ଚିନାବାଦାମ ଚାଷ ଦେଉଛି ରୋଜଗାର

କର୍ଲାମୁଣ୍ଡା:୧୦।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡ଼ା ପଞ୍ଚାୟତ ପୁଟୀଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ଥିବା ୨ ଏକର ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟୀଗାଁ ଚାଷୀ ମୁକ୍ତି ସିଆନ ସାହୁ। ଏଥିପାଇଁ ଗତ ଅକ୍ଟୋବର ୨୫ରେ ଜମି ପ୍ରସ୍ତୁତ କରି ଏକର ପ୍ରତି ୩ ପକେଟ ଚିନାବାଦାମ ବିହନ ଲଗାଇଥିଲେ। ଯାହାର ମୂଲ୍ୟ ୪୫ ଶହ ଟଙ୍କା। ଏହା ବ୍ୟତୀତ ହଳ ବାବଦକୁ ୫୪ଶହ […] The post ଚିନାବାଦାମ ଚାଷ ଦେଉଛି ରୋଜଗାର appeared first on Dharitri Odia News.

ଚିନାବାଦାମ ଚାଷ ଦେଉଛି ରୋଜଗାର

କର୍ଲାମୁଣ୍ଡା:୧୦।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡ଼ା ପଞ୍ଚାୟତ ପୁଟୀଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ଥିବା ୨ ଏକର ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟୀଗାଁ ଚାଷୀ ମୁକ୍ତି ସିଆନ ସାହୁ। ଏଥିପାଇଁ ଗତ ଅକ୍ଟୋବର ୨୫ରେ ଜମି ପ୍ରସ୍ତୁତ କରି ଏକର ପ୍ରତି ୩ ପକେଟ ଚିନାବାଦାମ ବିହନ ଲଗାଇଥିଲେ। ଯାହାର ମୂଲ୍ୟ ୪୫ ଶହ ଟଙ୍କା। ଏହା ବ୍ୟତୀତ ହଳ ବାବଦକୁ ୫୪ଶହ ଟଙ୍କା, ସାର, ଖତ ଏବଂ ଔଷଧ ପାଇଁ ୪ ହଜାର ୫୦ ଟଙ୍କା, ଶ୍ରମିକ ବାବଦକୁ ୭ହଜାର ୩ ଶହ ଟଙ୍କା ମୋଟ ୨୧ ହଜାର ୨ଶହ ୫୦ ଟଙ୍କା ଖର୍ଚ୍ଚ କରିଥିଲେ।

ବର୍ତ୍ତମାନ ଚଳିତ ମାସ ପ୍ରଥମ ସପ୍ତାହରୁ ଅମଳ ଆରମ୍ଭ କରିଛନ୍ତି। ଏକରକୁ ୩୫ ପକେଟ୍‌ ଅମଳ ହେବାକୁ ସେ ଆଶା ରଖିଛନ୍ତି। ତଦନୁସାରେ ପ୍ରତି ପକେଟକୁ ୧୬ଶହ ଟଙ୍କା ଦରରେ ମୋଟ ୫୬ ହଜାର ଟଙ୍କାରେ ବିକ୍ରି କରିବେ। ତେବେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆବଶ୍ୟକ ମୁତାବକ ବିହନ ଯୋଗାଇବା ସହ ଆର୍ଥିକ ସହାୟତା ଓ ମଣ୍ଡିର ବ୍ୟବସ୍ଥା ମିଳିଲେ ଚାଷୀ ଅଧିକ ଲାଭବାନ ହୋଇପାରନ୍ତେ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ପୁଟୀଗାଁର ୧୦ରୁ ଅଧିକ ଚାଷୀ ଚିନାବାଦାମ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଥିବା ଜଣାପଡିଛି। ଅନ୍ୟପକ୍ଷେ ଏହି ଚାଷ ମରୁଡି ସହଣୀ ଓ ରୋଗ ପୋକର ପ୍ରାଦୁର୍ଭାବ କମ୍‌ ରହିବା ସହ କମ୍‌ ଦିନିଆ ଚାଷ ହୋଇଥିବାରୁ ଚାଷୀମାନେ ଆଗ୍ରହର ସହିତ କରୁଛନ୍ତି ବୋଲି ଚାଷୀ ରମେଶ ସାହୁ କହିଛନ୍ତି।

The post ଚିନାବାଦାମ ଚାଷ ଦେଉଛି ରୋଜଗାର appeared first on Dharitri Odia News.