ଚିକେନ୍‌ ପ୍ୟାନ୍‌ ଫ୍ରାଏଡ୍‌ ମୋମୋ

ସାମଗ୍ରୀ- ୨କପ ମଇଦା, ଉଷୁମ ପାଣି, ଏକ କପ ଛୋଟ କଟା ଚିକେନ୍‌, ଗୋଟିଏ କପ ପରିବା (ନିଜ ପସନ୍ଦର), କଟା ରସୁଣ, କଟା ଅଦା, ସୋୟା ସସ୍‌, ରାଶି ତେଲ ଅଳ୍ପ । ପ୍ରଣାଳୀ – ପ୍ରଥମେ ମଇଦାକୁ ଉଷୁମ ପାଣି ଦେଇ ଚକଟି ନିଅନ୍ତୁ । ଅଟା ଚକଟାକୁ ୩୦ ମିନିଟ୍‌ ପାଇଁ ଘୋଡାଇ ଛାଡି ଦିଅନ୍ତୁ । ଏକ ସେପାରେଟ୍‌ ବୋଲ୍‌ରେ କଟା ଯାଇଥିବା ପରିବା, ଚିକେନ୍‌, କଟା ଅଦା ରସୁଣ, ସୋୟା […]

ଚିକେନ୍‌ ପ୍ୟାନ୍‌ ଫ୍ରାଏଡ୍‌ ମୋମୋ

ସାମଗ୍ରୀ- ୨କପ ମଇଦା, ଉଷୁମ ପାଣି, ଏକ କପ ଛୋଟ କଟା ଚିକେନ୍‌, ଗୋଟିଏ କପ ପରିବା (ନିଜ ପସନ୍ଦର), କଟା ରସୁଣ, କଟା ଅଦା, ସୋୟା ସସ୍‌, ରାଶି ତେଲ ଅଳ୍ପ ।
ପ୍ରଣାଳୀ – ପ୍ରଥମେ ମଇଦାକୁ ଉଷୁମ ପାଣି ଦେଇ ଚକଟି ନିଅନ୍ତୁ । ଅଟା ଚକଟାକୁ ୩୦ ମିନିଟ୍‌ ପାଇଁ ଘୋଡାଇ ଛାଡି ଦିଅନ୍ତୁ । ଏକ ସେପାରେଟ୍‌ ବୋଲ୍‌ରେ କଟା ଯାଇଥିବା ପରିବା, ଚିକେନ୍‌, କଟା ଅଦା ରସୁଣ, ସୋୟା ସସ୍‌, ରାଶି ତେଲ,ଲୁଣ,ମରିଚ ଗୁଣ୍ଡ ପକାଇ ଗୋଲାନ୍ତୁ । ଏହାପରେ ଛୋଟଛୋଟ ଗୁଳା କରି ସେଥିରେ ଏହି ମିଶ୍ରଣକୁ ଭରି ମୋମୋ ଆକର ଦିଅନ୍ତୁ । ଏହାପରେ ନନ୍‌ ଷ୍ଟିକ୍‌ ପ୍ୟାନରେ ତେଲରେ ଏହି ମୋମୋକୁ ଭାଜି ନିଅନ୍ତୁ । ଏହାକୁ ଅଳ୍ପ ଆଞ୍ଚରେ କରନ୍ତୁ ଯେପରି ଭିତରର ମସଲା ସିଝିଯିବ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଚିକେନ୍‌ ଫ୍ରାଏଡ୍‌ ମୋମୋ ।