ଚାମ୍ପିୟନ ଟ୍ରଫି ପାଇଁ ଯଦି ଭାରତ ନଆସେ ତେବେ କ'ଣ ହେବ ? PCB ମୁଖ୍ୟ କହିଲେ ନିଜ ପ୍ଲାନ୍
ନୂଆଦିଲ୍ଲୀ: ଚାମ୍ପିୟନ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ପାଖରେ ରହିଛି । ୮ ଦେଶକୁ ନେଇ ଆୟୋଜିତ ହେଉଥିବା ଟୁର୍ଣ୍ଣାମେଣ୍ଟ ଏଠାରେ ଖେଳାଯିବ । ପାକିସ୍ତାନ ଶେଷ ଥର ୧୯୯୬ ମସିହାରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲା । ସେହି ସମୟରେ ଭାରତ, ଶ୍ରୀଲଙ୍କା ସହ ମିଶି ପାକିସ୍ତାନ ୱାର୍ଲଡ କପ୍ ଆୟୋଜନ କରିଥିଲା । ତେବେ ୨୦୨୫ରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଏପରି ସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ବାହାରେ ଆୟୋଜନ କରାଯିବ କି ନାହିଁ ଏହା ଉପରେ ପିସିବି ଅଧ୍ୟକ୍ଷ ମୋହସିନ ନକଭୀ ବଡ଼ ବୟାନ ଦେଇଛନ୍ତି । ପଢନ୍ତୁ: ଜାଭଲିନ୍ କିଣିବାକୁ ସଂଘର୍ଷ କରୁଥିଲେ ନଦ୍ଦୀମ, ପାକ୍ ଖେଳାଳିଙ୍କ ଦୁଃଖ କହିଲେ ନୀରଜଚାମ୍ପିୟନ ଟ୍ରଫିରେ ଭାରତର ଅଂଶଗ୍ରହଣକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ପିସିବି ଅଧ୍ୟକ୍ଷ ସୋହସିନ ନକଭୀ କହିଛନ୍ତି ଯେ ଆଗାମୀ ବର୍ଷରେ ହେବାକୁ ଥିବା ଏହି ପ୍ରତିଯୋଗିତାର ଦେଶ ବାହାରେ ଆୟୋଜନ ବିଷୟରେ ଚିନ୍ତା କରୁ ନାହିଁ । ପାକିସ୍ତାନ ସୁପର ଲିଗରେ ଫାଇନାଲ୍ ସମୟରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ନକଭୀ ସ୍ପଷ୍ଟ କରିଛନ୍ତି ଯେ ଗତ ସପ୍ତାହରେ ଦୁବାଇରେ ହୋଇଥିବା ଆଇସିସି ବୈଠକରେ ବିସିସିଆଇ ସଚିବ ଜୟ ଶାହଙ୍କ ସହ କଥା ହୋଇଥିଲେ । ନକଭୀ କହିଛନ୍ତି ଯେ ଆମେ କିଛି ସମୟ ପାଇଁ କଥା ହୋଇଥିଲ
ନୂଆଦିଲ୍ଲୀ: ଚାମ୍ପିୟନ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ପାଖରେ ରହିଛି । ୮ ଦେଶକୁ ନେଇ ଆୟୋଜିତ ହେଉଥିବା ଟୁର୍ଣ୍ଣାମେଣ୍ଟ ଏଠାରେ ଖେଳାଯିବ । ପାକିସ୍ତାନ ଶେଷ ଥର ୧୯୯୬ ମସିହାରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲା । ସେହି ସମୟରେ ଭାରତ, ଶ୍ରୀଲଙ୍କା ସହ ମିଶି ପାକିସ୍ତାନ ୱାର୍ଲଡ କପ୍ ଆୟୋଜନ କରିଥିଲା । ତେବେ ୨୦୨୫ରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଏପରି ସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ବାହାରେ ଆୟୋଜନ କରାଯିବ କି ନାହିଁ ଏହା ଉପରେ ପିସିବି ଅଧ୍ୟକ୍ଷ ମୋହସିନ ନକଭୀ ବଡ଼ ବୟାନ ଦେଇଛନ୍ତି ।
ପଢନ୍ତୁ: ଜାଭଲିନ୍ କିଣିବାକୁ ସଂଘର୍ଷ କରୁଥିଲେ ନଦ୍ଦୀମ, ପାକ୍ ଖେଳାଳିଙ୍କ ଦୁଃଖ କହିଲେ ନୀରଜ
ଚାମ୍ପିୟନ ଟ୍ରଫିରେ ଭାରତର ଅଂଶଗ୍ରହଣକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ପିସିବି ଅଧ୍ୟକ୍ଷ ସୋହସିନ ନକଭୀ କହିଛନ୍ତି ଯେ ଆଗାମୀ ବର୍ଷରେ ହେବାକୁ ଥିବା ଏହି ପ୍ରତିଯୋଗିତାର ଦେଶ ବାହାରେ ଆୟୋଜନ ବିଷୟରେ ଚିନ୍ତା କରୁ ନାହିଁ । ପାକିସ୍ତାନ ସୁପର ଲିଗରେ ଫାଇନାଲ୍ ସମୟରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ନକଭୀ ସ୍ପଷ୍ଟ କରିଛନ୍ତି ଯେ ଗତ ସପ୍ତାହରେ ଦୁବାଇରେ ହୋଇଥିବା ଆଇସିସି ବୈଠକରେ ବିସିସିଆଇ ସଚିବ ଜୟ ଶାହଙ୍କ ସହ କଥା ହୋଇଥିଲେ । ନକଭୀ କହିଛନ୍ତି ଯେ ଆମେ କିଛି ସମୟ ପାଇଁ କଥା ହୋଇଥିଲୁ, କିନ୍ତୁ ତାର ବିବରଣୀ ବର୍ତ୍ତମାନ ଦେବା ବୁଦ୍ଧିମାନର କାମ ନୁହେଁ ।
ନକଭୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ଭାରତୟୀ ଟିମ ପାକିସ୍ତାନ ଗସ୍ତ ନକରେ ତେବେ କଣ ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ୟ ଦେଶରେ ଆୟୋଜନ କବାଯିବ । ଏହାର ଜବାବରେ ସେ କହିଥିଲେ, ଏବେ ଟୁର୍ଣ୍ଣାମେଣ୍ଟକୁ ଅନ୍ୟ କୌଣସି ଦେଶରେ ଆୟୋଜନ କରିବା ନେଇ ଚିନ୍ତା ମଧ୍ୟ କରୁ ନାହିଁ । ଆମେ ପୂରା ଆଶାବାଦୀ ଯେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପାକିସ୍ତନ ଚାମ୍ପିୟନ ଟ୍ରଫି ଆୟୋଜନ କରିବ ।