ଚାଷଜମିକୁ ଯାଉଥିଲେ: ଭାଲୁ ହାବୁଡ଼ରେ ପଡିଗଲେ
କୋକସରା,୪ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ସାହାଜଖୋଲ ଜଙ୍ଗଲ ନିକଟସ୍ଥ ସର୍ଗିଗୁଡା ଗ୍ରାମର ଜଣେ ଚାଷୀ ରବିବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଡମ୍ବରୁଧର ମାଝୀ (୩୬)। ଡମ୍ବରୁଧର ଚାଷଜମିକୁ ଯାଉଥିବା ବେଳେ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଗାଁକୁ ଆସିଥିବା ୨ଟି ଭାଲୁ ହଠାତ ତାଙ୍କୁ ଆକ୍ରମଣ କରିଥିଲେ। କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବା ପରେ ପରିବାର ଲୋକେ ଆମପାଣି ଜଙ୍ଗଲ ବିଭାଗକୁ ଖବର […] The post ଚାଷଜମିକୁ ଯାଉଥିଲେ: ଭାଲୁ ହାବୁଡ଼ରେ ପଡିଗଲେ appeared first on Dharitri Odia News.
କୋକସରା,୪ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ସାହାଜଖୋଲ ଜଙ୍ଗଲ ନିକଟସ୍ଥ ସର୍ଗିଗୁଡା ଗ୍ରାମର ଜଣେ ଚାଷୀ ରବିବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଡମ୍ବରୁଧର ମାଝୀ (୩୬)। ଡମ୍ବରୁଧର ଚାଷଜମିକୁ ଯାଉଥିବା ବେଳେ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଗାଁକୁ ଆସିଥିବା ୨ଟି ଭାଲୁ ହଠାତ ତାଙ୍କୁ ଆକ୍ରମଣ କରିଥିଲେ। କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବା ପରେ ପରିବାର ଲୋକେ ଆମପାଣି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ପରେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଫରେଷ୍ଟ ଗାର୍ଡ ନାରାୟଣ ନାଗ କୋକସରା ଡାକ୍ତରଖାନାକୁ ଆସି ସମ୍ପୃକ୍ତ ଚାଷୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ। ଏନେଇ ଆମପାଣି ଫରେଷ୍ଟ ଗାର୍ଡ ନାରାୟଣ ନାଗଙ୍କୁ ପଚାରିବାରୁ ସରକାରୀ ନିୟମ ଅନୁସାରେ ପୀଡିତଙ୍କୁ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି।
The post ଚାଷଜମିକୁ ଯାଉଥିଲେ: ଭାଲୁ ହାବୁଡ଼ରେ ପଡିଗଲେ appeared first on Dharitri Odia News.