ଚିକିଟି ମଦ ମୃତ୍ୟୁର ହେବ RDC ସ୍ତରୀୟ ତଦନ୍ତ, ଘଟଣାର ଅନୁଧ୍ୟାନ କରିବେ ଅବକାରୀ ମନ୍ତ୍ରୀ
ଭୁବନେଶ୍ବର ୨୨।୮: ଚିକିଟି ମଦ ମୃତ୍ୟୁ ଘଟଣାର RDC ସ୍ତରୀୟ ତଦନ୍ତ ହେବ । ୨ ମାସ ଭିତରେ ରିପୋର୍ଟ ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଚୋରା ମଦ କାରବାର ରୋକିବାରେ ସରକାର ପ୍ରତିଶୃତିବଦ୍ଧ । ବେଆଇନ ମଦ କାରବାର ଘଟଣାରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧୧୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଗଞ୍ଜାମ ଗସ୍ତରେ ବାହାରିଲେ ଅବକାରୀ ମନ୍ତ୍ରୀ । ମଦ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବେ । ବ୍ରହ୍ମପୁର MKCG ଯାଇ ଅସୁସ୍ଥଙ୍କୁ ଭେଟିବେ । ଅପରାହ୍ନ ୪ଟାରେ ମନ୍ତ୍ରୀ ପହଞ୍ଚିବେ ବୋଲି ସୂଚନା ରହିଛି ।ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁରରେ ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ବେଳେ ବୁଧବାର ଦୁଇ ଜଣ ଆଖି ବୁଜିଥିଲେ । ସେମାନେ ହେଲେ ଜେନାପୁର ଗ୍ରାମର ଜୁର ବେହେରା ଓ ତାଙ୍କ ପଡୋଶୀ ଲୋକନାଥ ବେହେରା । ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁରେ ସେମାନେ ଚକିତ୍ସାଧୀନ ଥିଲେ । ଚିକିଟି କରବାଲୁଆ ଓ ଜେନାପୁର ଅଞ୍ଚଳର ବହୁ ବ୍ୟକ୍ତି ସୋମବାର ମାଉନ୍ଦପୁର ଯାଇ ବିଷାକ୍ତ ମଦ୍ୟପାନ କରିଥିଲେ । ମଦ୍ୟପାନ ପରେ ୨୦ ଜଣ ଝାଡ଼ାବାନ୍ତିର ଶିକାର ହେବା ସହିତ ସମସ୍ତଙ୍କ ଦେହ ଥରିବା ଓ ମୁଣ୍ଡ ବୁଲେଇବା ଲକ୍ଷଣ ଦେଖାଦେଇଥିଲା । ଏବେ ବି ଘଟଣାରେ ୩ ଜଣ ଗୁରୁତର ଭାବେ ଆଇ
ଭୁବନେଶ୍ବର ୨୨।୮: ଚିକିଟି ମଦ ମୃତ୍ୟୁ ଘଟଣାର RDC ସ୍ତରୀୟ ତଦନ୍ତ ହେବ । ୨ ମାସ ଭିତରେ ରିପୋର୍ଟ ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଚୋରା ମଦ କାରବାର ରୋକିବାରେ ସରକାର ପ୍ରତିଶୃତିବଦ୍ଧ । ବେଆଇନ ମଦ କାରବାର ଘଟଣାରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧୧୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ଗଞ୍ଜାମ ଗସ୍ତରେ ବାହାରିଲେ ଅବକାରୀ ମନ୍ତ୍ରୀ । ମଦ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବେ । ବ୍ରହ୍ମପୁର MKCG ଯାଇ ଅସୁସ୍ଥଙ୍କୁ ଭେଟିବେ । ଅପରାହ୍ନ ୪ଟାରେ ମନ୍ତ୍ରୀ ପହଞ୍ଚିବେ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁରରେ ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ବେଳେ ବୁଧବାର ଦୁଇ ଜଣ ଆଖି ବୁଜିଥିଲେ । ସେମାନେ ହେଲେ ଜେନାପୁର ଗ୍ରାମର ଜୁର ବେହେରା ଓ ତାଙ୍କ ପଡୋଶୀ ଲୋକନାଥ ବେହେରା । ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁରେ ସେମାନେ ଚକିତ୍ସାଧୀନ ଥିଲେ ।
ଚିକିଟି କରବାଲୁଆ ଓ ଜେନାପୁର ଅଞ୍ଚଳର ବହୁ ବ୍ୟକ୍ତି ସୋମବାର ମାଉନ୍ଦପୁର ଯାଇ ବିଷାକ୍ତ ମଦ୍ୟପାନ କରିଥିଲେ । ମଦ୍ୟପାନ ପରେ ୨୦ ଜଣ ଝାଡ଼ାବାନ୍ତିର ଶିକାର ହେବା ସହିତ ସମସ୍ତଙ୍କ ଦେହ ଥରିବା ଓ ମୁଣ୍ଡ ବୁଲେଇବା ଲକ୍ଷଣ ଦେଖାଦେଇଥିଲା । ଏବେ ବି ଘଟଣାରେ ୩ ଜଣ ଗୁରୁତର ଭାବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ୍ ୭ ଜଣକୁ ଉଭୟ ଅବକାରୀ ଓ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
You Can Read:
ଅର୍ପଣ ଚାଉଳ ଫିଙ୍ଗାଯିବା ଅଭିଯୋଗକୁ ପୁରୀ ଜିଲ୍ଲାପାଳଙ୍କ ଖଣ୍ଡନ, ‘ରାଇସ୍ ମିଲ୍ରେ ଚାଉଳ ସୁରକ୍ଷିତ ରଖାଯାଇଛି’