ଚିକିତ୍ସିତ ହୋଇ ଫେରିବା ରାସ୍ତାରେ ଚାଲିଗଲା ବ୍ଲକ ବିଜେଡି ସଭାପତିଙ୍କ ଜୀବନ

ତିହିଡ଼ି,୩୧ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡାଙ୍କର ଗୁରୁବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କ ଘର ଭାଟପଡ଼ା ପଞ୍ଚାୟତ ଅଧୀନ ସଂଖିଡା ଗ୍ରାମରେ। କିଛି ମାସ ଧରି ସେ ଶାରୀରିକ ଭାବେ ଅସୁସ୍ଥ ଥିଲେ। ତେବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ସିକିତ୍ସିତ ହୋଇ ଫେରିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଅତ୍ୟନ୍ତ ଦୁଃଖ ପ୍ରକାଶ ପାଇଛି। ଦୀର୍ଘବର୍ଷ […] The post ଚିକିତ୍ସିତ ହୋଇ ଫେରିବା ରାସ୍ତାରେ ଚାଲିଗଲା ବ୍ଲକ ବିଜେଡି ସଭାପତିଙ୍କ ଜୀବନ appeared first on Dharitri Odia News.

ଚିକିତ୍ସିତ ହୋଇ ଫେରିବା ରାସ୍ତାରେ ଚାଲିଗଲା ବ୍ଲକ ବିଜେଡି ସଭାପତିଙ୍କ ଜୀବନ

ତିହିଡ଼ି,୩୧ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡାଙ୍କର ଗୁରୁବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କ ଘର ଭାଟପଡ଼ା ପଞ୍ଚାୟତ ଅଧୀନ ସଂଖିଡା ଗ୍ରାମରେ। କିଛି ମାସ ଧରି ସେ ଶାରୀରିକ ଭାବେ ଅସୁସ୍ଥ ଥିଲେ। ତେବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ସିକିତ୍ସିତ ହୋଇ ଫେରିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଅତ୍ୟନ୍ତ ଦୁଃଖ ପ୍ରକାଶ ପାଇଛି। ଦୀର୍ଘବର୍ଷ ଧରି ସେ ବିଜେଡିର ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ।  ସେ ଜିଲା ପରିଷଦ ସଭ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

The post ଚିକିତ୍ସିତ ହୋଇ ଫେରିବା ରାସ୍ତାରେ ଚାଲିଗଲା ବ୍ଲକ ବିଜେଡି ସଭାପତିଙ୍କ ଜୀବନ appeared first on Dharitri Odia News.