ଚାପ ଖେଳୁଛନ୍ତି ବାବା ଧବଳେଶ୍ବର, ମହାନଦୀରେ ଚଳନ୍ତି ପ୍ରତିମାଙ୍କ ନୌକା ବିହାର
ଆଠଗଡ଼ ୩୧/୦୫: ମହାନଦୀରେ ଚାପ ଖେଳୁଛନ୍ତି ବାବା ଧବଳେଶ୍ବର । କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠର ମହାନଦୀ ଗର୍ଭରେ ବାବାଙ୍କ ଚାପ ଯାତ୍ରା ଅନୁଷ୍ଠିତ । ପୂଜକ ସମିତି ପକ୍ଷରୁ ବାବା ଧବଳେଶ୍ବର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କୁ ମହାନଦୀରେ ନୌକା ବିହାର କରାଯାଇଥିଲା । ବାବା ଧବଳେଶ୍ବରପୀଠରେ ଚାପଖେଳ ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ସୂଚନା ଥାଉକି, ଗରମ ଉତ୍ତାପରୁ ରକ୍ଷା ପାଇବାକୁ ଭଗବାନଙ୍କର ହୋଇଥାଏ ଚାପଖେଳ । ଖାସ୍ କରି ଠାକୁରଙ୍କୁ ନଦୀ, ପୁଷ୍କରିଣୀରେ ନେଇ ନୌବିହାର କରାଯାଏ । ଏହି ପରିପ୍ରେକ୍ଷୀରେ ଧବଳେଶ୍ୱରଙ୍କ ଚାପ ଖେଳାଯାଇଥିଲା ।
ଆଠଗଡ଼ ୩୧/୦୫: ମହାନଦୀରେ ଚାପ ଖେଳୁଛନ୍ତି ବାବା ଧବଳେଶ୍ବର । କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠର ମହାନଦୀ ଗର୍ଭରେ ବାବାଙ୍କ ଚାପ ଯାତ୍ରା ଅନୁଷ୍ଠିତ ।
ପୂଜକ ସମିତି ପକ୍ଷରୁ ବାବା ଧବଳେଶ୍ବର ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କୁ ମହାନଦୀରେ ନୌକା ବିହାର କରାଯାଇଥିଲା । ବାବା ଧବଳେଶ୍ବରପୀଠରେ ଚାପଖେଳ ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା ।
ସୂଚନା ଥାଉକି, ଗରମ ଉତ୍ତାପରୁ ରକ୍ଷା ପାଇବାକୁ ଭଗବାନଙ୍କର ହୋଇଥାଏ ଚାପଖେଳ । ଖାସ୍ କରି ଠାକୁରଙ୍କୁ ନଦୀ, ପୁଷ୍କରିଣୀରେ ନେଇ ନୌବିହାର କରାଯାଏ । ଏହି ପରିପ୍ରେକ୍ଷୀରେ ଧବଳେଶ୍ୱରଙ୍କ ଚାପ ଖେଳାଯାଇଥିଲା ।