ଚାରଧାମ ଯାତ୍ରାରେ ଯୋଗଦେଲେ ୩୩ଲକ୍ଷ ଶ୍ରଦ୍ଧାଳୁ

ଡେରାଡୁନ୍‌: ଚଳିତ ବର୍ଷର ଚାରଧାମ ଯାତ୍ରା-‌ଗଙ୍ଗୋତ୍ରୀ, ଯମୁନୋତ୍ରୀ, ବଦ୍ରିନାଥ ଓ କେଦାରନାଥ ଧାମକୁ ୩୩ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଛନ୍ତି। ଗତ ୪୮ ଦିନ ମଧ୍ୟରେ ଉତ୍ତରାଖଣ୍ଡକୁ ୩୦୬ ‌କୋଟି ଟଙ୍କାର ରାଜସ୍ବ ମଧ୍ୟ ମିଳିଛି। ଉତ୍ତରାଖଣ୍ଡ ପର୍ଯ୍ୟଟନ ବିକାଶ ପରିଷଦର ଯୁଗ୍ମ ନିର୍ଦ୍ଦେଶକ ଯୋଗେନ୍ଦ୍ର ଗଙ୍ଗୱାର କହିଛନ୍ତି, ମେ ୨ରେ ବାବା କେଦାରନଥା ଧାମର ପୋର୍ଟାଲ୍‌ ଖୋଲିବା ଦିନ ଠାରୁ ଗୁରୁବାର (୧୯ ତାରିଖ) ଅପରାହ୍‌ଣ ସୁଦ୍ଧା ମୋଟ ୧୧ଲକ୍ଷ ୬୪ହଜାର ଭକ୍ତ ଦର୍ଶନ ନିମନ୍ତେ […]

ଚାରଧାମ ଯାତ୍ରାରେ ଯୋଗଦେଲେ ୩୩ଲକ୍ଷ ଶ୍ରଦ୍ଧାଳୁ

ଡେରାଡୁନ୍‌: ଚଳିତ ବର୍ଷର ଚାରଧାମ ଯାତ୍ରା-‌ଗଙ୍ଗୋତ୍ରୀ, ଯମୁନୋତ୍ରୀ, ବଦ୍ରିନାଥ ଓ କେଦାରନାଥ ଧାମକୁ ୩୩ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଛନ୍ତି। ଗତ ୪୮ ଦିନ ମଧ୍ୟରେ ଉତ୍ତରାଖଣ୍ଡକୁ ୩୦୬ ‌କୋଟି ଟଙ୍କାର ରାଜସ୍ବ ମଧ୍ୟ ମିଳିଛି। ଉତ୍ତରାଖଣ୍ଡ ପର୍ଯ୍ୟଟନ ବିକାଶ ପରିଷଦର ଯୁଗ୍ମ ନିର୍ଦ୍ଦେଶକ ଯୋଗେନ୍ଦ୍ର ଗଙ୍ଗୱାର କହିଛନ୍ତି, ମେ ୨ରେ ବାବା କେଦାରନଥା ଧାମର ପୋର୍ଟାଲ୍‌ ଖୋଲିବା ଦିନ ଠାରୁ ଗୁରୁବାର (୧୯ ତାରିଖ) ଅପରାହ୍‌ଣ ସୁଦ୍ଧା ମୋଟ ୧୧ଲକ୍ଷ ୬୪ହଜାର ଭକ୍ତ ଦର୍ଶନ ନିମନ୍ତେ ଆସିଛନ୍ତି। ଗତ ୧ ମାସର ହାରାହାରି ସଂଖ୍ୟାର ହିସାବ କଲେ ଦୈନିକ ୨୪ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରୁଛନ୍ତି। ମୁଖ୍ୟ ପଶୁଧନ ଅଧିକାରୀ ଡାକ୍ତର ଆଶିଷ ରାୱତ କହିଛନ୍ତି, ଚାରଧାମ ମଧ୍ୟରେ କେଦାରନାଥ ଧାମକୁ ଯାତ୍ରା ସବୁଠାରୁ କଠିନ ଅଟେ। ଯାତ୍ରୀମାନେ ୨୦ କିମି ଅତିବ କଷ୍ଟକର ପଦଯାତ୍ରା କରିଥାନ୍ତି। ବୁଧବାର ଦିନ କେବଳ ୨ଲକ୍ଷ ୨୮ହଜାର ୬୬୫ ଶ୍ରଦ୍ଧାଳୁ ଘୋଡ଼ା, ଖଚର ଆଦିରେ କେଦାରନାଥ ଆସିଛନ୍ତି। ଏଥିରେ ପ୍ରାୟ ୬୭.୫ କୋଟି ଟଙ୍କା ଆୟ ହୋଇଛି। କେଦାରନାଥ ହେଲିକପ୍ଟର ସେବାର ନୋଡାଲ୍‌ ଅଧିକାରୀ ରାହୁଳ ଚୌବେ କହିଛନ୍ତି, ଗୁରୁବାର ସୁଦ୍ଧା ୪୯, ୨୯୪ଜଣ ଯାତ୍ରୀ ହେଲିକପ୍ଟରରେ କେଦାରନାଥ ଧାମ ନିକଟରେ ପହଞ୍ଚିଛନ୍ତି। ଏଥିରୁ ୬୧ କୋଟି ଟଙ୍କା ଆୟ ହୋଇଛନ୍ତି। ଅନ୍ୟ ବିଭିନ୍ନ ସେବାରୁ ମଧ୍ୟ ଆୟ ହୋଇଛି। ଗୌରୀକୁଣ୍ଡ ବ୍ୟାପାର ସଂଘର ଅଧ୍ୟକ୍ଷ ରାମ ଚନ୍ଦ୍ର ଗୋସ୍ବାମୀ କହିଛନ୍ତି, ଯାତ୍ରୀମାନଙ୍କୁ ୨ହଜାର ହୋଟେଲ୍‌ ସହ ରେସ୍ତୋରାଁ, ଟେଣ୍ଟ ଆଦି ସୁବିଧା ଦିଆଯାଇଛି।