ଚିକିତ୍ସିତ ଅବସ୍ଥାରେ CRPF ଯବାନଙ୍କ ମୃତ୍ୟୁ, ମର୍ଯ୍ୟାଦା ସହକାରେ ହେଲା ଶେଷକୃତ୍ୟ

ବୌଦ୍ଧ ୦୧/୦୭: ବୌଦ୍ଧ ସହର ସ୍ଥିତ ବୁଟୁପାଲିର CRPF ଯବାନ ନରେନ୍ଦ୍ର କୁମାର ରାଜଙ୍କ ଚିକିତ୍ସିତ ଅବସ୍ଥାରେ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଛି। ନରେନ୍ଦ୍ର ସମ୍ବଲପୁର ଗୋଶାଳା CRPF କ୍ୟାମ୍ପରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ସେ ଅସୁସ୍ଥ ହେବାରୁ ତାଙ୍କୁ CRPF ପକ୍ଷରୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ରେ ଭର୍ତି କରାଯାଇଥିଲା । ଆଜି ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ମୃତ ଶରୀରଙ୍କ CRPF ପକ୍ଷରୁ ବୌଦ୍ଧ ବାସଭବନକୁ ଅଣାଯାଇ ସେଠାରେ ପରିଜନଙ୍କୁ ସାକ୍ଷାତ କରାଯିବା ପରେ ସ୍ଥାନୀୟ ରାଜ ଘାଟ ଠାରେ ତାଙ୍କୁ ମୁଖାଗ୍ନୀ ଦେବା ସହିତ CRPF ପକ୍ଷରୁ ଯବାନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ସୂଚନାଥାଉକି, CRPF ଯବାନ ନରେନ୍ଦ୍ର କୁମାର ରାଜ ଦୀର୍ଘ ୨୫ ବର୍ଷ ହେବ CRPFରେ କାର୍ଯ୍ୟରତ ଥିଲେ । ପ୍ରଥମେ ସେ ଜମ୍ମୁ କାଶ୍ମୀର ରେ ମୁତୟନ ହୋଇଥିଲେ ଏବଂ ପରେ ସେ ଦିଲ୍ଲୀ ରେ ମୁତୟନ ହୋଇଥିଲେ । ବିଗତ କିଛି ବର୍ଷ ହେବ ସେ ସମ୍ବଲପୁର ଗୋଶାଳା ସ୍ଥିତ CRPF କ୍ୟାମ୍ପ ରେ କାର୍ଯ୍ୟରତ ଥିଲେ । ତେବେ ୩ ମାସ ପୂର୍ବେ ତାଙ୍କର କିଡନୀ ନଷ୍ଟ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ତାଙ୍କୁ ଚିକିତ୍ସା କରାଇ ନୂତନ କିଡନୀ ମଧ୍ୟ ଲଗାଯାଇଥିଲା ଏବଂ ସେ ସୁସ୍ଥ ହୋଇ ପୁଣି ଥରେ ନିଜ କ୍ୟାମ୍ପ କୁ ଫେରିଥିଲେ । ତେବ

ଚିକିତ୍ସିତ ଅବସ୍ଥାରେ CRPF ଯବାନଙ୍କ ମୃତ୍ୟୁ, ମର୍ଯ୍ୟାଦା ସହକାରେ ହେଲା ଶେଷକୃତ୍ୟ

ବୌଦ୍ଧ ୦୧/୦୭: ବୌଦ୍ଧ ସହର ସ୍ଥିତ ବୁଟୁପାଲିର CRPF ଯବାନ ନରେନ୍ଦ୍ର କୁମାର ରାଜଙ୍କ ଚିକିତ୍ସିତ ଅବସ୍ଥାରେ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଛି। ନରେନ୍ଦ୍ର ସମ୍ବଲପୁର ଗୋଶାଳା CRPF କ୍ୟାମ୍ପରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ସେ ଅସୁସ୍ଥ ହେବାରୁ ତାଙ୍କୁ CRPF ପକ୍ଷରୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ରେ ଭର୍ତି କରାଯାଇଥିଲା । 

ଆଜି ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ମୃତ ଶରୀରଙ୍କ CRPF ପକ୍ଷରୁ ବୌଦ୍ଧ ବାସଭବନକୁ ଅଣାଯାଇ ସେଠାରେ ପରିଜନଙ୍କୁ ସାକ୍ଷାତ କରାଯିବା ପରେ ସ୍ଥାନୀୟ ରାଜ ଘାଟ ଠାରେ ତାଙ୍କୁ ମୁଖାଗ୍ନୀ ଦେବା ସହିତ CRPF ପକ୍ଷରୁ ଯବାନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । 

ସୂଚନାଥାଉକି, CRPF ଯବାନ ନରେନ୍ଦ୍ର କୁମାର ରାଜ ଦୀର୍ଘ ୨୫ ବର୍ଷ ହେବ CRPFରେ କାର୍ଯ୍ୟରତ ଥିଲେ । ପ୍ରଥମେ ସେ ଜମ୍ମୁ କାଶ୍ମୀର ରେ ମୁତୟନ ହୋଇଥିଲେ ଏବଂ ପରେ ସେ ଦିଲ୍ଲୀ ରେ ମୁତୟନ ହୋଇଥିଲେ । ବିଗତ କିଛି ବର୍ଷ ହେବ ସେ ସମ୍ବଲପୁର ଗୋଶାଳା ସ୍ଥିତ CRPF କ୍ୟାମ୍ପ ରେ କାର୍ଯ୍ୟରତ ଥିଲେ । ତେବେ ୩ ମାସ ପୂର୍ବେ ତାଙ୍କର କିଡନୀ ନଷ୍ଟ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । 

ତାଙ୍କୁ ଚିକିତ୍ସା କରାଇ ନୂତନ କିଡନୀ ମଧ୍ୟ ଲଗାଯାଇଥିଲା ଏବଂ ସେ ସୁସ୍ଥ ହୋଇ ପୁଣି ଥରେ ନିଜ କ୍ୟାମ୍ପ କୁ ଫେରିଥିଲେ । ତେବେ ତିନି ଦିନ ପୂର୍ବରୁ ତାଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ CRPF ପକ୍ଷରୁ ତାଙ୍କୁ ପ୍ରଥମେ ବୁର୍ଲା ମେଡିକାଲ ରେ ଭର୍ତି କରି ଚିକିତ୍ସା କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। 

ତେବେ ସେଠାରେ ତାଙ୍କ କିଡନୀ ଫେଲ ହେବା କାରଣରୁ ତାଙ୍କର ଆଜି ମୃତ୍ୟୁ ବରଣ ହୋଇଥିବା ପରିବାର ଲୋକଙ୍କ ସୂଚନା ମିଳିଛି। ତେବେ ନରେନ୍ଦ୍ରଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଓ ବାପା ଅଛନ୍ତି । ନରେନ୍ଦ୍ର ଙ୍କୁ ହରାଇ ସମଗ୍ର ପରିବାର ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ସେପଟେ ପୁଅ ଦେଶ ପାଇଁ କାର୍ଯ୍ୟରତ ଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଯୋଗୁଁ ତାଙ୍କ ବାପା ବେଶ୍ ଗର୍ବିତ ବୋଲି କହିଛନ୍ତି ।