ଚିକିଟି ମଦ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି

ଗଞ୍ଜାମ : ଚିକିଟି ବିଷାକ୍ତ ମଦ ନେଲା ଆଉ ଏକ ଜୀବନ । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଲକ୍ଷ୍ମଣ ବେହେରା (୫୨) । ମେଡିକାଲ କର୍ତ୍ତୃପକ୍ଷ ବିଳମ୍ବିତ ରାତିରେ ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଆଉ ୪ ଜଣ ଏମ୍‌କେସିଜିରେ ଚିକିତ୍ସାଧୀ ଅବସ୍ଥାରେ ଅଛନ୍ତି। ବିଷାକ୍ତ ମଦ […]

ଚିକିଟି ମଦ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି
ଚିକିଟି ମଦ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି

ଗଞ୍ଜାମ : ଚିକିଟି ବିଷାକ୍ତ ମଦ ନେଲା ଆଉ ଏକ ଜୀବନ । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଲକ୍ଷ୍ମଣ ବେହେରା (୫୨) । ମେଡିକାଲ କର୍ତ୍ତୃପକ୍ଷ ବିଳମ୍ବିତ ରାତିରେ ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଆଉ ୪ ଜଣ ଏମ୍‌କେସିଜିରେ ଚିକିତ୍ସାଧୀ ଅବସ୍ଥାରେ ଅଛନ୍ତି।

ବିଷାକ୍ତ ମଦ ପିଇ ପୂର୍ବରୁ ଚିକିଟି ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇ ସାରିଛି। ଏହାପରେ ଲକ୍ଷ୍ମଣ ବେହେରାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ମାତ୍ର ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନା କତୃପକ୍ଷ ସୂଚନା ଦେଇଛନ୍ତି