ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା: ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଲେ ଚାଷୀ

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ): ବିହାରର ଭାଗଲପୁର ଠାରେ ପିଏମ କିଷାନ ସମ୍ମାନ ନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ ସମ୍ମାନ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ ମାରି ଅର୍ଥ ପ୍ରେରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସୋମବାର ଗଞ୍ଜାମ ଜିଲା ଜିଲାପରିଷଦ ଭବନର ଋଷିକୂଲ୍ୟା ସମ୍ବିଳନୀ କକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧିକ୍ଷତାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଷୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିବା ସହ ୧୯ତମ କିସ୍ତି […] The post ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା: ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଲେ ଚାଷୀ appeared first on Dharitri Odia News.

ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା: ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଲେ ଚାଷୀ

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ): ବିହାରର ଭାଗଲପୁର ଠାରେ ପିଏମ କିଷାନ ସମ୍ମାନ ନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ ସମ୍ମାନ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ ମାରି ଅର୍ଥ ପ୍ରେରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସୋମବାର ଗଞ୍ଜାମ ଜିଲା ଜିଲାପରିଷଦ ଭବନର ଋଷିକୂଲ୍ୟା ସମ୍ବିଳନୀ କକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧିକ୍ଷତାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଷୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିବା ସହ ୧୯ତମ କିସ୍ତି ନିଜ ଖାତାକୁ ଆସିବା ଦେଖି ଖୁସି ବ୍ୟକ୍ତ କରିଥିଲେ।
ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା,ମୁଖ୍ୟ ଜିଲା କୃଷି ଅଧିକାରୀ ରବିନାରାୟଣ ପଣ୍ଡା, ଉଦ୍ୟାନ ବିଭାଗର ଉପନିର୍ଦେଶକ କନ୍ଧ ଜେନା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁଜିତ୍‌ କୁମାର ନାଥ, ପ୍ରଦୀପ କୁମାର ପଟ୍ଟନାୟକ,ପ୍ରକଳ୍ପ ନିର୍ଦ୍ଦେଶକ (ଜଳଛାୟା) ମଞ୍ଛାସିନ ଥିଲେ l ଋଷିକୂଲ୍ୟା ସମ୍ବିଳନୀ କକ୍ଷର ମଞ୍ଚ ସାମ୍ନାରେ ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ,ଗ୍ରାମ୍ୟ କୃଷି କର୍ମଚାରୀ ବିଟିମ ଓ ଏଟିମ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲାର ଆତ୍ମାର ଉପପ୍ରକଳ୍ପ ନିର୍ଦ୍ଦେଶକ ବସୁଦେବ ଶତପଥୀ ପରିଚାଳନା କରିଥିଲେ l

 

 

The post ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା: ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଲେ ଚାଷୀ appeared first on Dharitri Odia News.