୍ରକୁ କଲା ଭେଦ
ବାଲେଶ୍ବର: ଅବଦୁଲ କଲାମ ଦ୍ବୀପରେ ଇଣ୍ଟର ସେପ୍ଟର ମିସାଇଲର ସଫଳ ପରୀକ୍ଷଣ। ବୁଧବାର ଅପରାହ୍ନ ୪ଟା ୧୫ ମିନିଟରେ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ତିନି ନମ୍ବର ଲଂଜ ପ୍ୟାଡରୁ ଏହି ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ହୋଇଥିଲା। ପ୍ରଥମେ ପୃଥ୍ବୀ-୨ ମିସାଇଲକୁ ଉତ୍କ୍ଷେପଣ କରାଯାଇଥିଲା। ଉପରେ ଏହା ମୁହୂର୍ତ୍ତ ମଧ୍ୟରେ ଏହି ଇଣ୍ଟରସେପ୍ଟର ମିସାଇଲକୁ ଛଡ଼ା ଯାଇଥିଲା। ଯାହା ସଫଳତାର ସହ ପୃଥ୍ବୀ-୨କୁ ଭେଦ କରିଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ପ୍ରଶଂସା କରିଛନ୍ତି। ସେହିଭଳି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଅଧ୍ୟକ୍ଷ ଡକ୍ଟର ସମୀର ଭି କାମକ ଏହି ସଫଳ ପରୀକ୍ଷଣ ପାଇଁ ପୂରା ଡିଆରଡିଓ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷଣ ପାଇଁ ଚାନ୍ଦିପୁର ତିନି ନମ୍ବର ଲଂଜ ପ୍ୟାଡର ସାଢେ ତିନି କିଲୋମିଟର ପରିଧି ମଧ୍ୟରୁ ୧୦ ହଜାର ୫୮୧ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ପାଇଁ ଅସ୍ଥାୟୀ ଶିବିର ସହ ସହାୟତା ରାଶି, ଖାଦ୍ୟ, ପାନୀୟ ଏବଂ ମନୋରଞ୍ଜନ ପାଇଁ ବ୍ୟବସ୍ଥା କରାଯାଇଥିଲା।
ବାଲେଶ୍ବର: ଅବଦୁଲ କଲାମ ଦ୍ବୀପରେ ଇଣ୍ଟର ସେପ୍ଟର ମିସାଇଲର ସଫଳ ପରୀକ୍ଷଣ। ବୁଧବାର ଅପରାହ୍ନ ୪ଟା ୧୫ ମିନିଟରେ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ତିନି ନମ୍ବର ଲଂଜ ପ୍ୟାଡରୁ ଏହି ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ହୋଇଥିଲା।
ପ୍ରଥମେ ପୃଥ୍ବୀ-୨ ମିସାଇଲକୁ ଉତ୍କ୍ଷେପଣ କରାଯାଇଥିଲା। ଉପରେ ଏହା ମୁହୂର୍ତ୍ତ ମଧ୍ୟରେ ଏହି ଇଣ୍ଟରସେପ୍ଟର ମିସାଇଲକୁ ଛଡ଼ା ଯାଇଥିଲା। ଯାହା ସଫଳତାର ସହ ପୃଥ୍ବୀ-୨କୁ ଭେଦ କରିଥିଲା।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ପ୍ରଶଂସା କରିଛନ୍ତି। ସେହିଭଳି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଅଧ୍ୟକ୍ଷ ଡକ୍ଟର ସମୀର ଭି କାମକ ଏହି ସଫଳ ପରୀକ୍ଷଣ ପାଇଁ ପୂରା ଡିଆରଡିଓ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ପରୀକ୍ଷଣ ପାଇଁ ଚାନ୍ଦିପୁର ତିନି ନମ୍ବର ଲଂଜ ପ୍ୟାଡର ସାଢେ ତିନି କିଲୋମିଟର ପରିଧି ମଧ୍ୟରୁ ୧୦ ହଜାର ୫୮୧ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ପାଇଁ ଅସ୍ଥାୟୀ ଶିବିର ସହ ସହାୟତା ରାଶି, ଖାଦ୍ୟ, ପାନୀୟ ଏବଂ ମନୋରଞ୍ଜନ ପାଇଁ ବ୍ୟବସ୍ଥା କରାଯାଇଥିଲା।