ଚିନ୍ତା ବଢ଼ାଉଛି ଡିପ୍ଥେରିଆ; ଆଦିବାସୀ ଅଂଚଳରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍
ରାୟଗଡ଼ା (କେନ୍ୟୁଜ); ରାଜ୍ୟରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ଏନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ରାୟଗଡ଼ା ପରେ ଏବେ କଳାହାଣ୍ଡି ଜିଲ୍ଲାକୁ ମାଡୁଛି ଏହି ସଂକ୍ରମଣ । ଏନେଇ ରାୟଗଡ଼ା କାଶୀପୁରରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍ । ସର୍ଭେଲାନ୍ସ ପରେ ଏହି ବୁଷ୍ଟର ଡୋଜ୍ ଦିଆଯିବ । ୧ ବର୍ଷ ବୟସ ଶିଶୁଙ୍କୁ ଦିଆଯିବ ପେଣ୍ଟା ଡୋଜ୍। ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ। […] The post ଚିନ୍ତା ବଢ଼ାଉଛି ଡିପ୍ଥେରିଆ; ଆଦିବାସୀ ଅଂଚଳରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍ appeared first on KNews Odisha.

ରାୟଗଡ଼ା (କେନ୍ୟୁଜ); ରାଜ୍ୟରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ଏନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ରାୟଗଡ଼ା ପରେ ଏବେ କଳାହାଣ୍ଡି ଜିଲ୍ଲାକୁ ମାଡୁଛି ଏହି ସଂକ୍ରମଣ । ଏନେଇ ରାୟଗଡ଼ା କାଶୀପୁରରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍ । ସର୍ଭେଲାନ୍ସ ପରେ ଏହି ବୁଷ୍ଟର ଡୋଜ୍ ଦିଆଯିବ । ୧ ବର୍ଷ ବୟସ ଶିଶୁଙ୍କୁ ଦିଆଯିବ ପେଣ୍ଟା ଡୋଜ୍। ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ। ରାୟଗଡ଼ା କାଶୀପୁର ବ୍ଲକରେ ଡିପଥେରିଆ ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ସର୍ଭେଲାନ୍ସ କରାଯିବ।
ଗତ ୬ ତାରିଖରେ ମନୁଷପଦର ଗାଁରେ ସୃଷ୍ଟି ହୋଇଥିଲା କୋକୁଆ ଭୟ । ପ୍ରାଣ ହରାଇଥିଲେ ପାଞ୍ଚ ଜଣ ଶିଶୁ। ହଠାତ୍ ସେମାନଙ୍କ ଗଲା ଫୁଲିବା ସହ ଜ୍ବରରେ ପୀଡ଼ୀତ ହୋଇଥିଲେ। ଏହାପରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିକୁ ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିଭଳି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପ୍ଥେରିଆ । ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ବର୍ତ୍ତମାନ ସୁଦ୍ଧା ୩ ଜିଲ୍ଲାରେ ୨୧ ଡିପଥେରିଆ ରୋଗୀ ଚିହ୍ନଟ ହେଲେଣି । ୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡାରୁ ୧୫ଜଣ ଚିହ୍ନଟ ହୋଇଥିବାବେଳେ କୋରାପୁଟ ବନ୍ଧୁଗାଁରୁ ଜଣେ, କଳାହାଣ୍ଡିରୁ ୪-୫ ଜଣ ସନ୍ଦିଗ୍ଧ ଡିପ୍ଥେରିଆ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ RMRCକୁ ପଠାଯାଇଛି ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଣ୍ଟିବାୟୋଟିକ ଦ୍ଵାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ । ତେବେ ଯେହେତୁ ଏହା ବାୟୁ ଦ୍ବାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
The post ଚିନ୍ତା ବଢ଼ାଉଛି ଡିପ୍ଥେରିଆ; ଆଦିବାସୀ ଅଂଚଳରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍ appeared first on KNews Odisha.