ଚିକେନ୍‌ ଖାଉଥିଲେ ସାବଧାନ, ସତର୍କତା ଜାରି କଲେ ସରକାର

ଅମରାବତୀ,୧୭।୨: ଆପଣଙ୍କୁ ଚିକେନ୍‌ ପସନ୍ଦ କି? ଯଦି ଆପଣ ନିୟମିତ ଚିକେନ୍‌ ଖାଉଛନ୍ତି ତେବେ ସର୍ତକ ହୋଇଯାଆନ୍ତୁ। ତୁରନ୍ତ ଚିକେନ୍‌ ଖାଇବା ବନ୍ଦ କରି ଦିଅନ୍ତୁ। ଖୋଦ୍‌ ସରକାର ଏଥିପାଇଁ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ କାହିଁକି… ଦୁଇବର୍ଷ ପୂର୍ବେ ସାରା ବିଶ୍ୱକୁ କରୋନା ମହାମାରୀ ଭୀତତ୍ରସ୍ତ କରିଦେଇଥିବାବେଳେ ଏବେ ଆଉ ଏକ ରୋଗ ଆତଙ୍କ ଖେଳାଇଲାଣି। ଏବେ ଅଧିକାଂଶ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଲାଣି। ତେବେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଚିକେନ ଖାଇବା […] The post ଚିକେନ୍‌ ଖାଉଥିଲେ ସାବଧାନ, ସତର୍କତା ଜାରି କଲେ ସରକାର appeared first on Dharitri Odia News.

ଚିକେନ୍‌ ଖାଉଥିଲେ ସାବଧାନ, ସତର୍କତା ଜାରି କଲେ ସରକାର

ଅମରାବତୀ,୧୭।୨: ଆପଣଙ୍କୁ ଚିକେନ୍‌ ପସନ୍ଦ କି? ଯଦି ଆପଣ ନିୟମିତ ଚିକେନ୍‌ ଖାଉଛନ୍ତି ତେବେ ସର୍ତକ ହୋଇଯାଆନ୍ତୁ। ତୁରନ୍ତ ଚିକେନ୍‌ ଖାଇବା ବନ୍ଦ କରି ଦିଅନ୍ତୁ। ଖୋଦ୍‌ ସରକାର ଏଥିପାଇଁ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ କାହିଁକି…

Chicken News Photo LETHAL CHANGE : A man holds chickens...

ଦୁଇବର୍ଷ ପୂର୍ବେ ସାରା ବିଶ୍ୱକୁ କରୋନା ମହାମାରୀ ଭୀତତ୍ରସ୍ତ କରିଦେଇଥିବାବେଳେ ଏବେ ଆଉ ଏକ ରୋଗ ଆତଙ୍କ ଖେଳାଇଲାଣି। ଏବେ ଅଧିକାଂଶ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଲାଣି। ତେବେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଚିକେନ ଖାଇବା ଲୋକଙ୍କୁ ସରକାର ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ସମୟରେ ଚିକେନ ଖାଇବା ବନ୍ଦ କରିଦିଅନ୍ତୁ ବୋଲି ସରକାର ପରାମର୍ଶ ଦେଇଛନ୍ତି ।

Insight: Bird flu spreads to new countries, threatens non-stop 'war' on poultry | Reuters

ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ବାର୍ଡ ଫ୍ଲୁ ରୋଗ ବର୍ତ୍ତମାନ ଆତଙ୍କ ଖେଳାଇ ଦେଇଛି । ଯାହା ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଲାଣି। ନେଲୋର ଜିଲାର ଅନେକ କୁକୁଡ଼ା ଫାର୍ମରେ କୁକୁଡ଼ାମାନେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଏହି ଜୀବାଣୁ ଯୋଗୁଁ ଜିଲାର ପୁଡଲକରୁ, କୋଭୁରୁ ଏବଂ ସାଇଦାପୁରମ ଅଞ୍ଚଳରେ ବହୁ ସଂଖ୍ୟକ କୁକୁଡ଼ା ମରିଯାଉଥିବା ଖବର ମିଳିଛି। ଜିଲା କର୍ତ୍ତୃପକ୍ଷ ଏଥିପାଇଁ ଭୋପାଳ ଲାବୋରେଟୋରୀକୁ ଚିକେନ ସାମ୍ପଲ ପଠାଇଛନ୍ତି।

Bird flu: Bird Flu: Two new cases detected in poultry workers after contract with infected birds. Details here - The Economic Times
କୁକୁଡ଼ା ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି କାରଣରୁ ଅଧିକାରୀମାନେ ସତର୍କ ହୋଇଯାଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ପଶୁପାଳନ ବିଭାଗର ଅଧିକାରୀଙ୍କ ସହ ଜରୁରୀ ବେଠକ କରିଛନ୍ତି। ବାର୍ଡ ଫ୍ଲୁ ବ୍ୟାପିବା ପାଇଁ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାର୍ଡ ଫ୍ଲୁ ହେତୁ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ଅଞ୍ଚଳଠାରୁ ଏକ କିଲୋମିଟର ଦୂରରେ ତିନି ମାସ ପର୍ଯ୍ୟନ୍ତ ଚିକେନ ଦୋକାନ ବନ୍ଦ କରିବାକୁ କଲେକ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଚିକେନ ଏବଂ ଅଣ୍ଡା ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁ କାରଣରୁ ଚିକେନ ଏବଂ ଅଣ୍ଡାର ମୂଲ୍ୟ ହ୍ରାସ ପାଇବ ବୋଲି ଏକ ସମ୍ଭାବନା ରହିଛି । କୁକୁଡ଼ା ବ୍ୟବସାୟୀମାନେ ମଧ୍ୟ ଏହାକୁ ନେଇ ଚିନ୍ତିତ ଅଛନ୍ତି।

The post ଚିକେନ୍‌ ଖାଉଥିଲେ ସାବଧାନ, ସତର୍କତା ଜାରି କଲେ ସରକାର appeared first on Dharitri Odia News.