ଚାମ୍ପିୟନ୍ସ ଟ୍ରଫିରୁ କାହିଁକି ବାଦ ପଡିଲେ ସିରାଜ ? କାରଣ କହିଲେ ରୋହିତ

କନକ ବ୍ୟୁରୋ: ଆସନ୍ତା ଫେବୃଆରୀ ୧୯ ତାରିଖରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ପଡିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖରାପ ପ୍ରଦର୍ଶନ ସତ୍ବେ ରୋହିତଙ୍କ ଉପରେ ପୁଣି ମ୍ୟାନେଜମେଣ୍ଟ ଭରଷା କରିଛି । ବିରାଟ କୋହଲି, ଲୋକେଶ ରାହୁଲଙ୍କୁ ମଧ୍ୟ ଟିମରେ ରଖାଯାଇଛି । ତେବେ କାହିଁକି ଭଲ ଫର୍ମ ସତ୍ତ୍ବେ ମହମ୍ମଦ ସିରାଜଙ୍କୁ ଟିମରେ ରଖାଯାଇନି ତାକୁ ନେଇ ବିବାଦ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ରୋହିତ ଶର୍ମା ଏହାର କାରଣ କହିଛନ୍ତି ।  ଦିନିକିଆ ରାଙ୍କିଂ ପେସ୍ ବୋଲର ଅସଦୀପ ସିଂ, ମହମ୍ମଦ ସାମିଙ୍କ ବହୁତ ଉପରେ ଅଛନ୍ତି  ମହମ୍ମଦ ସିରାଜ । ସିରାଜ ଆଇସିସି ଓଡ଼ିଆଇ ରାଙ୍କିରେ ୮ ନମ୍ବର ସ୍ଥାନରେ ଥିବା ବେଳେ, ବୁମ୍ରା ୭ ନମ୍ବରରେ, ଅଦସୀପଙ୍କ ୧୧୯ ନମ୍ବର , ସାମି ୬୧୦ ନମ୍ବର ରାଙ୍କିରେ ଅଛନ୍ତି। ସିରାଜ ୮ ନମ୍ବରରେ ଥିବା ସତ୍ବେ କାହିଁକି ଟିମରେ ସ୍ଥାନ ମିଳିଲାନି ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ଚାମ୍ପିୟନ୍ସ ଟ୍ରଫି ସହ ଇଂଲଣ୍ଡ ସହ ହେବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜରେ ମଧ୍ୟ ସିରାଜଙ୍କୁ ଟିମରେ ସ୍ଥାନ ମିଳିନି । ରୋହିତ କହିଛନ୍ତି ଟିମରେ ବୋଲିଂରେ ସନ୍ତୁଳନ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପେସ ବୋଲର ଭାବେ ଯଶପ୍ରୀତ ବୁମ୍ରା, ଅସଦୀପ ସିଂଙ୍କୁ ଦଳରେ ରହିଥିବା ବେଳେ ଟିମକୁ ଫେରିଛନ୍ତି ମହ

ଚାମ୍ପିୟନ୍ସ ଟ୍ରଫିରୁ କାହିଁକି ବାଦ ପଡିଲେ ସିରାଜ ? କାରଣ କହିଲେ ରୋହିତ

କନକ ବ୍ୟୁରୋ: ଆସନ୍ତା ଫେବୃଆରୀ ୧୯ ତାରିଖରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ପଡିଆକୁ ଓହ୍ଲାଇବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖରାପ ପ୍ରଦର୍ଶନ ସତ୍ବେ ରୋହିତଙ୍କ ଉପରେ ପୁଣି ମ୍ୟାନେଜମେଣ୍ଟ ଭରଷା କରିଛି । ବିରାଟ କୋହଲି, ଲୋକେଶ ରାହୁଲଙ୍କୁ ମଧ୍ୟ ଟିମରେ ରଖାଯାଇଛି । ତେବେ କାହିଁକି ଭଲ ଫର୍ମ ସତ୍ତ୍ବେ ମହମ୍ମଦ ସିରାଜଙ୍କୁ ଟିମରେ ରଖାଯାଇନି ତାକୁ ନେଇ ବିବାଦ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ରୋହିତ ଶର୍ମା ଏହାର କାରଣ କହିଛନ୍ତି । 

ଦିନିକିଆ ରାଙ୍କିଂ ପେସ୍ ବୋଲର ଅସଦୀପ ସିଂ, ମହମ୍ମଦ ସାମିଙ୍କ ବହୁତ ଉପରେ ଅଛନ୍ତି  ମହମ୍ମଦ ସିରାଜ । ସିରାଜ ଆଇସିସି ଓଡ଼ିଆଇ ରାଙ୍କିରେ ୮ ନମ୍ବର ସ୍ଥାନରେ ଥିବା ବେଳେ, ବୁମ୍ରା ୭ ନମ୍ବରରେ, ଅଦସୀପଙ୍କ ୧୧୯ ନମ୍ବର , ସାମି ୬୧୦ ନମ୍ବର ରାଙ୍କିରେ ଅଛନ୍ତି। ସିରାଜ ୮ ନମ୍ବରରେ ଥିବା ସତ୍ବେ କାହିଁକି ଟିମରେ ସ୍ଥାନ ମିଳିଲାନି ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ଚାମ୍ପିୟନ୍ସ ଟ୍ରଫି ସହ ଇଂଲଣ୍ଡ ସହ ହେବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜରେ ମଧ୍ୟ ସିରାଜଙ୍କୁ ଟିମରେ ସ୍ଥାନ ମିଳିନି । ରୋହିତ କହିଛନ୍ତି ଟିମରେ ବୋଲିଂରେ ସନ୍ତୁଳନ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପେସ ବୋଲର ଭାବେ ଯଶପ୍ରୀତ ବୁମ୍ରା, ଅସଦୀପ ସିଂଙ୍କୁ ଦଳରେ ରହିଥିବା ବେଳେ ଟିମକୁ ଫେରିଛନ୍ତି ମହମ୍ମଦ ସିରାଜ । ସିରାଜ ଟିମରେ ନରହିବା ଦୁର୍ଭାଗ୍ୟଜନକ କିନ୍ତୁ ଦଳରେ ସ୍ବତନ୍ତ୍ର କୁଶଳୀ ବୋଲରଙ୍କୁ ସାମିଲ କରାଯାଇଛି । ଆମେ ତିନି ଜଣ ଫାଷ୍ଟ ବୋଲର ଚାହୁଁଥିଲୁ । ସିରାଜ ନୂଆ ବଲରେ ଭଲ ବୋଲିଂ କରନ୍ତି କିନ୍ତୁ ସେମାନେ ସେଭଳି ବୋଲର ଚାହୁଁଛନ୍ତି ଯିଏ ନୂଆ ବଲ ସହ ମିଡଲ ଅର୍ଡର ଏବଂ ଶେଷପର୍ୟ୍ୟନ୍ତ ତାଙ୍କର ପ୍ରଭାବ ରହିଛି । ବୁମ୍ରା, ସାମି, ଅଶଦୀପଙ୍କ ବୋଲିଂ ଟିମରେ ସନ୍ତୁଳନ ରହିଛି । ଟିମରେ ଶୁବମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । 

ଯଶସ୍ବୀ ଜୟସ୍ବାଲଙ୍କୁ ମଧ୍ୟ ଟିମରେ ନିଆଯାଇଛି । ଟିମ୍‌ରେ ବିରାଟ କୋହଲି, ଲୋକେଶ ରାହୁଲ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ଓ ଅର୍ଶଦୀପ ସିଂ ସାମିଲ ହୋଇଛନ୍ତି । ଫେବ୍ରୁୟାରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେଉଥିବା ବେଳେ ୨୦ରୁ ଭାରତ ଅଭିଯାନ ଆରମ୍ଭ କରିବ। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଥିବାବେଳେ ୨୩ରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । 

କାହିଁକି ମିଳିଲାନି ସ୍ଥାନ ? ରୋହିତ କହିଲେ କାରଣ:


ଆସନ୍ତା ଫେବୃଆରୀ ୧୯ ତାରିଖରୁ ଚାମ୍ପିୟନ୍ସ ଟ୍ରଫି
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ପଡିଆକୁ ଓହ୍ଲାଇବ। 
ଭଲ ଫର୍ମ ସତ୍ବେ ମହମ୍ମଦ ସିରାଜଙ୍କୁ ଟିମରେ ରଖାଯାଇନି 
ସିରାଜଙ୍କୁ କାହିଁକି ରଖାଯାଇନି ରୋହିତ ଶର୍ମା ଏହାର କାରଣ କହିଛନ୍ତି
ଓଡିଆଇ ରାଙ୍କିଂ ପେସ ବୋଲର ଅସଦୀପ ସିଂ, ମହମ୍ମଦ ସାମିଙ୍କ ବହୁତ ଉପରେ ଅଛନ୍ତି  ସିରାଜ
 ସିରାଜ ଆଇସିସି ଓଡ଼ିଆଇ ରାଙ୍କିରେ ୮ ନମ୍ବର ସ୍ଥାନରେ ଅଛନ୍ତି
ଯଶପ୍ରି ବୁମ୍ରା ୭ ନମ୍ବରରେ, ଅର୍ସିଦୀପଙ୍କ ୧୧୯ ନମ୍ବରରେ ରହିଛନ୍ତି
ମହମ୍ମଦ ସାମି ୬୧୦ ନମ୍ବର ରାଙ୍କିରେ ଅଛନ୍ତି। 
ରୋହିତ କହିଛନ୍ତି ଟିମରେ ବୋଲିଂରେ ସନ୍ତୁଳନ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି
 ସିରାଜ ନୂଆ ବଲରେ ଭଲ ବୋଲିଂ କରନ୍ତି 
କିନ୍ତୁ ସେମାନେ ସେଭଳି ବୋଲର ଚାହୁଁଛନ୍ତି ଯିଏ ନୂଆ ବଲ ସହ ମିଡଲ ଅର୍ଡର ଏବଂ ଶେଷପର୍ୟ୍ୟନ୍ତ ତାଙ୍କର ପ୍ରଭାବ ରହିଛି। ବୁମ୍ରା, ସାମି, ଅଶଦୀପଙ୍କ ବୋଲିଂ ଟିମରେ ସନ୍ତୁଳନ ରହିଛି।