ଚାଲିଛି ଚଣ୍ଡୀପାଠ...ମା’ଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ହେଉଛି ମଣ୍ଡପ

ଅନୁକୂଳ ପାଗ ଯୋଗୁ ଭୁବନେଶ୍ୱର ରସୁଲଗଡ଼ ପୂଜା ମଣ୍ଡପରେ ବେଶ୍ ଭିଡ଼ ।

ଚାଲିଛି ଚଣ୍ଡୀପାଠ...ମା’ଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ହେଉଛି ମଣ୍ଡପ

ଚାଲିଛି ଚଣ୍ଡୀପାଠ...ମା’ଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ହେଉଛି ମଣ୍ଡପ। ମହାସପ୍ତମୀରେ ଧରାପୃଷ୍ଠରେ ଆବିର୍ଭୁତା ମାଆ ଜଗତଜନନୀ ଦୁର୍ଗାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଛି ପ୍ରାଣପ୍ରତିଷ୍ଠା। ତା’ ପରଠୁ ଅନ୍ୟାନ୍ୟ ବିଧି ବିଧାନରେ ପୂଜାପାଠ ସହ ଆବରଣ ଖୋଲିବା ପରେ କମନୀୟ ରୂପ ଲାବଣ୍ୟରେ ଝଟକୁଥିବା ମାଆଙ୍କ ଦର୍ଶନ ଲାଗି ମଣ୍ଡପଗୁଡ଼ିକରେ ଜମିଛି ଶ୍ରଦ୍ଧାଳୁଙ୍କ ଗହଳି। ଅନୁକୂଳ ପାଗ ଯୋଗୁ ଭୁବନେଶ୍ୱର ରସୁଲଗଡ଼ ପୂଜା ମଣ୍ଡପରେ ବେଶ୍ ଭିଡ଼ ।