ଚାରିଦିନ ପରେ ସରିଯିବ ଅବଧି : ଇଣ୍ଟରନେଟ ସମସ୍ୟା ହେଉଥିବା ସାଧାରଣ ଲୋକଙ୍କ ଅଭିଯୋଗ

କନକବ୍ୟୁରୋ : ଆଉ ୪ ଦିନ ପରେ, ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍ ଅବଧି ସରିବ। କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଦୁର୍ବଳ ନେଟୱର୍କ ସମସ୍ୟା ସାଜିଛି । ଲୋକ ଆଧାର ସେଣ୍ଟରକୁ ଧାଇଁଧାଇଁ ହତାଶ ହେଉଛନ୍ତି। କୋରାପୁଟ ଜିଲ୍ଲାର ଏକ ଆଧାରକାର୍ଡ ସେଣ୍ଟରର ଦୃଶ୍ୟ । ଆଧାର କାର୍ଡ ଅପଡେଟ୍ ପାଇଁ ଲୋକଙ୍କ ଧାଡ଼ି ଲାଗିଛି। କିନ୍ତୁ ଇଣ୍ଟରନେଟ୍ ସମସ୍ୟା ଯୋଗୁ କାମ ହୋଇପାରୁନାହିଁ। ଯେଉଁମାନଙ୍କର ଆଖି ସ୍କାନ୍ ଓ ଆଙ୍ଗୁଠି ଚିହ୍ନ ଗ୍ରହଣ ହୋଇପାରୁନି, ସେମାନେ ଆହୁରି ଚିନ୍ତାରେ ପଡ଼ିଛନ୍ତି । ଆଧାର କାର୍ଡ ଅପଡେଟ ହୋଇପାରୁ ନଥିବାରୁ ଇ-କେୱାଇସି ଅପଡେଟ୍ ହୋଇପାରୁନି। ସେହିପରି ଗୋଟିଏ କେନ୍ଦ୍ରରେ ଦିନକୁ ମାତ୍ର ୫୦ଟି ଫର୍ମ ପୂରଣ ପାଇଁ ଅନୁମତି ଥିବାରୁ ଅଧିକ ଲୋକ ଆସିଲେ ବି ହାତ ଟେକି ଦେଇଛନ୍ତି ଆଧାର ସେଣ୍ଟର କର୍ତ୍ତୁପକ୍ଷ।  ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଳାରେ ଗତ ୯ ତାରିଖ ସୁଦ୍ଧା ୧ ଲକ୍ଷ ୬୬ ହଜାର ୭୫୦ ଜଣଙ୍କ ଇ-କେୱାଇସି ପେଣ୍ଡିଂ ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ହେଲେ, ୧୫ ତାରିଖ ସୁଦ୍ଧା ଇ-କେୱାଇସି ନକଲେ ଆଉ ରାସନ ମିଳିବ ନାହିଁ ବୋଲି ସକରାର ଚେତାବନୀ ଦେଇଛନ୍ତି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଫେବ୍ରୁଆରି 15 ତାରିଖ ପରେ ଆଉ ଇ-କେୱାଇସି କରିବା ପାଇଁ ଅବଧି ବଢ଼ିବ ନାହି

ଚାରିଦିନ ପରେ ସରିଯିବ ଅବଧି : ଇଣ୍ଟରନେଟ ସମସ୍ୟା ହେଉଥିବା ସାଧାରଣ ଲୋକଙ୍କ ଅଭିଯୋଗ

କନକବ୍ୟୁରୋ : ଆଉ ୪ ଦିନ ପରେ, ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍ ଅବଧି ସରିବ। କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଦୁର୍ବଳ ନେଟୱର୍କ ସମସ୍ୟା ସାଜିଛି । ଲୋକ ଆଧାର ସେଣ୍ଟରକୁ ଧାଇଁଧାଇଁ ହତାଶ ହେଉଛନ୍ତି। 
କୋରାପୁଟ ଜିଲ୍ଲାର ଏକ ଆଧାରକାର୍ଡ ସେଣ୍ଟରର ଦୃଶ୍ୟ ।

ଆଧାର କାର୍ଡ ଅପଡେଟ୍ ପାଇଁ ଲୋକଙ୍କ ଧାଡ଼ି ଲାଗିଛି। କିନ୍ତୁ ଇଣ୍ଟରନେଟ୍ ସମସ୍ୟା ଯୋଗୁ କାମ ହୋଇପାରୁନାହିଁ। ଯେଉଁମାନଙ୍କର ଆଖି ସ୍କାନ୍ ଓ ଆଙ୍ଗୁଠି ଚିହ୍ନ ଗ୍ରହଣ ହୋଇପାରୁନି, ସେମାନେ ଆହୁରି ଚିନ୍ତାରେ ପଡ଼ିଛନ୍ତି । ଆଧାର କାର୍ଡ ଅପଡେଟ ହୋଇପାରୁ ନଥିବାରୁ ଇ-କେୱାଇସି ଅପଡେଟ୍ ହୋଇପାରୁନି। ସେହିପରି ଗୋଟିଏ କେନ୍ଦ୍ରରେ ଦିନକୁ ମାତ୍ର ୫୦ଟି ଫର୍ମ ପୂରଣ ପାଇଁ ଅନୁମତି ଥିବାରୁ ଅଧିକ ଲୋକ ଆସିଲେ ବି ହାତ ଟେକି ଦେଇଛନ୍ତି ଆଧାର ସେଣ୍ଟର କର୍ତ୍ତୁପକ୍ଷ। 

ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଳାରେ ଗତ ୯ ତାରିଖ ସୁଦ୍ଧା ୧ ଲକ୍ଷ ୬୬ ହଜାର ୭୫୦ ଜଣଙ୍କ ଇ-କେୱାଇସି ପେଣ୍ଡିଂ ରହିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ହେଲେ, ୧୫ ତାରିଖ ସୁଦ୍ଧା ଇ-କେୱାଇସି ନକଲେ ଆଉ ରାସନ ମିଳିବ ନାହିଁ ବୋଲି ସକରାର ଚେତାବନୀ ଦେଇଛନ୍ତି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଫେବ୍ରୁଆରି 15 ତାରିଖ ପରେ ଆଉ ଇ-କେୱାଇସି କରିବା ପାଇଁ ଅବଧି ବଢ଼ିବ ନାହିଁ।

ଯେଉଁମାନେ କରି ନାହାନ୍ତି, ଶୀଘ୍ର କରାଇ ନିଅନ୍ତୁ। ନଚେତ୍ ରାସନ କାର୍ଡ ସରେଣ୍ଡର କରିଛନ୍ତି ବୋଲି ଧରି ନିଆଯିବ। ସେମାନଙ୍କ ସ୍ଥାନରେ ସରକାର ନୂଆ ହିତାଧିକାରୀ ଚୟନ କରାଯିବ ।...

ଗୋଟିଏ ପଟେ ଇଂଟରନେଟ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଇ-କେୱାଇସି ଅପଡେଟ୍ ହୋଇ ନପାରିବା ଓ ଅନ୍ୟପଟେ ସରକାରଙ୍କ ଚେତାବନୀ ଯୋଗ୍ୟ ହିତାଧିକାରୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ତେଣୁ ଯୋଗ୍ୟ ହିତାଧିକାରୀ ଯେମିତି ରାସନ ପାଇବାରୁ ବଂଚିତ ନହୁଅନ୍ତି ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।