ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ ଏହା ସେତେ ବେଶୀ ଗ୍ୟାସ ସମସ୍ୟା ସୃଷ୍ଟି କରେନାହିଁ। ଦ୍ୱିତୀୟତଃ ଚିନାବାଦାମକୁ ସିଝାଇ ଖାଇଲେ ଏହା କମ୍ପ୍ଲିଟ୍‌ ମିଲ୍‌ର କାମ ଦେଇଥାଏ। ଅର୍ଥାତ୍‌ ସିଝା ଚିନାବାଦାମରୁ କିଛି ଖାଇଦେଲେ କିଛି ସମୟ ପାଇଁ ଏହା ଭୋକକୁ ନିୟନ୍ତ୍ରଣ କରିଥାଏ। ତା’ଛଡ଼ା ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମରେ ଆଣ୍ଟି ଅକ୍ସିଡାଣ୍ଟ […] The post ଚିନାବାଦାମ ଖାଉଥିଲେ appeared first on Dharitri Odia News.

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ ଏହା ସେତେ ବେଶୀ ଗ୍ୟାସ ସମସ୍ୟା ସୃଷ୍ଟି କରେନାହିଁ। ଦ୍ୱିତୀୟତଃ ଚିନାବାଦାମକୁ ସିଝାଇ ଖାଇଲେ ଏହା କମ୍ପ୍ଲିଟ୍‌ ମିଲ୍‌ର କାମ ଦେଇଥାଏ। ଅର୍ଥାତ୍‌ ସିଝା ଚିନାବାଦାମରୁ କିଛି ଖାଇଦେଲେ କିଛି ସମୟ ପାଇଁ ଏହା ଭୋକକୁ ନିୟନ୍ତ୍ରଣ କରିଥାଏ। ତା’ଛଡ଼ା ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଟିକେ ଅଧିକ ରହୁଥିବାରୁ, ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ। ତା’ଛଡ଼ା ଶରୀରର ଓଜନ କମ୍‌ କରାଇବାରେ ବି ଏହା ବେଶ୍‌ ସହାୟକ ହୋଇଥାଏ। କୁହାଯାଏ, ଗୁଡ଼ ସହିତ ସିଝା ଚିନାବାଦାମ ଖାଇଲେ ଏହା ଆଣ୍ଠୁଗଣ୍ଠି ଦରଜ ସମସ୍ୟାରୁ କେତେକାଂଶରେ ମୁକ୍ତି ଦେଇଥାଏ। ଦୃଷ୍ଟିଶକ୍ତିକୁ ପ୍ରଖର କରିବା ଓ ହାର୍ଟ ପାଇଁ ବି ଏହାକୁ ଖାଇଲେ ଉପକାର ମିଳିଥାଏ। ଶରୀରରେ ରକ୍ତର ପରିମାଣ କମ୍‌ ଥିଲେ କିମ୍ବା ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣରେ ରଖିବାର ଥିଲେ ଅଥବା ସ୍ମରଣଶକ୍ତିକୁ ବଢାଇବାର ଥିଲେ ସିଝା ଚିନାବାଦାମ ଖାଇବା ଲାଭଦାୟକ ହୋଇଥାଏ।

The post ଚିନାବାଦାମ ଖାଉଥିଲେ appeared first on Dharitri Odia News.