ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌, ଗୋଡ଼ାଇଲା ଷଣ୍ଢ

ଷଣ୍ଢକୁ ଦେଖି ଜୀବନ ବିକଳରେ ମ୍ୟାଚ୍‌ ଛାଡି ଦୌଡିଲେ ଖେଳାଳି।

ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌, ଗୋଡ଼ାଇଲା ଷଣ୍ଢ

ଚାଲିଥିଲା କ୍ରିକେଟ୍ ମ୍ୟାଚ୍‌। ପଡିଆରେ ବ୍ୟାଟ ଧରି ପ୍ରସ୍ତୁତ ଥିଲେ ଖୋଳାଳି। ସେହିପରି ଘାତକ ବୋଲିଂ ପାଇଁ ସଜବାଜ ହେଉଥିଲେ ବୋଲର୍‌। ଏତିକି ବୋଳେ ହଠାତ୍‌ ପଡିଆ ଭିତରକୁ ମାଡି ଆସିଲେ ଷଣ୍ଢ। କେହି କିଛି ବୁଝିବା ଆଗରୁ ଖେଳାଳିକୁ ଆକ୍ରମଣ କରିବାକୁ ଗୋଡାଇଲା ଷଣ୍ଢ। ଏହା ଦେଖି ମ୍ୟାଚ୍‌ ଛାଡି ଦୌଡିଲେ ଖେଳାଳି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଟିମ୍‌ ମଧ୍ୟରେ ପଡିଆରେ କ୍ରିକେଟ୍ ମ୍ୟାଚ୍‌ ଚାଲିଛି। ବ୍ୟାଟ୍‌ ଧରି ଖେଳାଳି ବ୍ୟାଟିଂ କରିବାକୁ ଠିଆ ହୋଇଛନ୍ତି। ଏହି ମ୍ୟାଚ୍‌ ଦେଖିବା ପାଇଁ ଆଖପାଖରେ ପ୍ରବଳ ଭିଡ ମଧ୍ୟ ଜମିଛି। ଏତିକି ବେଳେ ହଠାତ୍‌ ପଡିଆ ଭିତରକୁ ମାଡି ଆସୁଛନ୍ତି ଦୁଇଟି ଷଣ୍ଢ। ଏଥିମଧ୍ୟରୁ ଗୋଟିଏ ଷଣ୍ଢ ରାଗରେ ବ୍ୟାଟିଂ କରୁଥିବା ଜଣେ ଖେଳାଳିଙ୍କୁ ଆକ୍ରମଣ ପାଇଁ ଗୋଡାଉଛି। ଏହା ଦେଖି ଜୀବନ ବିଳକରେ ଦୌଡୁଛନ୍ତି ଖେଳାଳି।

ସେପଟେ ଅନ୍ୟ ଖେଳାଳିମାନେ ଷଣ୍ଢକୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି। କିଛି ଖେଳାଳି ବ୍ୟାଟ ଧରି ଷଣ୍ଢକୁ ଘଉଡାଇବା ପରେ ପଡିଆରୁ ଷଣ୍ଢ ପଳାଇ ଯାଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ସୋଶାଲ ମିଡିଆର ଜୋରସୋର୍‌ରେ ଭାଇରାଲ ହେଉଛି।