ଚାନ୍ଦିପୁରା ଭାଇରସ
ଚାନ୍ଦିପୁରା ଭାଇରସ ବା ସିଏଚ୍ପିଭି ଏଭଳି ଭାଇରସ ଯାହା କାରଣରୁ ଭେସିକୁଲାର ଷ୍ଟୋମାଟିଟିସ୍ ଓ ରାବିସ୍ ଭଳି ରୋଗ ହୋଇଥାଏ । ଏହା ପ୍ରଥମଥର ପାଇଁ ୧୯୬୫ରେ ମହାରାଷ୍ଟ୍ରର ଏକ ଗାଁ ଚାନ୍ଦିପୁରାରେ ମିଳିଥିଲା । ତେଣୁ ଏହାର ନାଁ ଏଭଳି ରଖାଯାଇଥିବା ସୂଚନା ରହିଛି । ଏହି ଭାଇରସ କାରଣରୁ ଏକ ବ୍ରେନ୍ ଇନ୍ଫ୍ଲାମେସନ ବା ମସ୍ତିଷ୍କରେ କିଛି ସ୍ଥାନ ଫୁଲିବା ଯାହାକୁ ଡାକ୍ତରୀ ଭାଷାରେ ଆକୁ୍ୟଟ୍ ଏନ୍ସେଫାଲାଇଟିସ୍ କୁହାଯାଇଥାଏ, ତାହା ହୋଇଥାଏ । ଏହା […]

ଚାନ୍ଦିପୁରା ଭାଇରସ ବା ସିଏଚ୍ପିଭି ଏଭଳି ଭାଇରସ ଯାହା କାରଣରୁ ଭେସିକୁଲାର ଷ୍ଟୋମାଟିଟିସ୍ ଓ ରାବିସ୍ ଭଳି ରୋଗ ହୋଇଥାଏ । ଏହା ପ୍ରଥମଥର ପାଇଁ ୧୯୬୫ରେ ମହାରାଷ୍ଟ୍ରର ଏକ ଗାଁ ଚାନ୍ଦିପୁରାରେ ମିଳିଥିଲା । ତେଣୁ ଏହାର ନାଁ ଏଭଳି ରଖାଯାଇଥିବା ସୂଚନା ରହିଛି । ଏହି ଭାଇରସ କାରଣରୁ ଏକ ବ୍ରେନ୍ ଇନ୍ଫ୍ଲାମେସନ ବା ମସ୍ତିଷ୍କରେ କିଛି ସ୍ଥାନ ଫୁଲିବା ଯାହାକୁ ଡାକ୍ତରୀ ଭାଷାରେ ଆକୁ୍ୟଟ୍ ଏନ୍ସେଫାଲାଇଟିସ୍ କୁହାଯାଇଥାଏ, ତାହା ହୋଇଥାଏ । ଏହା ବିଶେଷଭାବେ କମ ବୟସର ରୋଗୀଙ୍କ ନିକଟରେ ଦେଖିବାକୁ ମିଳିଛି । ତେବେ ଏହାର ଲକ୍ଷଣ ଚିହ୍ନଟ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ଏବଂ ଚିକିତ୍ସା କରନ୍ତୁ । ସେହିଭଳି ଘରେ ସଫାସୁତୁରା ରଖନ୍ତୁ । ଏହି ଭାଇରସ ଏକ ପ୍ରକାର ମାଛି ଯାହାର ନାମ ସ୍ୟାଣ୍ଡ ଫ୍ଲାଏ ଯାହା କାମୁଡିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ପିଲାଙ୍କୁ ତେଣୁ ମଶାରି ଟାଣି ଶୁଆଇବା ସହିତ ବାହାରକୁ ବେଶି ଛାଡନ୍ତୁ ନାହିଁ ।
ଲକ୍ଷଣ
– ବାନ୍ତି
– ପ୍ରବଳରୁ ଅତି ପ୍ରବଳ ମୁଣ୍ଡବିନ୍ଧା
– ଜ୍ୱର (ତାପମାତ୍ରା ଖୁବ ଅଧିକ ରହିବା)
– ହାତ ଗୋଡ ବିନ୍ଧା ହେବା
– ମଝିରେ ମଝିରେ ଅଚେତ ହୋଇଯିବା