ଚିକିତ୍ସା ହେବାପରେ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେଲେ ଆଡଭାନୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏଆଇଆଇଏମ୍ଏସ୍)ରେ ଗତକାଲି ରାତିରେ ଭର୍ତ୍ତି କରାଯାଇଥିଲା। ହଠାତ ଅସୁସ୍ଥ ହୋଇପଡ଼ିବାରୁ ୯୬ ବର୍ଷୀୟ ଆଡଭାନୀଙ୍କୁ ଦିଲ୍ଲୀ ଏମ୍ସର ଜେରିଆଟ୍ରିକ୍(ବାର୍ଦ୍ଧକ୍ୟଜନିତ ଅସୁସ୍ଥତା) ବିଭାଗର ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ତେବେ ସେ ସୁସ୍ଥ ଅଛନ୍ତି ଏବଂ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପାଇଥିବା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା […]

ଚିକିତ୍ସା ହେବାପରେ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେଲେ ଆଡଭାନୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏଆଇଆଇଏମ୍ଏସ୍)ରେ ଗତକାଲି ରାତିରେ ଭର୍ତ୍ତି କରାଯାଇଥିଲା। ହଠାତ ଅସୁସ୍ଥ ହୋଇପଡ଼ିବାରୁ ୯୬ ବର୍ଷୀୟ ଆଡଭାନୀଙ୍କୁ ଦିଲ୍ଲୀ ଏମ୍ସର ଜେରିଆଟ୍ରିକ୍(ବାର୍ଦ୍ଧକ୍ୟଜନିତ ଅସୁସ୍ଥତା) ବିଭାଗର ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ତେବେ ସେ ସୁସ୍ଥ ଅଛନ୍ତି ଏବଂ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପାଇଥିବା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅମଲେଶ ସେଠ୍ କହିଛନ୍ତି ଯେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା ପରେ ସ୍ଥିତିରେ ଉନ୍ନତି ହୋଇଛି। ପରିବାର ପକ୍ଷରୁ କୁହାଯାଇଥିଲା ଯେ ବୟସଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।