'ଚାପରୁ ମୁକ୍ତ ରଖିବାକୁ ହେଲେ ଯୋଗ ଏକ ମାତ୍ର ବିକଳ୍ପ'

କର୍ମ କ୍ଷେତ୍ରରେ ମାନସିକ ଚାପ ସହିତ ଶରୀରର ସମସ୍ତ ଇନ୍ଦ୍ରିୟ ଆବଶ୍ୟକଠାରୁ ଅଧିକ ବ୍ୟବହାର ହେଉଥିବାରୁ ଏହାକୁ ଯୋଗ ମାଧ୍ୟମରେ କିଭଳି ସୁସ୍ଥ ରଖାଯାଇ ପାରିବ ସେଦିଗରେ ସୂଚନା ଦେଇଥିଲେ ଯୋଗ ପ୍ରଶିକ୍ଷକ। 

'ଚାପରୁ ମୁକ୍ତ ରଖିବାକୁ ହେଲେ ଯୋଗ ଏକ ମାତ୍ର ବିକଳ୍ପ'

ଯୋଗ ମାନସିକ ଅବସାଦରୁ ମୁକ୍ତି ଦିଏ । ଶରୀରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗକୁ ଶକ୍ତି ଦେଇଥାଏ। ସମସ୍ତେ ନିଜକୁ ଚାପରୁ ମୁକ୍ତ ରଖିବାକୁ ହେଲେ ଯୋଗ ଏକ ମାତ୍ର ବିକଳ୍ପ। ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓ ପରିସରରେ ଓଟିଭି ପକ୍ଷରୁ ଆୟୋଜିତ ଦୁଇଦିନିଆ ଯୋଗ ଶିବିରରେ ଏକଥା କହିଛନ୍ତି ଯୋଗ ପ୍ରଶିକ୍ଷକ ଶିରିଶ ଗୁପ୍ତା। ଓଟିଭିର ସମସ୍ତ କର୍ମଚାରୀଙ୍କୁ ଯୋଗାସନ ଶିକ୍ଷା ଦେବା ସହିତ ଏହାର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଯୋଗର ବୈଜ୍ଞାନିକ, ଆଧ୍ୟାତ୍ମିକ ଓ ପ୍ରାକୃତିକ ଦିଗ ଏବଂ ଶରୀର ଉପରେ ଏହାର ପ୍ରଭାବ ସମ୍ପର୍କରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ। କର୍ମ କ୍ଷେତ୍ରରେ ମାନସିକ ଚାପ ସହିତ ଶରୀରର ସମସ୍ତ ଇନ୍ଦ୍ରିୟ ଆବଶ୍ୟକଠାରୁ ଅଧିକ ବ୍ୟବହାର ହେଉଥିବାରୁ ଏହାକୁ ଯୋଗ ମାଧ୍ୟମରେ କିଭଳି ସୁସ୍ଥ ରଖାଯାଇ ପାରିବ ସେଦିଗରେ ସୂଚନା ଦେଇଥିଲେ ଯୋଗ ପ୍ରଶିକ୍ଷକ।