ଚାଷୀଙ୍କ ପାଇଁ ‘ଡିଜିଟାଲ୍‌ କାର୍ଡ’ ଆଣିବେ ସରକାର: ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୬ା୯:ଦେଶର ଚାଷୀଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଆଧାର ଭଳି ଏକ ଡିଜିଟାଲ ଆଇଡି ଆଣିବାକୁ ଯାଉଛନ୍ତି। ଆଗାମୀ ୩ଟି ଆର୍ଥିକବର୍ଷରେ ୧୧ କୋଟି କୃଷକଙ୍କୁ ଏଥିରେ ସାମିଲ କରାଯିବ। ଏହା ହେଉଛି ‘ଆଗ୍ରିଷ୍ଟାକ୍‌’ ଅଭିଯାନର ଏକ ଅଂଶ, ଯାହାକୁ କୃଷକ କୈନ୍ଦ୍ରିକ ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର (ଡିପିଆଇ) ରୂପେ ଡିଜାଇନ୍‌ କରାଯାଇଛି। ଏହା ଜରିଆରେ ଚାଷୀ ବିଭିନ୍ନ ସେବା ଓ ଯୋଜନାର ସୁଫଳ ପାଇବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଧାର କାର୍ଡ ସଦୃଶ […] The post ଚାଷୀଙ୍କ ପାଇଁ ‘ଡିଜିଟାଲ୍‌ କାର୍ଡ’ ଆଣିବେ ସରକାର: ଜାଣନ୍ତୁ ଏହା କ’ଣ appeared first on Dharitri Odia News.

ଚାଷୀଙ୍କ ପାଇଁ ‘ଡିଜିଟାଲ୍‌ କାର୍ଡ’ ଆଣିବେ ସରକାର: ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୬ା୯:ଦେଶର ଚାଷୀଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଆଧାର ଭଳି ଏକ ଡିଜିଟାଲ ଆଇଡି ଆଣିବାକୁ ଯାଉଛନ୍ତି। ଆଗାମୀ ୩ଟି ଆର୍ଥିକବର୍ଷରେ ୧୧ କୋଟି କୃଷକଙ୍କୁ ଏଥିରେ ସାମିଲ କରାଯିବ। ଏହା ହେଉଛି ‘ଆଗ୍ରିଷ୍ଟାକ୍‌’ ଅଭିଯାନର ଏକ ଅଂଶ, ଯାହାକୁ କୃଷକ କୈନ୍ଦ୍ରିକ ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର (ଡିପିଆଇ) ରୂପେ ଡିଜାଇନ୍‌ କରାଯାଇଛି। ଏହା ଜରିଆରେ ଚାଷୀ ବିଭିନ୍ନ ସେବା ଓ ଯୋଜନାର ସୁଫଳ ପାଇବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଆଧାର କାର୍ଡ ସଦୃଶ ଏକ ବିଶ୍ୱସ୍ତ ଫାର୍ମର ଆଇଡି ବା କୃଷକ ପରିଚୟପତ୍ର ଆଣିବା ହେଉଛି ଆଗ୍ରିଷ୍ଟାକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ। ଏହା ଜରିଆରେ ୨୦୨୪-୨୫ ଆର୍ଥିକବର୍ଷରେ ୬ କୋଟି, ୨୦୨୪-୨୫ରେ ୩ କୋଟି ଏବଂ ୨୦୨୫-୨୬ ଆର୍ଥିକବର୍ଷରେ ୨ କୋଟି ଚାଷୀଙ୍କ ପାଇଁ ଡିଜିଟାଲ ଆଇଡି ଜାରି କରାଯିବ ବୋଲି ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ତଥା ପରିଚାଳିତ ଏହି ଆଇଡିଗୁଡ଼ିକୁ ଜମି ରେକର୍ଡ, ପ୍ରାଣୀଙ୍କ ସ୍ବତ୍ୱାଧିକାର, ଫସଲ, ଅମଳ ଭଳି ବିଭିନ୍ନ କୃଷକ ସମ୍ପର୍କିତ ଡାଟାରେ ଯୋଡ଼ାଯିବ। ସରକାର ୨ ବର୍ଷ ମଧ୍ୟରେ ଦେଶବ୍ୟାପୀ ‘ଡିଜିଟାଲ କର୍ପ ସର୍ଭେ’ ଆରମ୍ଭ କରିବାକୁ ଯାଉଛନ୍ତି। ୨୦୨୪-୨୫ରେ ୪୦୦ ଜିଲା ଏବଂ ୨୦୨୫-୨୬ ଆର୍ଥିକବର୍ଷରେ ସବୁ ଜିଲାକୁ ଏଥିରେ ସାମିଲ କରାଯିବ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

The post ଚାଷୀଙ୍କ ପାଇଁ ‘ଡିଜିଟାଲ୍‌ କାର୍ଡ’ ଆଣିବେ ସରକାର: ଜାଣନ୍ତୁ ଏହା କ’ଣ appeared first on Dharitri Odia News.