ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ ଟକ୍କର; ଇଣ୍ଡିଆ-ଅଷ୍ଟ୍ରେଲିଆ ହୋଇପାରେ ମୁକାବିଲା

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ହିଟ୍ ମ୍ୟାନ୍ ରୋହିତ୍ ଶର୍ମାଙ୍କୁ ନେତୃତ୍ବରେ ଟିମ୍ ପ୍ରଥମ ଦୁଇ ମ୍ୟାଚ୍ ସେମି ଫାଇନାଲକୁ ଉନୀତ ହୋଇଛି । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ସେହିପରି ଦ୍ବିତୀୟ ମ୍ୟାଚରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ୬ ଓ୍ବିକେଟରେ ବିଜୟୀ ହୋଇଛି । ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ କାହା ସହିତ ଲଢ଼େଇ କରିବ ଏଯାଏ ସ୍ପଷ୍ଟ ହୋଇନାହିଁ ।ରୋହିତ୍ ସେନା ନିଜର ଅନ୍ତିମ ଲିଗ୍ ମୁକାବିଲା ମାର୍ଚ୍ଚ ୨ ତାରିଖରେ ଖେଳିବ । ଦୁବାଇରେ ନ୍ୟୁଜିଲାଣ୍ଡ ସହିତ ଟକ୍କର ହେବ । ଏହି ମ୍ୟାଚ୍ ଏତେଟା ଗୁରୁତ୍ବପୂର୍ଣ୍ଣ ନଥିଲେ ବି ଗ୍ରୁପର ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ସଂଘର୍ଷ କରିବେ ଉଭୟ ଦଳ । ଶେଷ ଲିଗ୍‌ ମ୍ୟାଚ ପରିଣାମ ଯାହା ହେଉନା କାହିଁକି ମାର୍ଚ୍ଚ ୪ ତାରିଖରେ ଭାରତୀୟ ଦଳ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ । ସୂଚନା ଅନୁଯାୟୀ, ଗ୍ରୁପ-Aର ପ୍ରଥମ ସ୍ଥାନରେ ଥିବା ଦଳ ଗ୍ରୁପ-Bର ଦ୍ବିତୀୟ ସ୍ଥାନରେ ଥିବା ଟିମ୍ ସହିତ ମୁକାବିଲା ହେବ । ସେହିପରି ଗ୍ରୁପ-Aର ଦ୍ବିତୀୟ ଟିମ୍ ଏବଂ  ଗ୍ରୁପ-Bର ପ୍ରଥମ ଟିମ୍ ଭିଡ଼ାଭିଡ଼ି ହେବେ । ଗ୍ରୁପ-Aରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ ପାଇଁ କ୍ବାଲିଫାଏ କରିସାରିଛନ୍ତି । ସେହିପରି ଗ୍ରୁପ-Bରେ ଅଷ୍ଟ୍ରେଲିଆ ସେମି ଫାଇନାଲ ପ

ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ ଟକ୍କର; ଇଣ୍ଡିଆ-ଅଷ୍ଟ୍ରେଲିଆ ହୋଇପାରେ ମୁକାବିଲା

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ହିଟ୍ ମ୍ୟାନ୍ ରୋହିତ୍ ଶର୍ମାଙ୍କୁ ନେତୃତ୍ବରେ ଟିମ୍ ପ୍ରଥମ ଦୁଇ ମ୍ୟାଚ୍ ସେମି ଫାଇନାଲକୁ ଉନୀତ ହୋଇଛି । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ସେହିପରି ଦ୍ବିତୀୟ ମ୍ୟାଚରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ୬ ଓ୍ବିକେଟରେ ବିଜୟୀ ହୋଇଛି । ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ କାହା ସହିତ ଲଢ଼େଇ କରିବ ଏଯାଏ ସ୍ପଷ୍ଟ ହୋଇନାହିଁ ।

ରୋହିତ୍ ସେନା ନିଜର ଅନ୍ତିମ ଲିଗ୍ ମୁକାବିଲା ମାର୍ଚ୍ଚ ୨ ତାରିଖରେ ଖେଳିବ । ଦୁବାଇରେ ନ୍ୟୁଜିଲାଣ୍ଡ ସହିତ ଟକ୍କର ହେବ । ଏହି ମ୍ୟାଚ୍ ଏତେଟା ଗୁରୁତ୍ବପୂର୍ଣ୍ଣ ନଥିଲେ ବି ଗ୍ରୁପର ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ସଂଘର୍ଷ କରିବେ ଉଭୟ ଦଳ । ଶେଷ ଲିଗ୍‌ ମ୍ୟାଚ ପରିଣାମ ଯାହା ହେଉନା କାହିଁକି ମାର୍ଚ୍ଚ ୪ ତାରିଖରେ ଭାରତୀୟ ଦଳ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ । ସୂଚନା ଅନୁଯାୟୀ, ଗ୍ରୁପ-Aର ପ୍ରଥମ ସ୍ଥାନରେ ଥିବା ଦଳ ଗ୍ରୁପ-Bର ଦ୍ବିତୀୟ ସ୍ଥାନରେ ଥିବା ଟିମ୍ ସହିତ ମୁକାବିଲା ହେବ । ସେହିପରି ଗ୍ରୁପ-Aର ଦ୍ବିତୀୟ ଟିମ୍ ଏବଂ  ଗ୍ରୁପ-Bର ପ୍ରଥମ ଟିମ୍ ଭିଡ଼ାଭିଡ଼ି ହେବେ । 

ଗ୍ରୁପ-Aରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ ପାଇଁ କ୍ବାଲିଫାଏ କରିସାରିଛନ୍ତି । ସେହିପରି ଗ୍ରୁପ-Bରେ ଅଷ୍ଟ୍ରେଲିଆ ସେମି ଫାଇନାଲ ପାଇଁ ସ୍ଥାନ ପକ୍କା କରିଛି । ଶନିବାର ଦକ୍ଷିଣ ଆଫ୍ରିକା ଓ  ଇଂଲଣ୍ଡ ମ୍ୟାଚ ଉପରେ ଦ୍ବିତୀୟ ସେମି ଫାଇନାଲ୍ ନିର୍ଭର କରୁଛି । ସାଉଥ୍ ଆଫ୍ରିକା ମ୍ୟାଚ୍ ଜିତିଲେ ସେମିକୁ କ୍ବାଲିଫାଏ କରିବ । ଯଦି ଦକ୍ଷିଣ ଆଫ୍ରିକା ୨୦୭ରନରେ ଇଂଲଣ୍ଡ ଠାରୁ ପରାସ୍ତ ହୁଏ ତେବେ ଆଫଗାନିସ୍ତାନ ପାଇଁ ସେମି ସୁଯୋଗ ମିଳିବ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଠାରୁ ଭାରତ ହାରିଗଲେ ମଧ୍ୟ ଅଷ୍ଟ୍ରେଲିଆ ସହିତ ସେମି ଫାଇନାଲ୍ ଖେଳିବ ।