ଚାପରେ ଇସ୍କନ । 'ଦେଶରେ ମାନୁଛୁ, ବିଦେଶ କଥା ଜାଣିନୁ'

କନକ ବ୍ୟୁରୋ: ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ବଢିବା ପରେ ସଫେଇ ରଖିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଇସ୍କନ ଶାଖା। । କହିଲା ଦେଶ ଭିତରେ ଅଦିନିଆ ରଥଯାତ୍ରା ହେଉନାହିଁ । ବିଦେଶ ବିଷୟରେ ଆମେ କହି ପାରିବୁନି ।  ସେପଟେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ କହିଲେ ସମସ୍ୟାର ସମାଧାନ ନହେଲେ ବନ୍ଦ କରିବୁ ଇସ୍କନ । ନିଜକୁ ଦୋଷମୁକ୍ତ କରି ଗଜପତିଙ୍କ ମୁଣ୍ଡରେ ଦାୟିତ୍ୱ ଲଦିଛି ଶାଖା ।  ଅଦିନିଆ ରଥଯାତ୍ରାକୁ ନେଇ ଦିନକୁ ଦିନ  ବିବାଦ ବଢିବାରେ ଲାଗିଛି । କଳିଙ୍ଗ ସେନା ସମେତ ବିଭିନ୍ନ ସଂଗଠନ ଏହି ନିଷ୍ପତିକୁ ଜୋରଦାର ବିରୋଧ କରିଛନ୍ତି । ତୁରନ୍ତ ନିଷ୍ପତି ନନେଲେ ମନ୍ଦିରକୁ ତାଲା ପକାଇଦେବା ପାଇଁ ଚେତାବନୀ ଦେଇଛନ୍ତି ଉଭୟ କଳିଙ୍ଗ ସେନା ଓ ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ସେପଟେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛି ଇସସ୍କନର ଆଞ୍ଚଳିକ ଶାଖା । ନିଜକୁ ଦୋଷମୁକ୍ତ କରି ଗଜପତିଙ୍କ କାନ୍ଧରେ ଦାୟିତ୍ୱ ଲଦିଛି ଶାଖା ।  ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନର ଆଞ୍ଚଳିକ ସମ୍ପାଦକ ସଫେଇ ରଖିଛନ୍ତି । କହିଛନ୍ତି, ଦେଶ ଭିତରେ ଆମେ ଅଦିନିଆ ରଥଯାତ୍ରା କରୁନାହୁଁ । ବିଦେଶରେ ହେଉଥିବା ରଥଯାତ୍ରା ସମ୍ବନ୍ଧରେ ଇସ୍କନ ବ୍ୟୁରୋକୁ ଚିଠି ଲେଖିଥିଲେ ଗଜପତି । କ'ଣ ପ୍ରତିଉତ୍ତର ମିଳିଛି ସେନେଇ ନିଜେ ମହାରାଜ ସ୍ପଷ୍ଟ କରିପାରିବେ ବୋଲି କହି ନିଜକୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଛି ଶାଖା । ସୂଚନା ଆସିଥିଲା ନଭେମ୍ବର ୩ରେ ହ୍ୟୁଷ୍ଟନର

ଚାପରେ ଇସ୍କନ । 'ଦେଶରେ ମାନୁଛୁ, ବିଦେଶ କଥା ଜାଣିନୁ'

କନକ ବ୍ୟୁରୋ: ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ବଢିବା ପରେ ସଫେଇ ରଖିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଇସ୍କନ ଶାଖା। । କହିଲା ଦେଶ ଭିତରେ ଅଦିନିଆ ରଥଯାତ୍ରା ହେଉନାହିଁ । ବିଦେଶ ବିଷୟରେ ଆମେ କହି ପାରିବୁନି ।  ସେପଟେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ କହିଲେ ସମସ୍ୟାର ସମାଧାନ ନହେଲେ ବନ୍ଦ କରିବୁ ଇସ୍କନ । ନିଜକୁ ଦୋଷମୁକ୍ତ କରି ଗଜପତିଙ୍କ ମୁଣ୍ଡରେ ଦାୟିତ୍ୱ ଲଦିଛି ଶାଖା । 

ଅଦିନିଆ ରଥଯାତ୍ରାକୁ ନେଇ ଦିନକୁ ଦିନ  ବିବାଦ ବଢିବାରେ ଲାଗିଛି । କଳିଙ୍ଗ ସେନା ସମେତ ବିଭିନ୍ନ ସଂଗଠନ ଏହି ନିଷ୍ପତିକୁ ଜୋରଦାର ବିରୋଧ କରିଛନ୍ତି । ତୁରନ୍ତ ନିଷ୍ପତି ନନେଲେ ମନ୍ଦିରକୁ ତାଲା ପକାଇଦେବା ପାଇଁ ଚେତାବନୀ ଦେଇଛନ୍ତି ଉଭୟ କଳିଙ୍ଗ ସେନା ଓ ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ସେପଟେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛି ଇସସ୍କନର ଆଞ୍ଚଳିକ ଶାଖା । ନିଜକୁ ଦୋଷମୁକ୍ତ କରି ଗଜପତିଙ୍କ କାନ୍ଧରେ ଦାୟିତ୍ୱ ଲଦିଛି ଶାଖା । 

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନର ଆଞ୍ଚଳିକ ସମ୍ପାଦକ ସଫେଇ ରଖିଛନ୍ତି । କହିଛନ୍ତି, ଦେଶ ଭିତରେ ଆମେ ଅଦିନିଆ ରଥଯାତ୍ରା କରୁନାହୁଁ । ବିଦେଶରେ ହେଉଥିବା ରଥଯାତ୍ରା ସମ୍ବନ୍ଧରେ ଇସ୍କନ ବ୍ୟୁରୋକୁ ଚିଠି ଲେଖିଥିଲେ ଗଜପତି । କ'ଣ ପ୍ରତିଉତ୍ତର ମିଳିଛି ସେନେଇ ନିଜେ ମହାରାଜ ସ୍ପଷ୍ଟ କରିପାରିବେ ବୋଲି କହି ନିଜକୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଛି ଶାଖା । ସୂଚନା ଆସିଥିଲା ନଭେମ୍ବର ୩ରେ ହ୍ୟୁଷ୍ଟନରେ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମା ବନ୍ଦ ହେଉଛି । କିନ୍ତୁ ଗଜପତିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସେଭଳି କୌଣସି ଚିଠି ଆସିନାହିଁ । 
 
ହ୍ୟୁଷ୍ଟନ ସ୍ଥିତ ଇସ୍କନ ଶାଖା ୱେବସାଇଟରେ ଦିଆଯାଇଥିବା ସୂଚନାକୁ ନେଇ ବିବାଦ ବଢିଥିଲା । ଆଗାମୀ ନଭେମ୍ବର ୩ ରେ ଆମେରିକାର ହ୍ୟୁଷ୍ଟନ ସହରରେ ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଏବଂ ୯ରେ ରଥଯାତ୍ରା ଆୟୋଜନ ନେଇ ଏଥିରେ ଦର୍ଶାଯାଇଥିଲା । ଏଭଳି ନିଷ୍ପତି ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଥିଲା ।