ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ବିସିସିଆଇ ଖୋଲିଲା ଖଜାନା, ପୁରସ୍କାର ବାବଦକୁ ମିଳିଲା ଏତିକି କୋଟି

ମୁମ୍ୱାଇ ୨୦/୦୩: ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆ ଉପରେ ବିସିସିଆଇ କରିଛି ଟଙ୍କା ବର୍ଷା । ଲକ୍ଷ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିସିଆଇ । ମୋଟ୍ ୫୮ କୋଟିର ପୁରସ୍କାର ପାଇବ ଦଳ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ର ବିଜେତା ଟିମ୍ ଇଣ୍ଡିଆ ଉପରେ ପୁରସ୍କାର ବର୍ଷା କରିଛି। ବୋର୍ଡ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି। ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀ ଏବଂ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ପୁରସ୍କାର ପ୍ରଦାନ କରାଯିବ। ବୋର୍ଡ ତାର ବିବୃତ୍ତିରେ କହିନାହିଁ ଯେ କିଏ କେତେ ପୁରସ୍କାର ପାଇବ । BCCI secretary Saikia reveals breakdown of Rs 58 crore cash prize to India's CT 2025 winning contingentRead @ANI Story l https://t.co/BqhppIzIrB#BCCI #TeamIndia #ICCChampionsTrophy2025 #cricket pic.twitter.com/jNZYxdAsCZ— ANI Digital (@ani_digital) March 20, 2025ସୂଚନା ଥାଉକି, ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ବିଜେତା ହୋଇଥିଲା । ଭାରତୀୟ ଦଳ ତୃତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଥିଲା । ଏହି ଐତିହାସିକ ବିଜୟର ଉତ୍ସବ ପାଳନ କରି, ବିସିସିଆଇ ସମଗ୍ର ଦଳ ଉପର

ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ବିସିସିଆଇ ଖୋଲିଲା ଖଜାନା, ପୁରସ୍କାର ବାବଦକୁ ମିଳିଲା ଏତିକି କୋଟି

ମୁମ୍ୱାଇ ୨୦/୦୩: ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆ ଉପରେ ବିସିସିଆଇ କରିଛି ଟଙ୍କା ବର୍ଷା । ଲକ୍ଷ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିସିଆଇ । ମୋଟ୍ ୫୮ କୋଟିର ପୁରସ୍କାର ପାଇବ ଦଳ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ର ବିଜେତା ଟିମ୍ ଇଣ୍ଡିଆ ଉପରେ ପୁରସ୍କାର ବର୍ଷା କରିଛି। 

ବୋର୍ଡ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି। ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀ ଏବଂ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ପୁରସ୍କାର ପ୍ରଦାନ କରାଯିବ। ବୋର୍ଡ ତାର ବିବୃତ୍ତିରେ କହିନାହିଁ ଯେ କିଏ କେତେ ପୁରସ୍କାର ପାଇବ । 


ସୂଚନା ଥାଉକି, ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ବିଜେତା ହୋଇଥିଲା । ଭାରତୀୟ ଦଳ ତୃତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଥିଲା । ଏହି ଐତିହାସିକ ବିଜୟର ଉତ୍ସବ ପାଳନ କରି, ବିସିସିଆଇ ସମଗ୍ର ଦଳ ଉପରେ ଟଙ୍କା ବର୍ଷା କରିଛି। 

ମାର୍ଚ୍ଚ ୨୦ ତାରିଖରେ, ବୋର୍ଡ ଖେଳାଳି ଏବଂ ପ୍ରଶିକ୍ଷକ କର୍ମଚାରୀଙ୍କ ସମେତ ଟୁର୍ଣ୍ଣାମେଣ୍ଟରେ ସାମିଲ ଦଳର ସମସ୍ତ ସଦସ୍ୟଙ୍କ ପାଇଁ ୫୮ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ବିସିସିଆଇ ଏହାର ବିବୃତ୍ତିରେ ରୋହିତ ଶର୍ମାଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟ ସମୟରେ ସେମାନଙ୍କର ଜବରଦସ୍ତ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛି।