ଚାମ୍ପିୟନସିପ୍ ଟ୍ରଫି ସେମିଫାଇନାଲରେ ହାରିବା ଟିମକୁ କେତେ ଟଙ୍କା ମିଳିବ ?

ନନ୍ଦିଘୋଷ ବ୍ୟୁରୋ : ଆଇସିସି ଚାମ୍ପିୟନସିପ୍ ଟ୍ରଫିର ରୋମାଞ୍ଚ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ୮ଟିରୁ ୪ଟି ଟିମ୍... The post ଚାମ୍ପିୟନସିପ୍ ଟ୍ରଫି ସେମିଫାଇନାଲରେ ହାରିବା ଟିମକୁ କେତେ ଟଙ୍କା ମିଳିବ ? appeared first on .

ଚାମ୍ପିୟନସିପ୍ ଟ୍ରଫି ସେମିଫାଇନାଲରେ ହାରିବା ଟିମକୁ କେତେ ଟଙ୍କା ମିଳିବ ?

ନନ୍ଦିଘୋଷ ବ୍ୟୁରୋ : ଆଇସିସି ଚାମ୍ପିୟନସିପ୍ ଟ୍ରଫିର ରୋମାଞ୍ଚ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ୮ଟିରୁ ୪ଟି ଟିମ୍ ସେମିଫାଇନାଲରେ ନିଜ ସ୍ଥାନ ବନାଇଛନ୍ତି । ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ଅନ୍ୟପକ୍ଷେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ ନ୍ୟୁଜିଲ୍ୟାଣ୍ଡ । ତେବେ ସେମିଫାଇନାଲରେ ହାରୁଥିବା ଦଳକୁ ଆଇସିସି ପକ୍ଷରୁ କେତେ ଟଙ୍କା ମିଳେ ଜାଣନ୍ତି କି ?

ସେମିଫାଇନାଲରେ ହାରିଥିବା ଦଳକୁ କେତେ ପୁରସ୍କାର ମିଳିବ?

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ମୋଟ ୬.୯ ମିଲିୟନ ଡଲାର ପୁରସ୍କାର ରାଶି ସ୍ଥିର କରାଯାଇଛି । ଯାହା ୨୦୧୭ ସଂସ୍କରଣ ଅପେକ୍ଷା ୫୩ ପ୍ରତିଶତ ଅଧିକ ।ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ଦଳକୁ ୨.୨୪ ମିଲିୟନ ଡଲାର (ପ୍ରାୟ ୧୯.୫ କୋଟି ଟଙ୍କା) ଏବଂ ରନର୍ସଅପ୍ ଦଳକୁ ୧.୧୨ ମିଲିୟନ ଡଲାର (ପ୍ରାୟ ୯.୭୮ କୋଟି ଟଙ୍କା) ପ୍ରଦାନ କରାଯିବ । ଅନ୍ୟପକ୍ଷେ ସେମିଫାଇନାଲରେ ହାରିଥିବା ଦଳକୁ ୫୬୦,୦୦୦ ଡଲାର ବା ପ୍ରାୟ ୪.୮୯ କୋଟି ଟଙ୍କା ପୁରସ୍କାର ରାଶି ମିଳିବ, ଯାହା ICC ତରଫରୁ ଦିଆଯିବ ।

୮ବର୍ଷ ପରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ :

ଦୀର୍ଘ ୮ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେଉଛି। ଏହା ଶେଷ ଥର ପାଇଁ ୨୦୧୭ରେ ଆୟୋଜିତ ହୋଇଥିଲା। ଯେଉଁଥିରେ ପାକିସ୍ତାନ ଫାଇନାଲରେ ଭାରତକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଜିତିଥିଲା। ଏଥର, ଆୟୋଜକ ଭାବରେ ଖେଳୁଥିବା ପାକିସ୍ତାନକୁ ପ୍ରଥମ ରାଉଣ୍ଡରେ ହିଁ ବିଦା ହେବାକୁ ପଡିଲା। ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡକୁ ଗ୍ରୁପ୍ A ରେ ସ୍ଥାନିତ କରାଯାଇଥିଲା। ଗ୍ରୁପ୍ B ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ସାମିଲ ଥିଲେ। ଏଥର ଗ୍ରୁପ୍  A ରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏବଂ ଗ୍ରୁପ୍ Bରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

The post ଚାମ୍ପିୟନସିପ୍ ଟ୍ରଫି ସେମିଫାଇନାଲରେ ହାରିବା ଟିମକୁ କେତେ ଟଙ୍କା ମିଳିବ ? appeared first on .