ଚାମ୍ପିଅନ୍ସ ଟ୍ରଫି ପାଇଁ ୯ କିଲୋ ଓଜନ କମାଇଛନ୍ତି ମହମ୍ମଦ ଶାମି, ଦିନକୁ ଥରେ ମାତ୍ର ଖାଉଛନ୍ତି

ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଆଜି ଦୁବାଇରେ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ କେବଳ କ୍ରିକେଟ ପ୍ରେମୀ ନୁହନ୍ତି, ଦୁଇ ଦେଶର ଖେଳାଳି ମଧ୍ୟ ସମସ୍ତ ପ୍ରସ୍ତୁତି କରିଛନ୍ତି । ଟିମ୍ ଇଣ୍ଡିଆର ବୋଲର ମହମ୍ମଦ ଶାମି ଏକ ଇଣ୍ଟରଭ୍ୟୁ ସାମ୍ନାକୁ ଆସିଛି । ଯେଉଁଥିରେ ଶାମି ଚାମ୍ପିଅନ୍ସ ଟ୍ରଫି ପାଇଁ ୯ କିଲୋ ଓଜନ କମ୍ କରିଥିବା ଜଣାପଡିଛି । ଜିଓ ହଟଷ୍ଟାର ସେୟାର କରିଥିବା ଭିଡିଓରେ […] The post ଚାମ୍ପିଅନ୍ସ ଟ୍ରଫି ପାଇଁ ୯ କିଲୋ ଓଜନ କମାଇଛନ୍ତି ମହମ୍ମଦ ଶାମି, ଦିନକୁ ଥରେ ମାତ୍ର ଖାଉଛନ୍ତି appeared first on KNews Odisha.

ଚାମ୍ପିଅନ୍ସ ଟ୍ରଫି ପାଇଁ ୯ କିଲୋ ଓଜନ କମାଇଛନ୍ତି ମହମ୍ମଦ ଶାମି, ଦିନକୁ ଥରେ ମାତ୍ର ଖାଉଛନ୍ତି
shami

ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଆଜି ଦୁବାଇରେ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ କେବଳ କ୍ରିକେଟ ପ୍ରେମୀ ନୁହନ୍ତି, ଦୁଇ ଦେଶର ଖେଳାଳି ମଧ୍ୟ ସମସ୍ତ ପ୍ରସ୍ତୁତି କରିଛନ୍ତି । ଟିମ୍ ଇଣ୍ଡିଆର ବୋଲର ମହମ୍ମଦ ଶାମି ଏକ ଇଣ୍ଟରଭ୍ୟୁ ସାମ୍ନାକୁ ଆସିଛି । ଯେଉଁଥିରେ ଶାମି ଚାମ୍ପିଅନ୍ସ ଟ୍ରଫି ପାଇଁ ୯ କିଲୋ ଓଜନ କମ୍ କରିଥିବା ଜଣାପଡିଛି ।

ଜିଓ ହଟଷ୍ଟାର ସେୟାର କରିଥିବା ଭିଡିଓରେ ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏବଂ ମହମ୍ମଦ ଶାମିଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଏଥିରେ ସିଦ୍ଧୁ କହୁଛନ୍ତି କି, ସବୁଠାରୁ କଷ୍ଟ କାମ ଓଜନ କମ୍ କରିବା । ସିଦ୍ଧୁ ଶାମିଙ୍କୁ ୫/୬ କିଲୋ ଓଜନ କେମିତି କମ୍ କରୁଛନ୍ତି ବୋଲି ପଚାରିଥିବା ବେଳେ ଶାମି ୯ କେଜି ଓଜନ କମ୍ କରିଛନ୍ତି ବୋଲି କହିଥିଲେ । ଏହା ଶୁଣିବା ପରେ ସିଦ୍ଧୁ ହସିଥିଲେ ।

ଏହାପରେ ଶାମି ନିଜ ଓଜନ ହ୍ରାସ କେମିତି କରିଛନ୍ତି, ତାହା ସେୟାର କରିଛନ୍ତି । ଶାମି କହିଛନ୍ତି, ଏନସିଏରେ ପହଞ୍ଚିବା ପରେ ତାଙ୍କ ଓଜନ ୯୦ କେଜି ରହିଥିଲା । କିନ୍ତୁ ପରିସ୍ଥିତି ବହୁତ ଚ୍ୟାଲେଞ୍ଜିଂ ଥିଲା । ମୁଁ ମିଠାଠୁ ଦୂରେଇ ରହିଥିଲି । ଏମିତି ଜିନିଷ କେବେ ବି ଖାଏନାହିଁ, ଯାହା ଖାଇବା କଥା ନୁହେଁ । ବୁମରାଙ୍କ ଅନୁପସ୍ଥିତିରେ ମୋତେ ଦାୟିତ୍ବ ସମ୍ଭାଳିବାକୁ ଦିଆଯାଇଛି ।

୨୦୧୫ ପର ଟାରୁ ଦିନକୁ ମାତ୍ର ଥରେ ଖାଇବା ଖାଉଛି । ମୁଁ କେବେ କି ସକାଳ ଜଳଖିଆ କିମ୍ବା ଦ୍ବିପ୍ରହର ଖାଇବା ଖାଏନି । କେବଳ ରାତିରେ ଖାଉଛି । ତେଣୁ ଏଥିପାଇଁ ଓଜନ ନିୟନ୍ତ୍ରଣରେ ରହୁଛି ।

ସୂଚନାଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ଖେଳିଥିଲା । ଏଥିରେ ଶାମି ୫ଟି ୱିକେଟ ନେଇଥିଲେ । ତେବେ ଆଜିର ମ୍ୟାଚରେ ଶାମିଙ୍କ ବୋଲିଂ ଉପରେ ନଜର ରହିଛନ୍ତି ।

Also Read : ଟିମ୍ ଇଣ୍ଡିଆ ବିଜୟ ପାଇଁ ବାରଣାସୀରେ ଫ୍ୟାନ୍ସ କଲେ ଯଜ୍ଞ, ଭିଡିଓ ଭାଇରଲ

 

The post ଚାମ୍ପିଅନ୍ସ ଟ୍ରଫି ପାଇଁ ୯ କିଲୋ ଓଜନ କମାଇଛନ୍ତି ମହମ୍ମଦ ଶାମି, ଦିନକୁ ଥରେ ମାତ୍ର ଖାଉଛନ୍ତି appeared first on KNews Odisha.