ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବିରାଟଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, କ୍ୟାମେରାରେ କଏଦ ହେଲା ଭିଡିଓ...

ମୁମ୍ଵାଇ ୧୦।୦୩; ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଚମତ୍କାର ବିଜୟ ପରେ, ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ସୁପରଷ୍ଟାର ବିରାଟ କୋହଲିଙ୍କର ସୁନ୍ଦର ମୁହୂର୍ତ୍ତ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ଗୁଡ଼ିକ ସାରା ବିଶ୍ୱର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। View this post on InstagramA post shared by Viral Bhayani (@viralbhayani)ନ୍ୟୁଜିଲାଣ୍ଡକୁ ଚାରି ୱିକେଟରେ ପରାସ୍ତ କରି ICC ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ବିରାଟ କୋହଲି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ସେଲିବ୍ରେସନ  କରିଥିଲେ। ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। Virat Kohli and Anushka Sharma after the champions Trophy 2025???? #Virushka #RadheRadhe#ChampionsTrophy2025 #premanandmaharaj #ViratKohli???? #TeamIndia pic.twitter.com/gFZfazm8Vo— Sloni Rana (@imslonirana) March 9, 2025ଭାଇରାଲ୍ ଭିଡିଓରେ ବିରାଟ କୋହଲି ଅନୁଷ୍କାଙ୍କ ପାଖକୁ ଦୌଡ଼ି ତାଙ୍କୁ ଜୋରରେ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ଜଣେ ପାପାରାଜି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର

ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବିରାଟଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, କ୍ୟାମେରାରେ କଏଦ ହେଲା ଭିଡିଓ...

ମୁମ୍ଵାଇ ୧୦।୦୩; ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଚମତ୍କାର ବିଜୟ ପରେ, ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ସୁପରଷ୍ଟାର ବିରାଟ କୋହଲିଙ୍କର ସୁନ୍ଦର ମୁହୂର୍ତ୍ତ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ଗୁଡ଼ିକ ସାରା ବିଶ୍ୱର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। 

ନ୍ୟୁଜିଲାଣ୍ଡକୁ ଚାରି ୱିକେଟରେ ପରାସ୍ତ କରି ICC ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ବିରାଟ କୋହଲି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ସେଲିବ୍ରେସନ  କରିଥିଲେ। ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 

ଭାଇରାଲ୍ ଭିଡିଓରେ ବିରାଟ କୋହଲି ଅନୁଷ୍କାଙ୍କ ପାଖକୁ ଦୌଡ଼ି ତାଙ୍କୁ ଜୋରରେ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ଜଣେ ପାପାରାଜି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଦୁହେଁ ଚିଲ୍‌ କରିବା ସହ ପରସ୍ପରର କାନ୍ଧରେ ହାତ ରଖି କଥା ହେଉଛନ୍ତି ।  

ଅନୁଷ୍କା ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଆଲିଙ୍ଗନ କଲେ

ଏହା ବ୍ୟତୀତ ଅନୁଷ୍କା ଶର୍ମାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପରେ ଅନୁଷ୍କା ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଆଲିଙ୍ଗନ କରି ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଯାହାର ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ବିରାଟଙ୍କ ଆଉଟ୍‌ରେ ଅନୁଷ୍କା ନିରାଶ ହୋଇଥିଲେ

ମ୍ୟାଚ୍ ସମୟରେ ଅନୁଷ୍କା ଶର୍ମାଙ୍କ ଆଉ ଏକ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା। ଯେତେବେଳେ ବିରାଟ କୋହଲି ତାଙ୍କ ବୟାଟିଂ ଯାଦୁ ଦେଖାଇ ପାରି ନଥିଲେ । ଗୋଟିଏ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ । ସେହି ସମୟରେ ବହୁତ ନିରାଶ ହୋଇଥିଲେ। ତଥାପି, ଦଳର ବିଜୟର ଖୁସି ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା।

ଅନୁଷ୍କା ବିରାଟଙ୍କର ଜଣେ ବଡ଼ ସମର୍ଥକ

ଅନୁଷ୍କାଙ୍କୁ ପ୍ରାୟତଃ ଷ୍ଟାଡିୟମରେ ଭାରତୀୟ ଦଳ ଏବଂ ତାଙ୍କ ଷ୍ଟାର ସ୍ୱାମୀ ବିରାଟଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଇଛି। ପୂର୍ବ ମ୍ୟାଚ୍‌ ଗୁଡ଼ିକରେ ମଧ୍ୟ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନେକ ଥର ପରସ୍ପରକୁ ଫ୍ଲାଇଂ କିସ୍ ଦେବା ଏବଂ ଆଲିଙ୍ଗନ କରିବାର ଦେଖିବାକୁ ମିଳିଛି। ଅନୁଷ୍କା ସବୁଠି ବିରାଟଙ୍କୁ ସପୋର୍ଟ କରନ୍ତି।