ଚାମ୍ପିଅନ୍ସ ଟ୍ରଫିରେ ଇତିହାସ; ଅଷ୍ଟମ ମ୍ୟାଚରେ ତୃତୀୟ ସର୍ବାଧିକ ସ୍କୋର୍ ସହ ଦ୍ବିତୀୟ ଛୋଟ ବିଜୟ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବୁଧବାର ବଡ଼ ବିପର୍ଯ୍ୟୟ । ଇଂଲଣ୍ଡକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାର କରିଛି ଆଫଗାନିସ୍ତାନ । ଗତକାଲି ଟୁର୍ଣ୍ଣମେଣ୍ଟର ଅଷ୍ଟମ ମୁକାବିଲା ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଆଫଗାନ୍ ଟିମ୍ ୩୨୪ ରନ କରିଥିଲା । ଏହି ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇ ଥିଲା ଇଂଲିଶ୍ ଟିମ୍ । ମାତ୍ର ୪୯.୫ ଓଭରରେ ଦଳ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୩୧୭ ରନ କରିବାରେ ସକ୍ଷମ ହୋଇଥିଲା । ଫଳରେ ୭ରନ୍‌ରେ ମ୍ୟାଚକୁ ଜିତି ନେଇଛି ଆଫଗାନ ଦଳ । ଏହା ସହିତ ବଟଲର ବାହିନୀକୁ ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ବାହାର କରିଦେଇଛି । ଏହି ମ୍ୟାଚରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ଆଫଗାନିସ୍ତାନ-ଇଂଲଣ୍ଡ ରଚିଲେ ଇତିହାସ:ଚାମ୍ପିଅନ୍ସ ଟ୍ରଫିର ଅଷ୍ଟମ ମ୍ୟାଚରେ ଇତିହାସ ରଚିଛନ୍ତି ଉଭୟ ଆଫଗାନିସ୍ତାନ ଓ ଇଂଲଣ୍ଡ ଦଳ । ଉଭୟ ଟିମ୍ ଗୋଟିଏ ମ୍ୟାଚରେ ମିଳିତ ଭାବେ ୬୪୨ ରନ ସଂଗ୍ରହ କରିଛନ୍ତି । ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଏହା ଦ୍ବିତୀୟ ସର୍ବାଧିକ ରନ୍ ସ୍କୋର । ଚଳିତ ସିଜିନରେ ସର୍ବଧିକ ସ୍କୋର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମିଳିତ ଭାବେ କରିଥିଲେ । ଉଭୟ ଦଳ ଲାହୋରରେ ୭୦୭ ରନ କରିଥିଲେ । ଇଂଲଣ୍ଡ ପ୍ରଥମେ ୩୫୧ ରନ ଏବଂ ଅଷ୍ଟ୍ରେଲିଆ ୩୫୬ରନ କରିଥିଲା । ପୂରା ଚାମ୍ପିଅନ୍ସ ଟ୍ରଫି ଇତିହାସ ଦେଖିଲେ, ବୁଧବାର ଇଂଲଣ୍ଡ ଓ ଆଫଗାନିସ୍ତା

ଚାମ୍ପିଅନ୍ସ ଟ୍ରଫିରେ ଇତିହାସ; ଅଷ୍ଟମ ମ୍ୟାଚରେ ତୃତୀୟ ସର୍ବାଧିକ ସ୍କୋର୍ ସହ ଦ୍ବିତୀୟ ଛୋଟ ବିଜୟ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବୁଧବାର ବଡ଼ ବିପର୍ଯ୍ୟୟ । ଇଂଲଣ୍ଡକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାର କରିଛି ଆଫଗାନିସ୍ତାନ । ଗତକାଲି ଟୁର୍ଣ୍ଣମେଣ୍ଟର ଅଷ୍ଟମ ମୁକାବିଲା ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଆଫଗାନ୍ ଟିମ୍ ୩୨୪ ରନ କରିଥିଲା । ଏହି ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇ ଥିଲା ଇଂଲିଶ୍ ଟିମ୍ । ମାତ୍ର ୪୯.୫ ଓଭରରେ ଦଳ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୩୧୭ ରନ କରିବାରେ ସକ୍ଷମ ହୋଇଥିଲା । ଫଳରେ ୭ରନ୍‌ରେ ମ୍ୟାଚକୁ ଜିତି ନେଇଛି ଆଫଗାନ ଦଳ । ଏହା ସହିତ ବଟଲର ବାହିନୀକୁ ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ବାହାର କରିଦେଇଛି । ଏହି ମ୍ୟାଚରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । 

ଆଫଗାନିସ୍ତାନ-ଇଂଲଣ୍ଡ ରଚିଲେ ଇତିହାସ:

ଚାମ୍ପିଅନ୍ସ ଟ୍ରଫିର ଅଷ୍ଟମ ମ୍ୟାଚରେ ଇତିହାସ ରଚିଛନ୍ତି ଉଭୟ ଆଫଗାନିସ୍ତାନ ଓ ଇଂଲଣ୍ଡ ଦଳ । ଉଭୟ ଟିମ୍ ଗୋଟିଏ ମ୍ୟାଚରେ ମିଳିତ ଭାବେ ୬୪୨ ରନ ସଂଗ୍ରହ କରିଛନ୍ତି । ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଏହା ଦ୍ବିତୀୟ ସର୍ବାଧିକ ରନ୍ ସ୍କୋର । ଚଳିତ ସିଜିନରେ ସର୍ବଧିକ ସ୍କୋର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମିଳିତ ଭାବେ କରିଥିଲେ । ଉଭୟ ଦଳ ଲାହୋରରେ ୭୦୭ ରନ କରିଥିଲେ । ଇଂଲଣ୍ଡ ପ୍ରଥମେ ୩୫୧ ରନ ଏବଂ ଅଷ୍ଟ୍ରେଲିଆ ୩୫୬ରନ କରିଥିଲା । ପୂରା ଚାମ୍ପିଅନ୍ସ ଟ୍ରଫି ଇତିହାସ ଦେଖିଲେ, ବୁଧବାର ଇଂଲଣ୍ଡ ଓ ଆଫଗାନିସ୍ତାନ ମ୍ୟାଚରେ ତୃତୀୟ ସର୍ବାଧିକ ରନ ହୋଇଛି । ଦ୍ବିତୀୟରେ ଶ୍ରୀଲଙ୍କା ଏବଂ ଭାରତର ମିଳିତ ରହିଛି। ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଉଭୟ ଟିମ୍ ୬୪୩ ରନ କରିଥିଲେ । 

ଚାମ୍ପିଅନ୍ସ ଟ୍ରଫିରେ ଦ୍ବିତୀୟ ଛୋଟ ବିଜୟ:

ଚଳିତ ଚାମ୍ପିଅନ୍ସ ଟ୍ରଫିର ଅଷ୍ଟମ ମୁକାବିଲାକୁ ଆଫଗାନିସ୍ତାନ ୮ରନରେ ଜିତି ନେଇଛି । ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଏହା ଦ୍ବିତୀୟ ଛୋଟ ବିଜୟ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ୨୦୧୩ରେ ସେମି ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ମାତ୍ର ୫ ରନରେ ପରାସ୍ତ କରିଥିଲା । ତୃତୀୟ ଛୋଟ ବିଜୟ ୧୦ରନରେ ଭାରତ କଲମ୍ବୋରେ ଦକ୍ଷିଣ ଆଫ୍ରିକାକୁ ୨୦୦୨ରେ ହରାଇଥିଲା ।