ଚାଲିଥିଲା ବ୍ରେନ୍‌ ଟ୍ୟୁମର ଅପରେସନ; ରୋଗୀ ବଜାଉଥିଲେ ଗିଟାର

ଅପରେସନ ଟେବୁଲ ଉପରେ ଅପରେସନ ଚାଲିଥିବା ବେଳେ ରୋଗୀଜଣକ କିନ୍ତୁ ଗିଟାର ବଜାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି।

ଚାଲିଥିଲା ବ୍ରେନ୍‌ ଟ୍ୟୁମର ଅପରେସନ; ରୋଗୀ ବଜାଉଥିଲେ ଗିଟାର

ଅପରେସନ କଥା ଶୁଣିଲେ ସମସ୍ତେ ଛାନିଆ ହୋଇ ଯାଆନ୍ତି। ଅପରେସନ ଟେବୁଲକୁ ଗଲେ କଥା ସରିଲା। କିପରି ଭଲରେ ଭଲରେ ଅପରେସନ ସରିବ ସେଥିପାଇଁ ମୁଣ୍ଡିଆ ମାରୁଥାନ୍ତି ପରିବାର ଲୋକେ। ଆଉ ରୋଗୀ କଥା ତ ଛାଡ଼ । ମାତ୍ର ଏବେ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଜଣେ ରୋଗୀଙ୍କ ବ୍ରେନ ଟ୍ୟୁମର ଅପରେସନ ଚାଲିଥିବା ବେଳେ ରୋଗୀଜଣକ କିନ୍ତୁ ବେଶ୍‌ ଆକ୍ଟିଭ ଥିଲେ। ଅପରେସନ ଟେବୁଲ ଉପରେ ଅପରେସନ ଚାଲିଥିବା ବେଳେ ରୋଗୀଜଣକ କିନ୍ତୁ ଗିଟାର ବଜାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି, କ୍ରିଶ୍ଚିୟନ ନୋଲେନ ନାମକ ରୋଗୀ ବ୍ରେନ ଟ୍ୟୁମରରେ ପୀଡ଼ିତ ଥିଲେ। ଏକ କ୍ୟାନସର ସେଣ୍ଟରରେ ଗତ ବର୍ଷ ୧୮ ଡିସେମ୍ବରରେ ତାଙ୍କର ବ୍ରେନ ଟ୍ୟୁମର ଅପରେସନ ହୋଇଥିଲା।

ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି, ଡାକ୍ତରୀ ଟିମ୍‌ ନୋଲେନଙ୍କ ଟ୍ୟୁମର ଅପରେସନରେ ବ୍ୟସ୍ତ ଥିବା ବେଳେ ନୋଲେନ କିନ୍ତୁ ବେଶ୍‌ ସ୍ଥିର ମନରେ ଗିଟାର ବଜାଇବାରେ ବ୍ୟସ୍ତ ଥିଲେ। ଟ୍ୟୁମର ବାହାର କରିବା ସମୟରେ ରୋଗୀ ସଚେତ ତଥା ଆକ୍ଟିଭ ରହିବା ଏକ ଭଲ ଲକ୍ଷଣ ବୋଲି ଡାକ୍ତରୀ ଟିମ୍‌ ପ୍ରକାଶ କରିଛନ୍ତି। କାରଣ ଏହାଦ୍ୱାରା ରୋଗୀର କେଉଁ ଅଙ୍ଗ ଉପରେ ଅପରେସନର କ’ଣ ପ୍ରଭାବ ପଡ଼ୁଛି ତାହା ତତ୍‌କ୍ଷଣାତ ଜାଣିହୁଏ।

ଅପରେସନ ପରେ ନୋଲେନ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ତେବେ ଏପରି ଏକ ଘଟଣା ସୋଶାଲ ମିଡିଅରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।