ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି ଓ ଧୂଅଁା କଲବଲ କରି ଚାଲିଛି। ଉଭୟ ବନଖଣ୍ଡର ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗି ଜଳିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ବନ ଓ ବନ୍ୟପ୍ରାଣୀ ବିଭାଗର ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଗୁରୁତ୍ୱ ଦେବା ସହ […] The post ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ appeared first on Dharitri Odia News.

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି ଓ ଧୂଅଁା କଲବଲ କରି ଚାଲିଛି। ଉଭୟ ବନଖଣ୍ଡର ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗି ଜଳିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ବନ ଓ ବନ୍ୟପ୍ରାଣୀ ବିଭାଗର ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଗୁରୁତ୍ୱ ଦେବା ସହ ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ନିଆଁ ଲାଗିବା ନେଇ ଆସୁଥିବା ସରକାରୀ ଅନୁଦାନର ଖର୍ଚ୍ଚ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାହାକି ତଦନ୍ତ ସାପେକ୍ଷ। ଅଧିକାଂଶ ସ୍ଥାନରେ ଲୋକ ନିଆଁ ଲିଭାଉଛନ୍ତି। ଗତ ୨ମାସ ମଧ୍ୟରେ ପ୍ରାୟ ୩୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗି ସାରିଥିବା ବେସରକାରୀ ଭାବେ ଜଣାପଡିଛି।
ଚଳିତବର୍ଷ ପଞ୍ଚରିଡା ରେଞ୍ଜର ଖତିଆ, ଦଶପଲ୍ଲା ରେଞ୍ଜର ଚଢ଼େୟାପଲ୍ଲୀ, ପୋଖରୀଗୋଛା, ପୋଲରା, ବାଣିଗୋଛା, ନ ସହର, ମହିପୁର ରେଞ୍ଜର ରତାଦେଇ, ପାଲଭା, ରଗଡିମଡା, ଖଣ୍ଡପଡା ରେଞ୍ଜର ସାପୁଆ, ମଇଁଷୀବିନ୍ଧା, ଓଡଗଁା ରେଞ୍ଜର ଗୋଛା, ଗୟଳିସିଂହ, ଖଣ୍ଡପଡାର ଚଢ଼େଇବସା, ସଂରକ୍ଷିତ ଜଙ୍ଗଲ, ଗୋଳାପୋଖରୀ ନିକଟସ୍ଥ ଶିଖରପୁର ସଂରକ୍ଷତ ଜଙ୍ଗଲ, ସିଘାଂପଡା, କିଆଝର ଓ କୋସକାରେ ଥିବା ସାପୁଆ ସଂରକ୍ଷିତ ଜଙ୍ଗଲ, ଗୋବର୍ଦ୍ଧନପ୍ରସାଦ ଗ୍ରାମ ନିକଟସ୍ଥ କାଶିଆ ପାହାଡ, ବାହାଡାଝୋଲା ନିକଟସ୍ଥ ନାଲିଆମ୍ବା ପାହାଡ, ନୟାଗଡର ଟାଙ୍ଗେଣୀ ଓ ହାତିମୁଣ୍ଡା ପାହାଡ ପରି ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଅଁା ଲାଗି ସାରିଲାଣି। ପୁଣି ମହାନଦୀ ବନ୍ୟପ୍ରାଣୀ ବିଭାଗର ସାତକୋଶିଆ, ବାଣିଗୋଛ, କୁଲୁରୁକୁମ୍ପା, ଶାଳଭଙ୍ଗା ପରି ଜଙ୍ଗଲରେ ଅନୁରୂପ ଭାବେ ନିଆଁ ଲାଗିଥିଲା। ଜଙ୍ଗଲ ନିଆଁ ପାଇଁ ସଚେତନତା ନ ଥିବାବେଳେ ବନ ବିଭାଗର ଅବହେଳା ଯୋଗୁ ବନାଗ୍ନି ବଢ଼ି ଚାଲିଥିବା କୁହାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜିଲା, ରେଞ୍ଜ, ସେକ୍ସନ, ବିଟ୍‌ ସ୍ତରରେ ସଭା କରାଯାଇ ଅଗ୍ନିପାରଚାଳକ ଖସଡା ପ୍ରସ୍ତୁତ କରାଯାଇ ନିଅଁାର ଭୟାବହତା ସମ୍ପର୍କରେ ସଚେତନତା ହୋଇଛି। ପ୍ରତି ରେଞ୍ଜର ଜଙ୍ଗଲିଆ ଅଞ୍ଚଳରେ ୮୦ କିମି ଫାୟାର ଲାଇନ କରିବା ପାଇଁ ନିର୍ଦ୍ଦେଶ ଥିଲା। ସେହିପରି ପ୍ରତି ରେଞ୍ଜରେ ଏକ ୧୦ ଜଣିଆ ନିଅଁା ଲିଭାଳି ଦଳ ନିୟୋଜିତ ହୋଇଛନ୍ତି। ଏମାନଙ୍କ ପାଇଁ ବୋଲେରୋ ଓ ନିଅଁା ଲିଭା ଉପକରଣ ଯୋଗାଇ ଦିଆଯାଇଛି। ହେଲେ ନିଅଁା ଲାଗିଲେ ଲିଭାଳି ଦଳ ପହଞ୍ଚୁ ନ ଥିବା ଅଭିଯୋଗ ହୋଇ ଆସୁଛି। ପୁଣି ଅଧିକାଂଶ ଜଙ୍ଗଲରେ ଫାୟାର ଲାଇନ ଠିକ୍‌ ଭାବେ କଟା ଯାଉ ନ ଥିବାରୁ ନିଅଁା ଲାଗିବା ବଢ଼ି ଚାଲିଥିବା କୁହାଯାଉଛି।

The post ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ appeared first on Dharitri Odia News.