ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି
ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି। ବାରାଣସୀରୁ ଚାଷୀଙ୍କ ଖାତାକୁ ଅର୍ଥ ପ୍ରଦାନ କରିଛନ୍ତି... The post ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି appeared first on .
ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି। ବାରାଣସୀରୁ ଚାଷୀଙ୍କ ଖାତାକୁ ଅର୍ଥ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯ କୋଟି ୨୬ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ ହଜାର କୋଟିରୁ ଅଧିକ ଟଙ୍କା। ଏହି ଯୋଜନା ମାଧ୍ୟମରେ ପ୍ରତି ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ କିଷାନ ସମ୍ମାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଥିଲେ ପିଏମ ମୋଦି। ଏହି ପ୍ରତିଶ୍ରୁତି ଅନୁସାରେ ଆଜି ଚାଷୀଙ୍କ ଖାତାକୁ ଯାଇଛି କିଷାନ ସମ୍ମାନ ନିଧିର ସପ୍ତଦଶ କିସ୍ତି। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ ପରେ ପିଏମ ମୋଦି ପ୍ରଥମଥର ଲାଗି ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ଡିବିଟି ଜରିଆରେ ଏହି କିସ୍ତି ଚାଷୀଙ୍କ ଖାତାକୁ ପ୍ରଦାନ କରାଯାଇଛି। ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧିତ କରି ବାରାଣସୀ ବାସୀଙ୍କ ପାଖରେ ଋଣୀ ବୋଲି କହିଥିଲେ ମୋଦି। ମା ଗଙ୍ଗା ମୋତେ କୋଳେଇ ନେଇଛନ୍ତି। ମୁଁ ଏଠାକାର ହୋଇଯାଇଛି ବୋଲି କହିଛନ୍ତି ପିଏମ ମୋଦି। ଏହି ଅବସରରେ ବରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
The post ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି appeared first on .